ଦିଲ୍ଲୀ-ଏନ୍‌ସିଆର୍‌ରେ ପୁଣି ଭୂକମ୍ପ ଝଟ୍‌କା, ରିକ୍ଟର ସ୍କେଲରେ ତିବ୍ରତା ୨.୧ ; ୨ମାସରେ ୬ଥର ଥରିଛି ରାଜଧାନୀ

Published By : Prameya-News7 Bureau | June 08, 2020 IST

ନୂଆଦିଲ୍ଲୀ ୦୮।୦୬: ପୁଣି ଥରେ ଭୂମିକମ୍ପରେ ଥରିଲା ରାଜଧାନୀ । ଦେଶର ରାଜଧାନୀ ନୂଆଦିଲ୍ଲୀରେ ଆଜି ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍‌ରେ ଭୂକମ୍ପର ତିବ୍ରତା ୨.୧ ବୋଲି କୁହାଯାଉଛି । ତେବେ ବର୍ତ୍ତମାନ ସୁଦ୍ଧା ଭୂକମ୍ପରେ କୌଣସୀ କ୍ଷୟକ୍ଷତିର ସୂଚନା ମିଳିନାହିଁ । ଏହାପୂର୍ବରୁ ଜୁନ୍‌ ୫ରେ ଝାଡଖଣ୍ଡର ଜାମସେଦପୁରରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ଯାହାର ତିବ୍ରତା ୪.୧ ରହିଥିଲା । ତେବେ ଗତ ଦୁଇମାସ ଭିତରେ ଏହା ୬ଥର ଭୂକମ୍ପ ଝଟ୍‌କା ।

ସୂଚନାଯୋଗ୍ୟ ଯେ, ଆଜି ମଧ୍ୟାହ୍ନ ସମୟରେ ନୂଆଦିଲ୍ଲୀ-ଏନ୍‌ସିଆରରେ ଭୂକମ୍ପ ଝଟ୍‌କା ଅନୂଭୂତ ହୋଇଥିଲା । ଲୋକମାନେ ଭୂକମ୍ପ ଝଟ୍‌କା ପାଇବା ମାତ୍ରେ ଘରୁ ବାହାରକୁ ଚାଲିଆସିଥିବାର ଦେଖିବାକୁ ମିଳିଛି । କିଛି ସେକେଣ୍ଡ ପାଇଁ ଭୂକମ୍ପ ଝଟ୍‌କା ହୋଇଥିଲା । ବର୍ତ୍ତମାନ ସୁଦ୍ଧା କୌଣସି ଧନ କି ଜୀବନ ହାନୀର ଖବର ଆସିନାହିଁ । ତେବେ ଗତ କିଛି ଦିନ ହେଲା ଦିଲ୍ଲୀରେ ଲଗାତର ଭାବେ ଭୂକମ୍ପ ଝଟ୍‌କା  ଅନୂଭୂତ ହେଉଛି । ଏହାପୂର୍ବରୁ ଜୁନ୍‌ ୩ରେ ଭୂକମ୍ପ ଝଟ୍‌କା ହୋଇଥିଲା। ଯାହାର ତିବ୍ରତା ୩.୨ ରହିଥିଲା । ସେହିପରି ମେ ୨୯ରେ ଦିଲ୍ଲୀ-ଏନ୍‌ସିଆର କିଛି ଅଞ୍ଚଳରେ ମଧ୍ୟ ଭୂମିକମ୍ପ ହୋଇଥିଲା ।

ତେବେ ଆସନ୍ତୁ ଜାଣିବା କେତେବେଳେ ଦିଲ୍ଲୀ-ଏନ୍‌ସିଆରରେ ଭୂକମ୍ପର ଝଟ୍‌କା –

୮ଜୁନ୍‌, ୨୦୨୦- ଦିଲ୍ଲୀରେ ୨.୧ର ଭୂକମ୍ପ ଝଟ୍‌କା ଅନୁଭୂତ

୩ଜୁନ୍‌, ୨୦୨୦- ଦିଲ୍ଲୀ ନିକଟସ୍ଥ ନୋଏଡାରେ ୩.୨ର ଭୂକମ୍ପ ଝଟ୍‌କା, ରାତି ୧୦.୪୨ମିନିଟ ସମୟରେ ଭୂମିକମ୍ପ ହୋଇଥିଲା । ଭୂମିକମ୍ପର କେନ୍ଦ୍ରସ୍ଥଳୀ ଦକ୍ଷିଣ-ପୂର୍ବ ନୋଏଡ଼ା ରହିଥିଲା ।

୨୯ ମେ, ୨୦୨୦- ଦିଲ୍ଲୀ ନିକଟସ୍ଥ ଅଞ୍ଚଳରେ ଭୂକମ୍ପର ଝଟ୍‌କା, ରିକ୍ଟର ସ୍କେଲରେ ୪.୬ର ତିବ୍ରତା ରେକର୍ଡ କରାଯାଇଥିଲା ।

୨୮ ମେ, ୨୦୨୦- ମେ ୨୯ର ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ତିବ୍ରତା ୨.୫ ରେକର୍ଡ କରାଯାଇଥିଲା ।

୧୫ ମେ, ୨୦୨୦- ଦିଲ୍ଲୀରେ ପୁଣି ଥରେ ଭୂକମ୍ପ ଝଟ୍‌କା , ରିକ୍ଟର ସ୍କେଲରେ ୨.୨ତିବ୍ରତାର ରେକର୍ଡ କରାଯାଇଥିଲା

୧୦ ମେ, ୨୦୨୦- ଦିଲ୍ଲୀରେ ଦିନ ୧.୪୫ ମିନିଟରେ ୩.୫ର ଭୂକମ୍ପ ଝଟ୍‌କା ଅନୂଭୂତ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.