ପୁଣି ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟ୍‌କା ଅନୁଭୂତ

Published By : Prameya-News7 Bureau | July 05, 2021 IST

ନୂଆଦିଲ୍ଲୀ  ୫/୦୭: ଦେଶର ରାଜଧାନୀ ଦିଲ୍ଳୀ ଏବଂ ଏନସିଆରରେ ପୁଣି ଥରେ ଭୂମିକମ୍ପ ଅନୁଭୂତ ହୋଇଛି। ସୋମବାର ରାତିରେ ଭୂକମ୍ପର ହାଲକା ଝଟକା ଅନୁଭବ କରିଛନ୍ତି ଦିଲ୍ଲୀ ଏନସିଆରର ଲୋକେ। ଏହାର ରିକ୍ଟର ସ୍କେଲ୍‌ରେ ତୀବ୍ରତା ଥିଲା ୩.୭ ।

ଭୂକମ୍ପର କେନ୍ଦ୍ର ହରିୟାଣାର ଇଜ୍ଜରରେ ଥିଲା। ଏହା ଦ୍ବାରା କୌଣସି ବଡ଼ ଦୁର୍ଘଟଣା ଘଟିଥିବା ନେଇ ସୂଚନା ନାହିଁ। ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ ଭୂମିକମ୍ପର ଝଟକା ଲାଗିବା ପରେ ଲୋକେ ଭୟଭୀତ ହୋଇଯାଇଥିଲେ। ଦିଲ୍ଲୀ-ଏନସିଆରରେ ପ୍ରାୟତଃ ଭୂକମ୍ପ ଆସେ। କିନ୍ତୁ ଆଶ୍ବସ୍ତିକର କଥା ହେଉଛି ପ୍ରାୟ ଭୂକମ୍ପର ତୀବ୍ରତା କମ୍‌ ରହୁଛି।

ଚଳିତବର୍ଷ ଫେବୃଆରୀରେ ଉତ୍ତର ଭାରତରେ ଭୂକମ୍ପର ଜୋରଦାର ଝଟକା ଅନୁଭୂତ ହୋଇଥିଲା। ଫେବୃଆରୀ ମଧ୍ୟରେ ଦିଲ୍ଲୀ ଏନସିଆର ବ୍ୟତୀତ ରାଜସ୍ଥାନ, ଜାମ୍ମୁକାଶ୍ମୀର, ହିମାଚଳପ୍ରଦେଶରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା। ସେତେବେଳେ ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୬.୩ ଥିଲା। ଏହାର କେନ୍ଦ୍ର ତାଜକିସ୍ତାନ ଥିବା ନେଇ ଜଣାପଡ଼ିଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.