ପୁଣି ଜାମ୍ମୁ- କାଶ୍ମୀରରେ ଭୂମିକମ୍ପ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୪.୦

Published By : Prameya-News7 Bureau | November 08, 2020 IST

ଶ୍ରୀନଗର ୮/୧୧: ଶନିବାର ପ​‌ରେ ପୁଣି ରବିବାର ଜାମ୍ମୁ-କାଶ୍ମୀରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜାମ୍ମୁ କାଶ୍ମୀରରେ ରବିବାର ସନ୍ଧ୍ୟା ୬ଟା ୫୬ ମିନିଟ୍‌ ସମୟରେ ଭୁମିକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି। ନ୍ୟାସନାଲ୍‌ ସେଣ୍ଟର ଫର ସିସ୍‌ମୋଲୋଜି ଅନୁସାରେ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୪.୦ ଥିଲା।

wp:core-embed/twitter {"url":"https://twitter.com/ANI/status/1325437149995429888","type":"rich","providerNameSlug":"twitter","className":""}
https://twitter.com/ANI/status/1325437149995429888
/wp:core-embed/twitter

ଭୂକମ୍ପ ଝଟକା ଲାଗିବାରୁ ଲୋକେ ନିଜ ନିଜ ଘରୁ ବାହାରକୁ ଚାଲି ଆସିଥିଲେ। ତେବେ ସନ୍ଧ୍ୟାରେ ଆସିଥିବା ଭୂକମ୍ପରେ କୌଣସି ପ୍ରକାର କ୍ଷତି ହୋଇଥିବା ନେଇ ସୂଚନା ମିଳିନାହିଁ। ଏହା ପୂର୍ବରୁ ଶନିବାର ଜାମ୍ମୁ କାଶ୍ମୀରର ପହଲଗ୍ରାମରେ ଭୂକମ୍ପ ଅନୁଭୁତ ହୋଇଥିଲା।

କରୋନା ସଙ୍କଟ ଦେଇ ଦେଶ ଗତି କରୁଥିବା ବେଳେ ବିଭିନ୍ନ ସମୟରେ ଭୂମିକମ୍ପ ଝଟକା ଅନୁଭୂତ ହେଉଛି। ଉତ୍ତର ଭାରତର ଜାମ୍ମୁ କାଶ୍ମୀର, ହରିୟାଣା, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ ଓ ଗୁଜୁରାଟରେ ବି ଭୂକମ୍ପ ଅନୁଭୂତ ହେଉଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.