ଗୁଜରାଟ କଛରେ ପୁଣି ଭୂମିକମ୍ପ, ରବିବାର ରାତିରୁ ହେଲାଣି ୧୧ଟି କମ୍ପନ

Published By : Prameya-News7 Bureau | June 15, 2020 IST

ଅହମ୍ମଦାବାଦ  ୧୫।୬:  ଗୁଜରାଟ କଛରେ ସୋମବାର ପୁଣି ଥରେ ଭୂମିକମ୍ପ ଅନୁଭୂତ ହୋଇଛି। ମଧ୍ୟାହ୍ନ ପ୍ରାୟ ୧୨ଟା ୫୭ ମିନିଟ୍‌ରେ ହୋଇଥିବା ଏହି କମ୍ପନର ତୀବ୍ରତା ରିକ୍ଟର ସ୍କେଲରେ ୪.୫ ମପାଯାଇଛି। ଭୂମିକମ୍ପର ଉତ୍ପତି ସ୍ଥଳ କଛ ଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ଥିଲା ବୋଲି ଭୂ-ଗର୍ଭିୟ ସର୍ଭେକ୍ଷଣ ସୂଚିତ କରିଛନ୍ତି। ରବିବାର ରାତିରେ କଛରେ ପ୍ରଥମ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି କମ୍ପନର ତୀବ୍ରତା ୫.୫ ମପା ଯାଇଥିବା ବେଳେ ଏହାର ଉତ୍ପତି ସ୍ଥଳ ଭୂଜର ଭଚାଉରେ ଥିଲା।

{"id":286542,"sizeSlug":"large"}

ସୋମବାର ଅନୁଭୂତ ହୋଇଥିବା କମ୍ପନର ଉତ୍ପତି ସ୍ଥଳ ମଧ୍ୟ ଭଚାଉ ବୋଲି କୁହାଯାଇଛି। ପ୍ରଥମ କମ୍ପନ ପରେ ପରେ ଏପର୍ଯ୍ୟନ୍ତ ୧୧ଥର କମ୍ପନ ଅନୁଭୂତ ହୋଇଥିବା ଜଣାପଡିଛି। ତେବେ ଏହି ସବୁ କମ୍ପନର ତୀବ୍ରତା କମ୍ ଥିଲେ ବି ଲୋକେ ଆତଙ୍କିତ ହୋଇପଡିଛନ୍ତି। ଭୂମିକମ୍ପ ଯୋଗୁ ଧନ ଓ ଜୀବନ ହାନୀର ସୂଚନା କେଉଁଠାରୁ ମିଳି ନାହିଁ। ତେବେ ଜୁନ ୧୪ରେ କେବଳ ଭାରତର କଛ ନୁହେଁ ବିଶ୍ୱର ପ୍ରାୟ ୫୦ଟି ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି। ଏହି ସବୁ କମ୍ପନର ତୀବ୍ରତା ୫.୪ରୁ ୨.୫ ପର୍ଯ୍ୟନ୍ତ ଆକଳନ କରାଯାଇଛି। ତେବେ କେଉଁଠାରେ ମଧ୍ୟ ସେଭଳି କିଛି  କ୍ଷୟକ୍ଷତି ହୋଇ ନାହିଁ। ଏହି ସବୁ ଭୂମିକମ୍ପ ଇଣ୍ଡୋନେସିଆ, ହାୱାଇ, ପୂର୍ଟୋରିକୋ, ମ୍ୟାଁମାର, ଜାମାଇକା, ଆଲାସ୍କା, ତୁର୍କି, ଜାପା, ଇରାନ ଓ ଫିଲପାଇନ୍ସରେ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.