ଖୁବ୍ ଶୀଘ୍ର ଗୁଗଲ୍ ମାଧ୍ୟମରେ ମିଳିପାରିବ ଭୂକମ୍ପ ସୂଚନା, ଆଣ୍ଡ୍ରଏଡ୍ ୟୁଜର୍ସଙ୍କ ପାଇଁ ଜାରି ହେବ ନୂଆ ଅପଡେଟ୍

Published By : Prameya-News7 Bureau | May 03, 2021 IST

ନୂଆଦିଲ୍ଲୀ ୩।୫: ଆସାମରେ ଗତ ସପ୍ତାହରେ ଲଗାତର ଭୂକମ୍ପ ଝଟକା ଲାଗିବା ହେତୁ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ବର୍ତ୍ତମାନ ଯୁଗରେ ଟେକ୍ନୋଲୋଜି ଯେତେ ଉନ୍ନତ ହେଲେ ବି ଏପର୍ଯ୍ୟନ୍ତ ଭୂକମ୍ପ ସଂପର୍କରେ ସଠିକ୍ ସୂଚନା ପାଇବା ବହୁତ କଷ୍ଟକର ଅଟେ । ଏଭଳି ସ୍ଥିତିରେ ଗୁଗଲ ବର୍ତ୍ତମାନ କହିଛି ଯେ, ଭୂକମ୍ପ ବିଷୟରେ ସତର୍କ ସୂଚନା ଜାରି କରୁଥିବା ଫିଚର କିଛି ଦେଶ ପାଇଁ ଜାରି କରିବାକୁ ଯାଉଛି । ଏହି ଫିଚରକୁ ପ୍ରଥମେ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଅଣାଯିବ ।

ସବୁଠୁ ବଡ କଥା ହେଉଛି ୟୁଜର୍ସଙ୍କୁ ଭୂକମ୍ପ ଆଲର୍ଟ ଅଫ୍ କରିବାକୁ ମଧ୍ୟ ବିକଳ୍ପ ଦିଆଯିବ । ଗୁଗଲ ଏପର୍ଯ୍ୟନ୍ତ ସୂଚନା ଦେଇନାହିଁ ଯେ, ଭାରତ ଏବଂ ଅନ୍ୟ ଦେଶ ପାଇଁ ଭୂକମ୍ପ ଆଲର୍ଟ କରୁଥିବା ଏହି ନୂତନ ଫିଚର କେବେ ଜାରି କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.