୧୦ ସେକେଣ୍ଡ ଥରି ଉଠିଲା ମାଟି, ଦିଲ୍ଲୀ-ଏନସିଆରରେ ୪.୬ ତୀବ୍ରତାର ଭୂକମ୍ପ

Published By : Prameya-News7 Bureau | May 29, 2020 IST

ନୂଆଦିଲ୍ଲୀ ୨୯।୦୫: ଦେଶର ରାଜଧାନୀ ଦିଲ୍ଲୀରେ ପୁଣି ଥରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଦିଲ୍ଲୀ ବ୍ୟତୀତ ଅନେକ ରାଜ୍ୟ ଭୂକମ୍ପରେ କିଛି ସମୟ ଥରି ଉଠିଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୬ ରେକର୍ଡ କରାଯାଇଛି।

ଦିଲ୍ଲୀ-ଏନସିଆର ସମେତ ପଞ୍ଜାବ, ହରିୟାଣା ଓ ଉତ୍ତର ପ୍ରଦେଶର ଅନେକ ଅଞ୍ଚଳରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ହରିୟାଣାର ରୋହତକ ଭୂକମ୍ପର କେନ୍ଦ୍ର ସ୍ଥଳ ରହିଛି। ରାତି ୯ଟା ୮ରେ ଘଟିଥିବା ଭୂକମ୍ପର ଝଟକା ପ୍ରାୟ ୧୦ରୁ ୧୫ ସେକେଣ୍ଡ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ଏହି ଭୂକମ୍ପର ତୀବ୍ରତା ୪.୬ ରହିଛି। ଏହା ଭୂପୃଷ୍ଠରୁ ୫ କିଲୋମିଟର ଭିତରେ ରହିଥିବା କୁହାଯାଉଛି।

ବିଶେଷଜ୍ଞଙ୍କ ଅନୁଯାୟୀ ଯଦି ରିକ୍ଟର ସ୍କେଲରେ ତୀବ୍ରତା ୫ରୁ ଅଧିକ ହୋଇଥାନ୍ତା ତେବେ କ୍ଷୟକ୍ଷତି ଘଟିଥାନ୍ତା। ଭୂକମ୍ପ ଝଟକା ଅନୁଭୂତ ହେବା ମାତ୍ରେ ଲୋକେ ଘରୁ ବାହାରକୁ ଚାଲି ଆସିଥିଲେ। ଏହା ମଧ୍ୟମ ତୀବ୍ରତାର ଭୂକମ୍ପ ଥିଲା। ଏଥିପାଇଁ ଦୁର୍ବଳ ଘରଗୁଡିକର କ୍ଷତି ଘଟିଥିବା କୁହାଯାଉଛି।

wp:core-embed/twitter {"url":"https://twitter.com/AHindinews/status/1266404144711000065?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1266404144711000065%7Ctwgr%5E\u0026ref_url=https%3A%2F%2Fnavbharattimes.indiatimes.com%2Findia%2Fcontinuous-earthquake-tremors-felt-in-delhi-ncr%2Farticleshow%2F76095857.cms","type":"rich","providerNameSlug":"twitter","className":""}
https://twitter.com/AHindinews/status/1266404144711000065?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1266404144711000065%7Ctwgr%5E&ref_url=https%3A%2F%2Fnavbharattimes.indiatimes.com%2Findia%2Fcontinuous-earthquake-tremors-felt-in-delhi-ncr%2Farticleshow%2F76095857.cms
/wp:core-embed/twitter

ଗତ କିଛି ଦିନ ହେବ ଦେଶର ରାଜଧାନୀ ଦିଲ୍ଲୀରେ ଅନେକ ଥର ଭୂକମ୍ପର ଝଟକା ଅନୁଭୂତ ହୋଇଛି। ମେ ୧୫ରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ମାତ୍ର ରିକ୍ଟର ସ୍କେଲରେ ଏହାର ତୀବ୍ରତା ୨.୨ ରହିଥିଲା। ଏହା ପୂର୍ବରୁ ମେ ୧୦ରେ ଅପରାହ୍ନ ପ୍ରାୟ ୧ଟା ୪୫ରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ରହିଥିଲା।

ଏପ୍ରିଲ ମାସରେ ମଧ୍ୟ ଦିଲ୍ଲୀରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏପ୍ରିଲ ୧୨ ଓ ୧୩ରେ ମଧ୍ୟ ଦିଲ୍ଲୀର ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା। ଏପ୍ରିଲ ୧୨ରେ ହୋଇଥିବା ଭୂକମ୍ପର ତୀବ୍ରତା ୩.୫ ରହିଥିବା ବେଳେ ଏପ୍ରିଲ ୧୩ରେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୨.୭ ରହିଥିଲା। ଦୁଇଟିର କେନ୍ଦ୍ରସ୍ଥଳ ଦିଲ୍ଲୀ ହିଁ ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.