ଜାପାନର ଓସାକାରେ ଭୂମିକମ୍ପ

Published By : Prameya-News7 Bureau | June 18, 2018 IST

ଜାପାନର ଶିଳ୍ପ ସମୃଦ୍ଧ ସହର ଓସାକାରେ ଆଜି ସକାଳେ ଅନୁଭବ ହୋଇଛି ଭୂମିକମ୍ପର ବଡ ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୬.୧ । ଏଥିରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶହେରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ପୁରା ସହରରେ ଟ୍ରେନ ଚଳାଚଳ ଏବଂ କାରଖାନା ପ୍ରଭାବିତ ହୋଇଛି । ସ୍ଥାନୀୟ ସମୟ ସକାଳ ୭ଟା ୫୮ରେ ଭୂକମ୍ପ ଅନୂଭୁତ ହୋଇଥିଲା । ଭୂକମ୍ପ ଯୋଗୁ ଅନେକ ସ୍ଥାନରେ ମାଟି ତଳେ ଯାଇଥିବା ପାଣି ପାଇପ ଫାଟି ଯାଇଛି । ଫଳରେ ଅଣ୍ଡରଗ୍ରାଉଣ୍ଡ ଟ୍ରେନ ଯାତ୍ରୀ ମାନେ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲି ଯାଉଥିବା ଦେଖିବାକୁ ମିଳିଛି । ତେବେ ଭୂମିକମ୍ପ ପରେ ସୁନାମି ନେଇ କୌଣସି ଆଲର୍ଟ ଜାରି କରାଯାଇନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.