ପୁରୀ ଶ୍ରୀମନ୍ଦିରରେ ରେ କୁଡୁଆ ସଂକଟ;ଫୋନିରେ ପ୍ରଚଣ୍ଡ କ୍ଷତି ଯୋଗୁଁ ଅନିର୍ଦ୍ଧିଷ୍ଟ କାଳପାଇଁ କୁଡୁଆ ଉତ୍ପାଦନ ବନ୍ଦ ରହିବ ବୋଲି କୁମ୍ଭକାର ନିଯୋଗ ଘୋଷଣା

Published By : Prameya-News7 Bureau | May 11, 2019 IST

ପୁରୀ୧୧|୫: ଫୋନି ଉଜାଡି ଦେଇଛି ଶ୍ରୀମନ୍ଦିରର ଶିରି । ଶ୍ରୀମନ୍ଦିରର ଅନେକ କିଛି ଛାରଖାର ହେବା ପରେ ମହାପ୍ରସାଦ ରୋଷେଇ ଲାଗି ଏବେ ଉପୁଜିଛି କୁଡୁଆ ସଙ୍କଟ । ଶ୍ରୀମନ୍ଦିରକୁ ଅନିର୍ଦ୍ଧିଷ୍ଟ କାଳପାଇଁ କୁଡୁଆ ଉତ୍ପାଦନ ବନ୍ଦ ରହିବ ବୋଲି କୁମ୍ଭକାର ନିଯୋଗ ଘୋଷଣା କରିଛି । ଫଳରେ ମହାପ୍ରସାଦ ପାଇଁ ଦେଖାଗଲାଣି ସଙ୍କଟ । କାରଣ ଫୋନି ପରେ ଶ୍ରୀମନ୍ଦିରରେ ମହାପ୍ରସାଦ ରୋଷେଇ ଲାଗି ମିଳିବନି କୁଡୁଆ । କାରଣ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏବେ କୁଡୁଆ ଉତ୍ପାଦନ ବନ୍ଦ । କୁମ୍ଭକାର ନିଯୋଗ ଏହା ଘୋଷଣା କରିବା ସହ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇ ଦେଇଛି । ନିଯୋଗ  ତୁରନ୍ତ କ୍ଷତିପୂରଣ ଏବଂ ସହାୟତା ଦାବି କରିଛି ।

{"id":110956}

ବାତ୍ୟା ଫୋନୀ ପରେ ପୁରୀ କୁମ୍ଭକାରଙ୍କ ମେରୁଦଣ୍ଡ ଦୋହଲି ଯାଇଛି । ବାତ୍ୟାରେ ୩ଶହରୁ ଅଧିକ କୁମ୍ଭକାର ପ୍ରଭାବିତ ହୋଇଛନ୍ତି । ୮୦ରୁ ଅଧିକ କୁମ୍ଭାରଶାଳ ନଷ୍ଟ ହୋଇଛି । ୫୦ହଜାରରୁ ଅଧିକ କୁଡୁଆ ଏବଂ ଅନ୍ୟ ମାଟିପାତ୍ର ନଷ୍ଟ ହୋଇ ଯାଇଛି । ନିର୍ମାଣ ଚାଲିଥିବା ୩୦ହଜାରରୁ ଅଧିକ କୁଡୁଆ ମାଟିରେ ମିଶି ଯାଇଛି । ଭାଟିରେ ପାଣି ପଶି ନଷ୍ଟ ହୋଇ ଯାଇଛି ଅନେକ କୁଡୁଆ । ମାଟି ପାତ୍ର ତିଆରି ପାଇଁ ଜରୁରୀ ଚକ ଭାଙ୍ଗିରୁଜି ଯାଇଛି । ଏସବୁ ତିଆରି କରିବା ପାଇଁ ମାସାଧିକ ସମୟ ଲାଗିବ ।

{"id":110957}

 ପୁଣି କୁମ୍ଭକାରମାନେ ଏତେ ପରିମାଣର କ୍ଷତି ସହିବା ପରେ ତୁରନ୍ତ ଅଣ୍ଟା ସଳଖିବା ସ୍ଥିତିରେ ନାହାନ୍ତି । ଏପରି ସ୍ଥିତିରେ ମହାପ୍ରସାଦ ଲାଗି ମାଟି କୁଡୁଆ ଅଭାବ ହୋଇପାରେ । ଶ୍ରୀମନ୍ଦିରରେ ମଦଜୁଦ ଥିବା କୁଡୁଆ ଉପରେ ଏବେ ନିର୍ଭର କରିବାକୁ ପଡିବ । ଏହାପରେ କୁଡୁଆ ଅଭାବ ଦେଖାଯାଇପାରେ । ଏନେଇ ଶ୍ରଦ୍ଧାଳୁଙ୍କ ମନରେ ଶଙ୍କା, କୁଡୁଆ ଅଭାବରେ ଶହ ଶହ ହାଣ୍ଡି ମହାପ୍ରସାଦ ପ୍ରସ୍ତୁତ ହେବ କେମିତି । ଆଉ ସେମାନେ ମହାପ୍ରସାଦ ପାଇବାରୁ ବଞ୍ଚିତ ହୋଇ ଯିବେନି ତ ।

{"id":110958,"width":591,"height":472}

ସେପଟେ ପୁରୀ, ଖୋର୍ଦ୍ଧା ଜିଲ୍ଲାରେ କଦଳୀ ଗଛ ଭାଙ୍ଗି ଯାଇଥିବାରୁ କଦଳୀ ପତ୍ର ମିଳିବା ବି କଷ୍ଟ ।ଫଳରେ ଭକ୍ତ ମହାପ୍ରସାଦ ଖାଇବା ପାଇଁ କଦଳୀ ପତ୍ର ବି ପାଇବେ ନାହିଁ ।

{"id":110959}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.