ଗୁଜବ ନା ସତ୍ୟ? ସେପ୍ଟେମ୍ବର ୨୩ତାରିଖ ପୃଥିବୀର ଶେଷ ଦିନ, ଲୋପ ପାଇବ ମାନବ ସଭ୍ୟତା!

Published By : Prameya-News7 Bureau | August 01, 2019 IST

ନୂଆଦିଲ୍ଲୀ ୧/୮: ଏହି ଗୁଜବ ସତ କି? ଆସନ୍ତା୩ମାସ ମଧ୍ୟରେ ମାନବ ସଭ୍ୟତା ଧ୍ବଂସ ହୋଇଯିବ । ସେପ୍ଟେମ୍ବର ୨୩ତାରିଖ ପୃଥିବୀର ଶେଷ ଦିନ ହୋଇପାରେ ।  ବିଭିନ୍ନ ସ୍ବେବସାଇଟ୍ ଏବଂ ବ୍ଲଗରେ ଏ ନେଇ ନୂଆ ତଥ୍ୟ ଓ ସୂଚନା ପ୍ରକାଶିତ ହୋଇଛି। ଯାହାକୁ ନେଇ ସାଧାରଣରେ ଆତଙ୍କ ସୃଷ୍ଟି ହେବାରେ ଲାଗିଛି ।

ଏହି ସବୁ ବ୍ଲଗରେ କୁହାଯାଇଛି ଯେ ଚଳିତ ବର୍ଷ ସେପ୍ଟେମ୍ବର ୨୦ତାରିଖରେ ପୃଥିବୀଠାରୁ ବଡ଼ ଏକ ଗ୍ରହ ପୃଥିବୀକୁ ଧକ୍କା ଦେଇପାରେ। ଏହି କାରଣରୁ ପୃଥିବୀ ଧ୍ବଂସ ହୋଇଯିବ। ମାନବ ସଭ୍ୟତା ଲୋପ ପାଇଯିବ। ଆହୁରି ମଧ୍ୟ ଦାବି କରାଯାଉଛି ଯେ ବିଶ୍ବର ସବୁଠୁ ଶକ୍ତିଶାଳୀ ଦେଶରେ ଏ ସମ୍ପର୍କିତ ତଥ୍ୟ ମହଜୁଦ ଅଛି ।  କିନ୍ତୁ ଏହା ଆତଙ୍କ ସୃଷ୍ଟି କରିବ ବୋଲି ଭୟରେ ଏହି ତଥ୍ୟକୁ ସାର୍ବଜନିକ କରାଯାଉନାହିଁ। ଅନ୍ୟପକ୍ଷରେ ସଂପୃକ୍ତ ଦେଶର ତଥ୍ୟାଭିଜ୍ଞ ଓ ଆର୍ଥିକ ସ୍ବଚ୍ଛଳ ଲୋକମାନେ ବିପଦକୁ ଟାଳିବା ପାଇଁ ନୂତନ ଶୈଳୀରେ ଘର ନିର୍ମାଣ କରୁଛନ୍ତି।

ତେବେ ନାସା ଏହି ସୂଚନାକୁ ଗୁଜବ ବୋଲି କହିଛି। ନାସା କହିବାନୁସାରେ ପୃଥିବୀକୁ କୌଣସି ଧୂମକେତୁ ଧକ୍କା ହେବାର କୈାଣସି ଖବର ମିଳିନାହିଁ। ଏପରିକି ଆଗାମୀ ୧୦୦ବର୍ଷ ଯାଏଁ ମଧ୍ୟ ଏପରି କିଛି ଘଟିବାର ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.