ଭୂମିକମ୍ପରେ ଥରିଲା ଦିଲ୍ଲୀ-ଏନସିଆର

Published By : Prameya-News7 Bureau | July 03, 2020 IST

ନୂଆଦିଲ୍ଲୀ, ୦୩|୦୭ : ଦିଲ୍ଲୀ-ଏନସିଆରରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଦିଲ୍ଲୀ ଓ ଏହାର ଆଖାପାଖ ଅଞ୍ଚଳରେ ଲଗାତାକ କିଛିଦିନ ଧରି ଭୂମିକମ୍ପର ଝଟକା ଅନୁଭୂତ ହେଉଛି । ଶୁକ୍ରବାର ସନ୍ଧ୍ୟା ୭ଟାରେ ପୁଣି ଭୂମିକମ୍ପ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ହେଉଛି ୪.୫ । ଭୂମିକମ୍ପର କେନ୍ଦ୍ର ଗୁରଗାଓଁ ବୋଲି କୁହାଯାଉଛି ।

ଏହାପୂର୍ବରୁ ମିଜୋରାମରେ ମଧ୍ୟ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୪.୬ । ଏହାର କେନ୍ଦ୍ର ଚମ୍ଫାଇ ବୋଇି ସୂଚନା ମିଳିଛି । ଦିନ ୨ଟା ୩୫ ମିନିଟରେ ଏହାର ଝଟକା ଅନୁଭୂତ ହେଉଥିଲା ।

ଏହାପୂର୍ବରୁ ଗୁରୁବାର ଲେହ ଲଦାଖରେ କିଛି ସମୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୫ ରହିଥିଲା । କାରଗିଲର ଉତ୍ତର-ପଶ୍ଚିମରୁ ୧୯ କିମି ଦୂରରେ ଭୂକମ୍ପ ହୋଇଥିଲା । କୌଣସି କ୍ଷୟ କ୍ଷତିର ସୂଚନା ମିଳିନଥିଲା । ଦିନ ଗୋଟାଏ ୧୧ ମିନିଟରେ ଭୂକମ୍ପ ହୋଇଥିଲା । ଲଦାଖରେ ଗତ ଗୋଟିଏ ସପ୍ତାହ ମଧ୍ୟରେ ଏହା ଦ୍ୱିତୀୟ ଭୂକମ୍ପ । ଜୁନ ୨୬ ତାରିଖ ରେ ୪.୫ ତୀବ୍ରତାର ଭୂକମ୍ପ ହୋଇଥିଲା ।

ଲଦାଖରେ ଭୂକମ୍ପ ଝଟକା ଅନୁଭୂତ ହେବାର କିଛି ସମୟ ପରେ ଜାମ୍ମୁ କାଶ୍ମୀର ଓ ହିମାଚଳ ପ୍ରଦେଶରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଦିନ ୨ଟା ୨ ମିନିଟରେ ୩.୬ ତୀବ୍ରତାର ଭୂକମ୍ପ ହୋଇଥିଲା । ସେଠାରୁ ମଧ୍ୟ କୌଣସି କ୍ଷୟ କ୍ଷତିର ସୂଚନା ମିଳିନଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.