Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ମେକ୍ସିକୋରେ ବଡ ଧରଣର ଭୂମିକମ୍ପ: ଆସିପାରେ ସୁନାମି, ଜାରି ହେଲା ଆଲର୍ଟ

23/06/2020 at 9:44 PM

ମେକ୍ସିକୋ, ୨୩|୦୬:   ମେକ୍ସିକୋରେ ଏକ ବଡ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି .। ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଛି ୭.୪ । ଏହାକୁ ନେଇ ପ୍ରଶାନ୍ତ ମହାସାଗରୀୟ ଅ଼ଞ୍ଚଳରେ ସୁନାମି ପାଇଁ ଆଲର୍ଟ ଜାରି କରାଯାଇଛି ।

ୟୁନାଇଟେଡ୍ ଷ୍ଟେଟସ୍ ଜିଓଲୋଜିକାଲ ସର୍ଭେ କହିଛି ଯେ, ଏହି ଭୂମିକମ୍ପର ତୀବ୍ରତା ରହିଛି ୭.୪ । ସ୍ଥାନୀୟ ସମୟାନୁସାରେ ଏହା ଦିନ ୧୧ଟା ୨୯ରେ ଅନୁଭୂତ ହୋଇଛି ।  ମେକ୍ସିକୋର ୭ ମାଇଲ୍ ଦୂରରେ ଥିବା ସାଣ୍ଟା ମାରିଆ ଜାପୋଟିଲାନ ହେଉଛି ଏହାର କେନ୍ଦ୍ରସ୍ଥଳୀ ।

ଏହାର କେନ୍ଦ୍ର ମାଟିରୁ ୨୬.୩ ମଧ୍ୟରେ ରହିଥିଲା । ଏହାର ମାତ୍ରା ଏତେ ଅଧିକ ଥିଲା ଯେ ଲୋକମାନେ ଭୟରେ ଘରୁ ବାହାରକୁ ଚାଲି ଆସିଥିଲେ ।  ମେକ୍ସିକୋ ସିଟିରେ ମଧ୍ୟ ଲୋକମାନେ ଏହାକୁ ଅନୁଭୂବ କରିଥିଲେ । ବଡ ବଡ କୋଠା ଥରି ଉଠିଥିଲା ।

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ପ୍ରାୟ ୧ ମିନିଟ୍ ଧରି ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ତେବେ କ୍ଷୟକ୍ଷତି ବାବଦରେ କିଛି ସୂଚନା ମିଳିପାରି ନାହିଁ । ଭୂମିକମ୍ପ ପରେ ମେକ୍ସିକୋର ହାଣ୍ଡୋରସ, ଅଲ୍ ସ୍ଲୋବାଡର ଓ ଗୁଅଟମାଲରେ ସୁନାମି ଆଲର୍ଟ ଜାରି ହୋଇଛି । ପ୍ରଶାସନ ଭୂମିକମ୍ପର ୬୨୧ ମାଇଲ ଯାଏଁ ସୁନାମିର ଲହର ଆସିପାରେ ବୋଲି ଆଶଙ୍କା କରୁଛି ।

   Related Posts