ଥରିଲା ଇଣ୍ଡୋନେସିଆ ; ଭୂମିକମ୍ପରେ ୮୨ ମୃତ

Published By : Prameya-News7 Bureau | August 06, 2018 IST

ଥରିଲା ଇଣ୍ଡୋନେସିଆ | ଲୋମବୋକ ଦ୍ବୀପରେ ବଡ ଧାରଣର ଭୂମିକମ୍ପ ହୋଇଛି | ଭୂମିକମ୍ପରେ ୮୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି | ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୦ ରେକର୍ଡ କରାଯାଇଛି | ଭୂମିକମ୍ପ ଯୋଗୁଁ ଅନେକ ଘର ଭାଙ୍ଗି ଯାଇଛି | ଭୂକମ୍ପରେ ପାଖାପାଖି ୬୮୯ ଲୋକ ଫସି ରହିଥିଲା | ସମସ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି | ଇଣ୍ଡୋନେସିଆ ବିପର୍ଯୟ ପରିଚାଳନା ଏଜେନ୍ସିର କହିବା ଅନୁଯାୟୀ, ୧୦ କି:ମି: ଗଭୀରରେ ଭୂମିକମ୍ପ ସୃଷ୍ଟି ହୋଇଛି | ସପ୍ତାହେ ପୂର୍ବରୁ ଏହି ଦ୍ବୀପରେ ୬.୪ ତୀବ୍ରତାର ଭୂମିକମ୍ପ ହୋଇ ୧୭ ଜଣଙ୍କ ମୃତ୍ୟୁ ହୋଇଥିଲା | ବାରମ୍ବାର ଭୂକମ୍ପ ଅନୁଭୂତ ହେବା ପରେ ସମ୍ପୃକ୍ତ ଅଂଚଳରେ ସୁନାମି ସତର୍କତା ଜାରି କରାଯାଇଥିଲା | ପରେ ଏହାକୁ ପ୍ରତ୍ୟାହାର କରି ନିଆଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.