ଦିଲ୍ଲୀ , ଏନ୍‌ସିଆର, ପଞ୍ଜାବ ଓ କାଶ୍ମୀରରେ ୬.୩ ତୀବ୍ରତାର ଭୂମିକମ୍ପ

Published By : Prameya-News7 Bureau | September 24, 2019 IST


ନୂଆଦିଲ୍ଲୀ - ଦିଲ୍ଲୀ ଓ ନ୍ୟାସନାଲ କ୍ୟାପିଟାଲ ଅଞ୍ଚଳ ଏନ୍‌ସିଆରରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଏହା ସହ ଉତ୍ତର ଭାରତର କେତକ ଅଞ୍ଚଳ ପଞ୍ଜାବ, ହରିୟାନା, ଜାମ୍ମୁ ଓ କାଶ୍ମୀରେ ମଧ୍ୟ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଅପରାହ୍ନ ୪ଟା ୩୫ ମିନିଟରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା।


ଅନେକ ଲୋକ ଘର ଛାଡି ବାହାରୁକୁ ଦୌଡି ଚାଲିଆସିଥିଲେ । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୩ ରେକର୍ଡ କରାଯାଇଛି । ପାକିସ୍ତାନର ଜାଟଲାନ ଅଞ୍ଚଳ ଭୂମିକମ୍ପର କେନ୍ଦ୍ର ଥିଲା । ଏହା ଲୋହାରଠାରୁ ୧୧୭ କିଲୋମିଟର ଦୂର ।

ପଞ୍ଜାବର ଅମୃତସର, ଲୁଧିଆନା, ଚଣ୍ଡୀଗଡ , ଗୁରୁଦାସପୁରରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ସେହିପରି ହରିୟାନା ଓ ହିମାଚଳ ପ୍ରଦେଶରେ ବି ଭୂମିକମ୍ପର ଝଟକା ଅନୁଭୂତ ହୋଇଛି ।

ପ୍ରାଥମିକ ସୂଚନା ଅନୁସାରେ ଜନଜୀବନର କୌଣସି କ୍ଷୟକ୍ଷତି ହୋଇନାହିଁ । ପାକିସ୍ତାନକୁ ଲାଗିଥିବା ଜାମ୍ମୁ-କାଶ୍ମୀରରେ ଭୂମିକମ୍ପର ଝଟକା ଅଧିକ ଅନୁଭୂତ ହୋଇଛି । ୨୦୦୫ରେ ଜାମ୍ମୁ-କାଶ୍ମୀରରେ ୭.୬ ତୀବ୍ରତା ଭୂମିକମ୍ପ ଅନୁଭୂତ ହୋଇଥିଲା । ଏଥିରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.