ଭୂମିକମ୍ପରେ ଥରିଲା ଅରୁଣାଞ୍ଚଳ ପ୍ରଦେଶ, ତୀବ୍ରତା ୩.୪
7/07/2020 at 8:07 AM

ଇଟାନଗର, ୦୭|୦୭: ଅରୁଣାଞ୍ଚଳ ପ୍ରଦେଶର ତବାଙ୍ଗରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ତେବେ ଏଥିରେ କାହାର କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ହେଉଛି ୩.୪ ।
ସୋମବାର ବିଳମ୍ବିତ ରାତ୍ର ପ୍ରାୟ ୧.୩୩ରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ଲୋକମାନେ ଭୟରେ ଘରୁ ବାହାରି ଆସିଥିଲେ । ତେବେ ଏଥିରେ କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।
An earthquake of magnitude 3.4 on the Richter scale hit near Tawang in Arunachal Pradesh at around 1:33 hours today: National Center for Seismology
— ANI (@ANI) July 6, 2020
ଭାରତରେ ପ୍ରତିଦିନ ୩ରୁ ୪ଥର ଭୂମିକମ୍ପ ହୋଇଛି । ସବୁଠାରୁ ଅଧିକ ଭୂମିକମ୍ପ ଜୁନ ୨୬ରେ ହୋଇଥିଲା । ଏହିଦିନନ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ୧୦ ଥର ଭୂମିକମ୍ପ ହୋଇଥିଲା । ଗତ ଜୁନ ୨୬ରେ ମିଜୋରାମ, ମେଘାଳୟ, ଲଦାଖ, ହରିୟାଣାରେ ଥରେ ଲେଖାଏଁ ଏବଂ ଜମ୍ମୁ-କାଶ୍ମୀରରେ ୬ଥର ଭୂମିକମ୍ପ ହୋଇଥିଲା । ଜୁନ ୨୮ରେ ମଣିପୁରରେ ୨, ମେଘାଳୟରେ ଓ ଆଣ୍ଡାମାନରେ ଥରଟିଏ ଭୂମିକମ୍ପର ଝଟକା ଲାଗିଥିଲା । ସେହିପରି ଜୁନ୩୦ରେ ହରିୟାଣରେ ୨, ଜମ୍ମୁ-କାଶ୍ମୀରରେ ଥରେ ଭୂମିକମ୍ପର ଝଟକା ଲାଗିଥିଲା । ଏତତ୍ ବ୍ୟତୀତ ଜୁଲାଇ ୧ରେ ମେଘାଳୟରେ ୨, ଜମ୍ମୁ-କାଶ୍ମୀରରେ ଥରଟିଏ ଝଟକା ଲାଗିଛି । ଜୁଲାଇ ୨ରେ ଜମ୍ମୁ-କାଶ୍ମୀରରେ ଝଟକା ଅନୁଭୂତ ହୋଇଛି । ଶୁକ୍ରବାର ଅର୍ଥାତ ୩ ତାରିଖରେ ମିଜୋରାମ ଓ ଦିଲ୍ଲୀରେ ଭୂମିକମ୍ପର ଝଟକା ଲାଗିଛି ।
ଗତ ଶୁକ୍ରବାର ଜିଲ୍ଲୀରେ ଝଟକା ଲାଗିଥିବା ଭୂମିକମ୍ପର କେନ୍ଦ୍ରସ୍ଥଳୀ ହେଉଛି ରାଜସ୍ଥାନର ଅଲଓ୍ୱାର । ଉତ୍ତରଭାରତର କିଛି ସ୍ଥାନରେ ଏହାର ଝଟକା ଅନୁଭୂତ ହୋଇଛି । ଦିଲ୍ଲୀ, ନୋଏଡା, ଗାଜିଆବାଦରେ ମଧ୍ୟ ଝଟକା ଲାଗିଛି । ଏତେଥର ଭୂମିକମ୍ପ ପରେ ଲୋକମାନେ ଭୟଭୀତ ହୋଇ ପଡିଛନ୍ତି । ଅନୁଭୂତ ହେବା ପରେ ଲୋକମାନେ ଘରୁ ବାହାରକୁ ଚାଲିଆସିଥିଲେ ।
ସେହିପରି ରବିବାର ସକାଳେ ଲଦାଖରେ ଭୂମିକମ୍ପ ହୋଇଥିବା ବେଳେ ସନ୍ଧ୍ୟାରେ ୧୫ ମିନିଟ୍ ଅନ୍ତରାଳେ ଗୁଜରାଟ ଓ ମିଜୋରାମରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଗୁଜରାଟର କଚ୍ଛରେ ରବିବାର ସନ୍ଧ୍ୟାରେ ଭୂକମ୍ପ ଝଟକା ଲାଗିଥିଲା। କଚ୍ଛରେ ସନ୍ଧ୍ୟା ୫ଟା ୧୧ରେ ଭୂକମ୍ପ ହୋଇଥିବା ବେଳେ ଏହାର ୧୫ ମିନିଟ୍ ପରେ ମିଜୋରାମରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା ।