ପୃଥିବୀର ଚୁମ୍ବକୀୟ କ୍ଷେତ୍ରରେ ସୃଷ୍ଟି ହୋଇଛି ଅସ୍ଥିରତା: ଯୋଗାଯୋଗ ଓ ଉପଗ୍ରହ ଉତକ୍ଷେପଣ ହେବ ପ୍ରଭାବିତ, ଆସିବ ସୌରଝଡ !

Published By : Prameya-News7 Bureau | May 26, 2020 IST

ନୂଆଦିଲ୍ଲୀ , ୨୬|୦୫: ଧିରେଧିରେ ଦୁର୍ବଳ ହେଉଛି ଆଫ୍ରିକା ଓ ଦକ୍ଷିଣ ଆମେରିକା ମଧ୍ୟରେ ଥିବା ଚୁମ୍ପକୀୟ କ୍ଷେତ୍ର । ସାଉଥ୍ ଆଟଲାଣ୍ଟିକ୍ ଡିସଅର୍ଡର୍ ପାଇଁ ଏପରି ହୋଇଥିବା ଅନୁମାନ କରାଯାଉଛି । ଏହା ଏକ ପ୍ରାକୃତିକ ପ୍ରକ୍ରିୟା । ଏହା ଫଳରେ ବିମାନ ଚଳାଚଳ ସମେତ ଉପଗ୍ରହ ଉତକ୍ଷେପଣ ଓ ଯୋଗାଯୋଗ ଆଦି ପ୍ରଭାବିତ ହେବା ନେଇ ଅନୁମାନ କରାଯାଉଛି । ଏନେଇ ବୈଜ୍ଞାନିକମାନେ ମଧ୍ୟ ସତର୍କ କରାଇଛନ୍ତି ।

ୟୁରୋପ ସାଟେଲାଇଟରୁ ମିଳିଥିବା ତଥ୍ୟାନୁସାରେ, ୧୯୭୦ରୁ ୨୦୨୦ ସୁଦ୍ଧା ପୃଥିବୀର ମ୍ୟାଗନେଟିକ୍ ଫୋର୍ସ୍ ବା ଚୁମ୍ପକୀୟ ବଳ ୮ ପ୍ରତିଶତ କମିଛି । ଭୂଚୁମ୍ବକର ଉତ୍ତରମେରୁ ଓ ଦକ୍ଷିଣମେରୁ ମଧ୍ୟରେ ସ୍ଥାନରେ ମଧ୍ୟ ପରିବର୍ତ୍ତନ ହୋଇଛି । ଫଳରେ ଚୁମ୍ବକୀୟ କ୍ଷେତ୍ରରେ ପରିବର୍ତ୍ତନ ଘଟିଛି । ତେବେ ଏହି ପରିବର୍ତ୍ତନ ପୂର୍ବରୁ ୭.୮ ଲକ୍ଷ ବର୍ଷ ପୂର୍ବେ ହୋଇଥିଲା । ତେବେ ୨.୫ ଲକ୍ଷ ବର୍ଷରେ ଏପରି ହୋଇଥିବା ନଜିର ରହିଛି । ଏପରି ହେଲେ ଅନେକ ସମସ୍ୟା ଉପୁଜିଥାଏ । ଏପରିକି ଟେଲିକମ୍ୟୁନିକେସନ, ଭୂମିକମ୍ପ, ଝଡବାତ୍ୟା ହେବାର ସମ୍ଭାବନା ରହିଛି । ଏପରିକି ମୋବାଇଲ୍ ଫୋନ ମଧ୍ୟ କାମ କରିବା ବନ୍ଦ ହୋଇଯିବ ବୋଲି ଆଶଙ୍କା ରହିଛି ।

{"id":276605,"width":751,"height":559,"sizeSlug":"large"}

ସୂଚନାଯୋଗ୍ୟ, ପୃଥିବୀର ଚୁମ୍ବକୀୟ କ୍ଷେତ୍ର ଅନେକ ସୌର ବିକିରଣ, ଝଡରୁ ରକ୍ଷା କରିଥାଏ । ତେବେ ଏଥିରେ ପରିବର୍ତ୍ତନ ଅନେକ ବିପଦକୁ ଆଣିବ । କାରଣ ଏହା ପ୍ରଭାବିତ ହେବାର ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.