ଲକଡାଉନ୍ ପ୍ରଭାବ ! ଆଣ୍ଟାର୍କଟିକା ଉପରେ ବିଶାଳ ଓଜୋନ ଆସ୍ତରଣର ଛିଦ୍ର ଭରିଯାଇଛି, ଦାବି କଲା ୟୁରୋପୀୟ ଉପଗ୍ରହ ଅନୁଧ୍ୟାନକାରୀ ଏଜେନ୍ସୀ
28/04/2020 at 5:12 PM

ଲଣ୍ଡନ, ୨୮|୦୪: ପୃଥିବୀର ଉତ୍ତର ମେରୁରେ ଥିବା ଓଜନ ସ୍ତରରେ ଦେଖାଦେଇଥିବା ଛିଦ୍ର ବନ୍ଦ ହେବାରେ ଲାଗିଛି । ଏନେଇ ୟୁରୋପୀୟାନ ସାଟେଲାଇଟ୍ ମନିଟରିଂ ଏଜେନ୍ସି କୋପରନିକସ୍ ଇସିଓମଡବ୍ଲ୍ୟୁଏଫ୍ କହିଛି ।
ଇସିଓମଡବ୍ଲ୍ୟୁଏଫର କହିବାନୁସାରେ, ଆର୍କାଟିକରେ ଥିବା ଓଜୋନ ସ୍ତରରେ ସବୁଠାରୁ ବଡ ଛିଦ୍ର ଦେଖିବାକୁ ମିଳିଥିଲା । ଯାହାକୁ ନେଇ ବୈଜ୍ଞାନିକମାନେ ଚିନ୍ତା ପ୍ରକାଶ କରିଥିଲେ । ଏହା ଆର୍କାଟିକର ୧ ମିଲିୟନ ସ୍କୋୟାର କିଲୋମିଟର୍ ଯାଏଁ ବ୍ୟାପି ହୋଇ ରହିଥିଲା । ଏବେ ଏହା ବନ୍ଦ ହୋଇଯାଇଛି । ଏନେଇ ଇସିଓମଡବ୍ଲ୍ୟୁଏଫର ଟ୍ୱିଟର୍ ପେଜରେ ପ୍ରକାଶ ପାଇଛି ।
କଣ ଥିଲା ଏହି ଛିଦ୍ର
ପୃଥିବୀର ଉତ୍ତର ଓ ଦକ୍ଷିଣ ମେରୁ ଉପରେ ଓଜୋନର ଏକ ପରସ୍ତ ରହିଛି । କରୋନା ଭାଇରସ ପାଇଁ ଗୋଟିଏ ପଟେ ଲକଡାଉନ ଦକ୍ଷିଣ ଧୃବରେ ଓଜୋନର ଛିଦ୍ରକୁ କମ କରିଥିବା ବେଳେ ଉତ୍ତର ମେରୁରେ ଓଜୋନର ଲେୟାରରେ ଏକ ବଡ ଛିଦ୍ର ସୃଷ୍ଟି ହୋଇଥିଲା । ଏହା ସବୁଠାରୁ ବଡ ଛିଦ୍ର ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି । ଉତ୍ତର ମେରୁରେ ଆର୍କାଟିକ୍ ରହିଛି । ଏହି ଅଞ୍ଚଳରେ ଏକ ଶକ୍ତିଶାଳୀ ପୋଲାର୍ ଭର୍ଟେକ୍ସ ସୃଷ୍ଟି ହୋଇଛି । ଉତ୍ତର ମେରରୁ ଅଧିକ ଉଚ୍ଚରେ ଷ୍ଟ୍ରାଟୋସ୍ପିଅର ଉପରେ ବାଦଲ ପାଇଁ ଓଜୋନ ଲେୟାର ସୁକ୍ଷ୍ମ ହୋଇଯାଇଥିଲା ।
ବାଦଲ, କ୍ଲୋରୋଫ୍ଲୋରୋ କାର୍ବନ ଓ ହାଇଦ୍ରୋକ୍ଲୋରୋକାର୍ବନ ପାଇଁ ଏପରି ହୋଇଥିଲା । ଏହି ତିନୋଟିର ମାତ୍ରା ଓଜୋନରେ ବୃଦ୍ଧି ପାଇଥିଲା । ଫଳରେ ଷ୍ଟ୍ରାଟୋସ୍ପିଅରରେ ସୂର୍ଯ୍ୟ କିରଣ ପଡିଲେ କ୍ଲୋରିନ ଓ ବ୍ରୋମିନର ପରମାଣୁ ବାହାରି ଓଜୋନ ସ୍ତରରୁ ପତଳା କରିଦେଇଥିଲା । ଫଳରେ ଛିଦ୍ର ଦେଖିବାକୁ ମିଳିଥିଲା ।
ନାସାର କହିବାନୁସାରେ, ଷ୍ଟ୍ରାଟୋସ୍ପିଅର ପୃଥିବୀ ପୃଷ୍ଠର ୧୦ କିମିରୁ ୫୦ କିମି ଯାଏଁ ବ୍ୟାପ୍ତ ହୋଇ ରହିଛି । ଏହା ମଧ୍ୟରେ ଥିବା ଓଜୋନ ସ୍ତର ସୂର୍ଯ୍ୟରୁ ଆସୁଥିବା ଅତିବାଇଗଣୀ ରଶ୍ମୀରୁ ଜୀବଜଗତକୁ ରକ୍ଷା କରିଥାଏ । ବସନ୍ତ ଋତୁରେ ଦକ୍ଷିଣ ମେରୁରେ ଥିବା ଓଜୋନ ୭୦ ପ୍ରତିଶତ ହ୍ରାସ ପାଇଥାଏ । କିଛି ସ୍ଥାନରେ ପରସ୍ତ ରହିନଥାଏ । କିନ୍ତୁ ଉତ୍ତର ମେରୁରେ ଏପରି ହୋଇନଥାଏ । ତେବେ ପ୍ରଥମ ଥର ପାଇଁ ଏଠାରେ ବଡ ଛିଦ୍ର ଦେଖିବାକୁ ମିଳିଥିଲା । ତେବେ ପ୍ରଦୂଷଣ କମ ହେଲେ ଏହି ଛିଦ୍ର କମିଯିବ ବୋଲି ବୈଜ୍ଞାନିକମାନେ ମତ ଦେଇଥିଲେ ।