ଶନିବାର ରାତି ୮:୩୦ରେ ପାଳନ କରାଗଲା Earth Hour : ଘଣ୍ଟାଏ ପାଇଁ ବନ୍ଦ କରାଗଲା ସମସ୍ତ ଲାଇଟ୍ ଏବଂ ବିଜୁଳି ଉପକରଣ

Published By : Prameya-News7 Bureau | March 29, 2020 IST

ନୂଆଦିଲ୍ଲୀ ୨୯/୩: କରୋନା ଭାଇରସର ଲକଡାଉନ୍ ସମୟରେ ଶନିବାର ରାତି ୮:୩୦ରେ ବିଶ୍ବବ୍ୟାପି (Earth Hour) ପାଳନ କରାଯାଇଥିଲା। ଏହି ସମୟରେ ଶକ୍ତିର ଅପବ୍ୟୟ ନକରି ପୃଥିବୀକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଲୋକେ ନିଜ ଘରେ ଅନାବଶ୍ୟକ ଲାଇଟ୍ ଏବଂ ବିଜୁଳି ଉପକରଣ ବନ୍ଦ ରଖିଥିଲେ। ୨୦୨୦ମସିହାରେ (Earth Hour) ର ଏହା ଚତୁର୍ଦ୍ଦଶ ସଂସ୍କରଣ ଥିଲା ଏବଂ ଏହାର ଥିମ୍ ‘ଜଳବାୟୁ ପରିବର୍ତ୍ତନକୁ କମ୍ କରିବାର ନିଷ୍ପତ୍ତି ଏବଂ ସତତ ବିକାଶ’ ଅଟେ। ଅର୍ଥ ଆଓ୍ବାର ଡେର ଆରମ୍ଭ ବନ୍ୟଜୀବ ଏବଂ ପର୍ଯ୍ୟାବରଣ ସଙ୍ଗଠନ ୨୦୦୭ମସିହାରେ କରିଥିଲା।

ପ୍ରଥମ ଥର ଏହାକୁ ୨୦୦୭ମସିହାରେ ଅଷ୍ଟେଲିଆର ସିଡନି ସହରରେ ପାଳନ କରାଯାଇଥିଲା। ଏଥିପାଇଁ ଲୋକଙ୍କୁ ୬୦ମିନିଟ୍ ପାଇଁ ସବୁ ଲାଇଟ୍ ବନ୍ଦ କରିବାକୁ ଅପିଲ କରାଯାଇଥିଲା। ଧୀରେ ଧୀରେ ଏହାକୁ ବିଶ୍ବବ୍ୟାପି ପାଳନ କରାଯାଇଥିଲା। ଆଜି ଏହା ଏକ ଆନ୍ଦୋଳନ ହୋଇସାରିଛି। ୨୦୧୯ମସିହାରେ (Earth Hour)ର ଥିମ୍ ‘ବଞ୍ଚିବାର ରାସ୍ତା ପରିବର୍ତ୍ତନ କର’ ଥିଲା। ଏଥିରେ ୧୮୭ଦେଶର ୭୦୦୦ରୁ ଅଧିକ ସହର ଭାଗ ନେଇଥିଲା।

ଏହି ଅବସରରେ ବନ୍ୟଜୀବ ଏବଂ ପର୍ଯ୍ୟାବରଣ ସଙ୍ଗଠନ ନିଜ ସନ୍ଦେଶରେ କହିଥିଲା ଯେ,‘ଏବେ ବିଶ୍ବ ବହୁତ ବଡ଼ ସଙ୍କଟରେ ଘେରି ରହିଛି କିନ୍ତୁ ଆମେ ଏପରି ଉପାୟ ଦ୍ବାରା ନିଜକୁ ଯୋଡ଼ି ପ୍ରେରିତ କରି ପାରିବା ଏବଂ ଜିନିଷକୁ ବଦଳାଇ ପାରିବା। ଏପରି ପରିସ୍ଥିତିରେ ଆମ୍ଭମାନଙ୍କୁ ମଧ୍ୟ ଏହି Earth Hourରେ ସାମିଲ ହେବା ଆବଶ୍ୟକ କାରଣ ବିଶ୍ବର ଏକଜୁଟତାକୁ ଦେଖାଇବା ପାଇଁ କୋଟି କୋଟି ଲୋକେ ଘରେ ବନ୍ଦୀ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.