ନିଜ ଘର ଛାତରୁ କରିପାରିବେ ଲକ୍ଷ ଲକ୍ଷ ଟଙ୍କାର ରୋଜଗାର : ଜାଣନ୍ତୁ କିପରି?

Published By : Prameya-News7 Bureau | November 24, 2020 IST

ନୂଆଦିଲ୍ଲୀ ୨୪/୧୧: ଯଦି ଆପଣଙ୍କ ଘରର ଛାତ ଖାଲି ପଡ଼ିଛି ତେବେ ଆପଣଙ୍କ ପାଖରେ ଆୟ କରିବାର ଭଲ ସୁଯୋଗ ରହିଛି। ଆଜି ଆପଣଙ୍କୁ ଏପରି କିଛି ବିଜନେସ୍ ଆଇଡିଆ ବିଷୟରେ କହିବା,ଯାହା ଜରିଆରେ ଆପଣ ସହଜରେ ଲକ୍ଷପତି ହୋଇ ପାରିବେ। ଏହି ବିଜନେସ୍ ଆପଣଙ୍କୁ ଘରେ ବସି ଲକ୍ଷପତି କରାଇବ। ଏଥିପାଇଁ ଆପଣଙ୍କୁ ଅଧିକ ଇନଭେଷ୍ଟମେଣ୍ଟ୍ ମଧ୍ୟ କରିବାକୁ ପଡ଼ିବ ନାହିଁ। ଏଥିପାଇଁ ଅଳ୍ପ ସାବଧାନତା ଅବଲମ୍ବନ କରିବାକୁ କରିବାକୁ ପଡ଼ିବ। ଆସନ୍ତୁ ଜାଣିବା କିପରି ଆପଣ ଏହି ବ୍ୟବସାୟ ଆରମ୍ଭ କରିବେ।

୧.ସୋଲାର ପ୍ୟାନେଲ୍ ଲଗାଇ କରିବେ ଆୟ : ସୋଲାର ପ୍ଲାଣ୍ଟ୍ ବିଜନେସକୁ ସରକାର ମଧ୍ୟ ଗୁରୁତ୍ବ ଦେଉଛନ୍ତି। ଏପରି କ୍ଷେତ୍ରରେ ଯଦି ଆପଣ ନିଜ ବିଲଡିଂର ଛାତ ଉପରେ ସୋଲାର ପ୍ଲାଣ୍ଟ୍ ଲଗାଇବାକୁ ଚାହୁଁଛନ୍ତି ତେବେ ଏହା କେବଳ ଆପଣଙ୍କ ବିଜୁଳି ବିଲ୍ ବଞ୍ଚାଇବ ନାହିଁ ବରଂ ଆୟ ମଧ୍ୟ କରାଯାଇପାରିବ।

ଏହା ବ୍ୟତୀତ ଆପଣ ଟେରିସ୍ ଫାର୍ମିଂ ଜରିଆରେ ମଧ୍ୟ ଆୟ କରିପାରିବେ। ଏଥିପାଇଁ ବିଲଡିଂ ଛାତରେ ଗ୍ରୀନ୍ ହାଉସ୍ କରିବାକୁ ପଡ଼ିବ। ଏଠାରେ ଆପଣ ପଲିବ୍ୟାଗରେ ପରିବା ମଧ୍ୟ ଲଗାଇ ପାରିବେ ଏବଂ ଡ୍ରିପ୍ ସିଷ୍ଟମ ଦ୍ବାରା ନିରନ୍ତର ସିଞ୍ଚନ କରାଯାଇପାରିବ। କିନ୍ତୁ ଏଥିପାଇଁ ଖାସ୍ ଦେଖାଶୁଣା କରିବାର ଆବଶ୍ୟକତା ରହିଛି।

୨. ମୋବାଇଲ୍ ଟାଓ୍ବାର ଲଗାଇ କରିବେ ଆୟ : ଯଦି ଆପଣଙ୍କ ବିଲଡିଂର ଛାତ ଖାଲି ରହିଛି ତେବେ ଆପଣ ତାହାକୁ ମୋବାଇଲ୍ କମ୍ପାନୀକୁ ଭଡ଼ାରେ ଦେଇ ପାରିବେ। ମୋବାଇଲ୍ ଟାଓ୍ବାର ଲଗାଇବା ପରେ ଆପଣଙ୍କୁ କମ୍ପାନୀ ତରଫରୁ ପ୍ରତି ମାସରେ କିଛି ଟଙ୍କା ଦିଆଯାଇଥାଏ। ଏଥିପାଇଁ ଆପଣଙ୍କୁ ସ୍ଥାନୀୟ ନଗର ନିଗମରୁ ଅନୁମତି ନେବାକୁ ପଡ଼ିବ।

୩. ହୋର୍ଡ଼ିଂ ଲଗାଇ କରିପାରିବେ ଆୟ : ଯଦି ଆପଣଙ୍କ ବିଲଡିଂ ଏପରି ଲୋକେସନରେ ରହିଛି ଯାହା ଦୂରରୁ ସହଜରେ ଦେଖି ହେଉଥିବ କିମ୍ବା ମେନ ରୋଡ ସହ ଲାଗିଥିବ ତେବେ ଆପଣ ନିଜ ଛାତରେ ହୋର୍ଡ଼ିଂ ଲଗାଇ ଭଲ ଟଙ୍କା ପାଇ ପାରିବେ। ପ୍ରତି ସହରରେ ଏପରି ଆଡଭରଟାଇଜିଂ ଏଜେନ୍ସି ରହିଛି ଯାହା ଆଉଟଡୋର ଆଡଭରଟାଇଜିଂ କାମ କରିଥାଏ।

ଆପଣ ଏହି ଏଜେନ୍ସି ସହ ଯୋଗାଯୋଗ କରି ପାରିବେ ଯାହା ସବୁ ପ୍ରକାରର କ୍ଲିୟରାନ୍ସ ନେଇ ଆପଣଙ୍କ ଛାତ ଉପରେ ହୋର୍ଡ଼ିଂ ଲଗାଇବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.