ଏହି ୫ ଓ ୧୦ ଟଙ୍କିଆ ମୁଦ୍ରା ଆପଣଙ୍କୁ କରିଦେବ ଲକ୍ଷପତି !

Published By : Prameya-News7 Bureau | October 19, 2020 IST

ନୂଆଦିଲ୍ଲୀ ୧୯/୧୦ : କରୋନା ସଙ୍କଟ ସମୟରେ ଆପଣଙ୍କ ପାଖରେ ଘରେ ବସି ଲକ୍ଷପତି ହେବାର ସୁଯୋଗ ଅଛି। ତେବେ ସବୁଠାରୁ ଖାସ କଥା ହେଲା ଏଥିପାଇଁ ଅପଣଂକୁକିଛି କରିବାକୁ ପଡ଼ିବନି। ଏଥିପାଇଁ ଆପଣଙ୍କ ପାଖରେ ୫ ଟଙ୍କିଆ କିମ୍ବା ୧୦ ଟଙ୍କିଆ ମୁଦ୍ରା ଥିବା ଦରକାର। ଆପଣଙ୍କୁ ଏହି ମୁଦ୍ରାର ଫଟୋ ୱେବସାଇଟରେ ପୋଷ୍ଟ କରିବାକୁ ହେବ। ଏହାପରେ ଲୋକେ ଆପଣଙ୍କ ମୁଦ୍ରା ପାଇଁ ବୋଲି ଲଗାଇବେ। ଆପଣ ଯାହାକୁ ଇଚ୍ଛା ମୁଦ୍ରା ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ଆୟ କରିପାରିବେ। ଜାଣନ୍ତୁ ଏଥିପାଇଁ ଆପଣଙ୍କୁ କେଉଁ ମୁଦ୍ରା ଦରକାର ଏବଂ କିଭଳି ଆୟ କରିବେ।

ମିଡ଼ିଆ ରିପୋର୍ଟ ଅନୁଯାୟୀ, ଇଣ୍ଡିଆମାର୍ଟ ୱେବସାଇଟରେ ପୁରୁଣା ମୁଦ୍ରା ଓ ନୋଟର ନିଲାମୀ ହେଉଛି। ଯଦି ପୁରୁଣା ଜିନିଷ ଜମା କରିବା ଆପଣଙ୍କ ସଉକ ତାହେଲେ ଆପଣଙ୍କ ଏହି ସଉକ ଆପଣଙ୍କୁ ଲକ୍ଷପତି କରିଦେବ। ଏଥିପାଇଁ ଆପଣଙ୍କୁ ୫ ଓ ୧୦ ଟଙ୍କିଆ ମୁଦ୍ରା ଦରକାର ଯେଉଁଥିରେ ବୈଷ୍ଣୋ ମାତାଙ୍କ ଚିତ୍ର ଥିବ।୨୦୦୨ ମସିହାରେ ଏହି ମୁଦ୍ରା ଜାରି କରାଯାଇଥିଲା। ମା'ଙ୍କ ଚିତ୍ର ଥିବାରୁ ଲୋକେ ଏହାକୁ ବହୁତ ଲକି ବୋଲି ମାନନ୍ତି। ହିନ୍ଦୁ ଧର୍ମରେ ମା' ବୈଷ୍ଣୋ ଦେବୀଙ୍କୁ ପୂଜା କରାଯାଏ। ଲୋକେ ଏହି ମୁଦ୍ରା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି।

ସୂଚନାଯୋଗ୍ୟ ଯେ ବ୍ରିଟିଶ ଭାରତରେ ଏମିତି ଅନେକ ନୋଟ ଚାଲୁଥିଲା। ପୂର୍ବରୁ ୧୦ ଟଙ୍କିଆ ନୋଟରେ ଅଶୋକ ସ୍ଥମ୍ଭ ଚିତ୍ର ରହୁଥିଲା। ୩ ମୁହଁ ବିଶିଷ୍ଟ ସିଂହର ଫଟୋ ଥିବା ଏହି ନୋଟ ବର୍ତ୍ତମାନ ଦୁର୍ଲଭ। କିନ୍ତୁ ଆପଣଙ୍କ ପାଖରେ ଯଦି ଏହି ନୋଟ ଅଛି ତାହେଲେ ଆପଣଙ୍କ ଭାଗ୍ୟ ଚମକି ପାରେ। ଏହି ନୋଟ ବଦଳରେ ଆପଣଙ୍କୁ ୨୦ ରୁ ୨୫ ହଜାର ଟଙ୍କା ମିଳିପାରିବ। ଆପଣ ଘରେ ବସି ଅନଲାଇନରେ ଏହି ନୋଟ ବିକ୍ରି କରିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.