କାଶ୍ମୀରରେ ପଡ଼ିଲାଣି ବରଫ, ଏବେ ଉପତ୍ୟାକାକୁ ଛୁଟିଛି ପର୍ଯ୍ୟଟକଙ୍କ ସୁଅ, ହାଉସ୍ ବୋଟ୍ ଦେଉଛନ୍ତି ଡିସ୍କାଉଣ୍ଟ

Published By : Prameya-News7 Bureau | November 13, 2021 IST

ଶ୍ରୀନଗର ୧୩।୧୧: ଚଳିତବର୍ଷ ଜମ୍ମୁ-କାଶ୍ମୀରରେ ଆଗୁଆ ହୀମପାତ ପର୍ଯ୍ୟଟନ ଶିଳ୍ପକୁ ବେଶ୍ ଉତ୍ସାହିତ କରିଛି। ଏମିତିରେ ନଭେମ୍ବର ମାସ ଶେଷ ବେଳକୁ କାଶ୍ମୀର ଉପତ୍ୟାକାରେ ତୁଷାରପାତ ଆରମ୍ଭ ହୋଇଥାଏ। ଏଣୁ ଆଗୁଆ ଚାଲିଯାଇଥିବା ପର୍ଯ୍ୟଟକଙ୍କୁ ବରଫ ପଡିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥାଏ। ହେଲେ ଚଳିତବର୍ଷ କଥା ଭିନ୍ନ ଏଠାରେ ଅକ୍ଟୋବର ଶେଷ ସପ୍ତାହରୁ ହୀମପାତ ହେଲାଣି। ଏଣୁ ଏବେ ପର୍ଯ୍ୟଟକଙ୍କ ସୁଅ ଛୁଟିଛି।

{"id":543324,"sizeSlug":"full","linkDestination":"none"}

ଆରମ୍ଭରୁ ପର୍ଯ୍ୟଟକଙ୍କ  ସଂଖ୍ୟା ଉପତ୍ୟାକାରେ ପର୍ଯ୍ୟଟନ ଉଦ୍ୟୋଗ ସହ ଜଡ଼ିତ ଲୋକଙ୍କୁ ବେଶ ଉତ୍ସାହିତ କରିଛି। ଏଣୁ ଚଳିତ ଋତୁରେ ବେଶ ଆୟ ଲାଗି ଲୋକେ ଆଶାବାନ୍ଧିଛନ୍ତି। କାଶ୍ମୀରରେ ପ୍ରତ୍ୟେକ ଋତୁ ଉପଭୋଗ୍ୟ। ତେବେ ଯଦି ପର୍ଯ୍ୟଟକଙ୍କୁ ଗୋଟିଏ ଋତୁରେ ଦୁଇଟି ଋତୁର ଅନୁଭବ ମିଳେ ଓ ଏଥିରେ ହାଉସ୍‌ ବୋଟରେ ରାତି ବିତାଇବା ଲାଗି ଡିସ୍କାଉଣ୍ଟ ମିଳେ ଏହାଠୁ ଅଧିକ ସୁବିଧା ଆଉ କଣ ହୋଇପାରେ? ଉପତ୍ୟାକାରେ ସମୟପୂର୍ବରୁ ଆରମ୍ଭ ହୋଇଯାଇଥିବା ହୀମପାତ ଯୋଗୁ ଏବେ କାଶ୍ମୀରରେ ଏକକାଳୀନ ଦୁଇଟି ଋତୁ ଅନୁଭବ ହେଉଛି। ସମତଳ ଅଞ୍ଚଳରେ ପତ୍ରଝଡା ଆରମ୍ଭ ହୋଇଯାଇଥିବା ବେଳେ ପାର୍ବତ୍ୟାଞ୍ଚଳ ଶ୍ୱେତ ଚୁଷାରଚାରରେ ଘୋଡାଇ ହୋଇଯାଇଛି।

{"id":543322,"width":841,"height":560,"sizeSlug":"full","linkDestination":"none"}

ରାଜଧାନୀ ଶ୍ରୀନଗରରେ ଏବେ ଗଛ ସବୁ ପତ୍ରଝଡ଼ା ଦେଉଛନ୍ତି। ଏଠାକାର  ଲୋକପ୍ରିୟ ଚିନ୍ନାର ଗଛ ସବୁ ଏବେ ପତ୍ରଝଡ଼ା ଦେଉଥିବା ବେଳେ ଦୂରରୁ ପାହାଡ ଏବେ ଅପରୂପ ଶୋଭା ଧାରଣ କରିଛନ୍ତି। ଲୋକେ ଝରା ବରଫରେ ଖେଳିବାକୁ ବେଶ୍ ଆଗ୍ରହୀ ହେଉଛନ୍ତି। ଏଥିରେ ଜମ୍ମୁ-କାଶ୍ମୀର ସରକାରଙ୍କ ସମେତ ପର୍ଯ୍ୟଟନ ଉଦ୍ୟୋଗ ମଧ୍ୟ ସକ୍ରିୟ ହୋଇଛଚନ୍ତି। ପର୍ଯ୍ୟଟକଙ୍କୁ କାଶ୍ମୀର ବୁଲି ଆସିବାକୁ ଆକର୍ଷଣୀୟ ଅଫର ବି ଦେଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.