ଆମାଜନର ୧୯ ହଜାର ୮୧୬ କର୍ମଚାରୀଙ୍କୁ କରୋନା

Published By : Prameya-News7 Bureau | October 02, 2020 IST

ଓ୍ବାଶିଂଟନ୍ ୦୨/୧୦: ବଡ଼ ବଡ଼ ନେତା ତଥା ସେଲିବ୍ରିଟିମାନେ କରୋନାରୁ ବାଦ୍ ପଡ଼ି ନାହାନ୍ତି।  ଏବେ ଏଥିରେ ଯୋଡି ହୋଇଛି ଲୋକପ୍ରିୟ କମ୍ପାନି ଆମାଜନ। ଆମାଜନର ପ୍ରାୟ ୧୯ ହଜାର କର୍ମଚାରୀ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଇ-ରିଟେଲ କମ୍ପାନି ଆମାଜନ ଗୁରୁବାର କହିଛି ଯେ ମାର୍ଚରୁ ଏବେ ସୁଦ୍ଧା ପ୍ରାୟ ୧୯,୮୧୬ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି।

ଆମାଜନ କହିଛି ୧.୩୭ ମିଲିଅନ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ମଧ୍ୟରେ ଗ୍ରସରି ଷ୍ଟୋରରେ କାମ କରୁଥିବା କର୍ମଚାରୀ ମଧ୍ୟ ଏଥିରେ ସାମିଲ ଅଛନ୍ତି। ତେବେ ଲଜିଷ୍ଟିକ୍ ସେଣ୍ଟରର କିଛି କର୍ମଚାରୀ ଏହି କଥାକୁ ନିନ୍ଦା କରିବା ପରେ କମ୍ପାନି ଏହି ତଥ୍ୟ ଜାରି କରିଛି। କାରଣ ଲଜିଷ୍ଟିକ୍ ସେଣ୍ଟରର କିଛି କର୍ମଚାରୀ ଅଭିଯୋଗ କଲେ କମ୍ପାନିରେ  ଯେ କମ୍ପାନିର ଯେଉଁ ସହକର୍ମୀମାନେ କରୋନାରେ ସଂକ୍ରମିତ ହୋଇଛନ୍ତି ସେମାନଙ୍କ ତଥ୍ୟ କାହିଁକି ଦେଉ ନାହିଁ।

ଏବେ କମ୍ପାନି ପ୍ରତିଦିନ ୬୫୦ ସାଇଟରୁ ୫୦ ହଜାର ଲୋକଙ୍କର କରୋନା ପରୀକ୍ଷା କରାଉଛି। ଫ୍ରଣ୍ଟଲାଇନ୍ କର୍ମଚାରୀଙ୍କ ଠାରେ କରୋନା ସଂକ୍ରମଣକୁ ନେଇ କମ୍ପାନି ତା’ ବ୍ଲଗପୋଷ୍ଟରେ ସମସ୍ତଙ୍କୁ ଜଣାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.