Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||

ତିହାର ପୂର୍ବରୁ ଏହି ଜେଲରେ ୪ ଦୋଷୀଙ୍କୁ ଏକାସଙ୍ଗେ ହୋଇଥିଲା ଫାଶୀ, କରିଥିଲେ ଜଘନ୍ୟ ଅପରାଧ

22/03/2020 at 11:34 AM

ନୂଆଦିଲ୍ଲୀ ୨୨/୦୩ : ୨୦୧୨ ଦିଲ୍ଲୀ ଗଣଦୁଷ୍କର୍ମ ମାମଲା ପୁରା ଦେଶକୁ ଦୋହଲାଇ ରଖି ଦେଇଥିଲା | ସାରା ଦେଶ ଏହି ମାମଲାକୁ ନିର୍ଭୟା ମାମଲା ବୋଲି ଜାଣିଚି | ଜୀବନ ସହ ସଂଘର୍ଷ କରି ପୀଡିତା ଜୀବନ ହାରିଥିଲେ | ଦୋଷୀଙ୍କୁ ଦୀର୍ଘ ୭ ବର୍ଷ ପରେ ଫାଶୀ ଦଣ୍ଡ ଦିଆଯାଇଛି | ଦେଶ ସ୍ୱାଧୀନ ହେବାପରେ ନିର୍ଭୟା ଦୋଷୀଙ୍କୁ ଫାଶୀ ଘଟଣା ଦ୍ୱିତୀୟ ମାମଲା| ସ୍ୱାଧୀନତା ପରେ ଦ୍ୱିତୀୟଥର ପାଇଁ ଏକାସଙ୍ଗେ ୪ ଦୋଷୀଙ୍କୁ ଫାଶୀ ଦିଆଯାଇଛି | ଏହାପୂର୍ବରୁ ୧୯୮୩ ମସିହା ଅକ୍ଟୋବର ୨୫ ତାରିଖରେ ପୁନେ ୟରବଦା କେନ୍ଦ୍ର ଜେଲରେ ୪ଜଣଙ୍କୁ ଫାଶୀ ଦିଆଯାଇଥିଲା | ୧୦ ଜଣଙ୍କ ହତ୍ୟା କରିଥିବା ଯୋଗୁଁ ୪ ଜଣ ଛାତ୍ରଙ୍କୁ ଫାଶୀ ଦିଆଯାଇଥିଲା |

ଏହାପରେ ୨୦୨୦ ମସିହା ମାର୍ଚ୍ଚ ୨୦ ତାରିଖରେ ନିର୍ଭୟା ଦୋଷୀଙ୍କୁ ତିହାଡ଼ ଜେଲରେ ଏକାସଙ୍ଗେ ଫାଶୀ ଦିଆଯାଇଥିଲା | ଦେଶ ସ୍ୱାଧୀନ ହେବାପରେ ଏହା ଦ୍ୱିତୀୟ ମାମଲା | ୧୯୭୦ ମସିହାରେ ୧୦ ଜଣଙ୍କୁ ହତ୍ୟା କରିଥିବା ମାମଲାରେ ରାଜେନ୍ଦ୍ର ଜାକ୍କଲ. ଦିଲୀପ ସୁତାର, ସାନ୍ତରାମ ଜଗପାତ ଓ ମୁନବ୍ବର ଶାହଙ୍କୁ ଏକାସଙ୍ଗେ ଫାଶୀ ଦିଆଯାଇଥିଲା | ଏହି ୪ଜଣ କଲେଜ ଛାତ୍ର ଥିଲେ | ରାଜେନ୍ଦ୍ର, ଦିଲୀପ ଓ ସାନ୍ତରାମ ସହରର କଳା ମହାବିଦ୍ୟାଳୟରେ ପଢୁଥିଲେ | ମୁନବ୍ବର ବାଣିଜ୍ୟ କଲେଜ ଛାତ୍ର ଥିଲା | ୧୦ ଜଣଙ୍କ ହତ୍ୟା ମାମଲାରେ ୪ ଜଣଙ୍କୁ ପୁନେ ୟରବଦା ଜେଲରେ ଫାଶୀ ଦିଆଯାଇଥିଲା |

ଏମାନେ ଯୋଶୀ ପରିବାରର ୩ ସଦସ୍ୟଙ୍କୁ ତାଙ୍କ ବିଜୟନଗର ସ୍ଥିତ କଲୋନୀ ଘରେ ହତ୍ୟା କରିଥିଲେ | ଅଭୟଙ୍କର ପରିବାରର ୫ଜଣଙ୍କୁ ଭଣ୍ଡାରକର ରୋଡ଼ରେ ସ୍ଥିତ ତାଙ୍କ ବଙ୍ଗଳାରେ ହତ୍ୟା କରିଥିଲେ | ଅଲଗା ଅଲଗା ମାମଲାରେ ଆଉ ଦୁଇଜଣ ଯୁବକଙ୍କୁ ହତ୍ୟା କରିଥିଲେ | ପ୍ରଥମ ହତ୍ୟା ୧୯୭୬ ମସିହା ଜାନୁଆରୀ ୧୬ ତାରିଖରେ ଘଟିଥିଲା | ୧୯୭୬ ମସିହା ଅକ୍ଟୋବର ୩୧ ତାରିଖରୁ ୧୯୭୭ ମସିହା ମାର୍ଚ୍ଚ ୨୩ ତାରିଖ ଭିତରେ ୯ଜଣଙ୍କୁ ହତ୍ୟା କରିଥିଲେ |

ଏହି ହତ୍ୟା ଘଟଣା ଯୋଶୀ-ଅଭୟଙ୍କର ସିରିଏଲ ମର୍ଡର କେଶ ଭାବେ ପରିଚିତ | ହତ୍ୟା ଘଟଣା ପରେ ପୁନେରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା | ସନ୍ଧ୍ୟା ୬ଟା ପରେ ଲୋକେ ଘରୁ ବାହାରୁନଥିଲେ | ସନ୍ଧ୍ୟା ସମୟରେ ପୋଲିସ ପାଟ୍ରୋଲିଂ କରୁଥିଲା | 

   Related Posts