Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

ଗୁଗଲ ଷ୍ଟ୍ରିଟ୍ ଭ୍ୟୁ ନଜରରେ ଏପରି ଧରାପଡିଲେ ନଗ୍ନ ଯୋଡି, ଜାଣନ୍ତୁ କ’ଣ କହିଲେ ପ୍ରବକ୍ତା

5/10/2019 at 8:44 PM

ତାଇୱାନ ପର୍ବତ ଶୃଙ୍ଖଳାର ମଝାମଝି ଅଞ୍ଚଳ ପିଟା ଟ୍ରାକରୁ ଦୂରରେ ଏକ ଯୋଡି ଭାବିଥିଲେ ସେମାନଙ୍କ ଅନ୍ତରଙ୍ଗ ମୂହୁର୍ତ୍ତ ସବୁଦିନ ଲାଗି ରାସ୍ତାକଡରେ ରହସ୍ୟ ହୋଇ ରହିଯିବ। ହେଲେ ଗୁଗୁଲ ଷ୍ଟ୍ରିଟ୍ ଭ୍ୟୁ ନଜରରୁ କିନ୍ତୁ ବର୍ତ୍ତିପାରିନାହାନ୍ତି ସେମାନେ। କେବଳ ସେମାନଙ୍କୁ ନୁହେଁ ସେମାନଙ୍କ ଅନ୍ତରଙ୍ଗ କ୍ଷଣର ପ୍ରତିଟି ମୂହୂର୍ତ୍ତକୁ ରେକର୍ଡ କରିନେଇଥିଲା ଗୁଗଲ ଷ୍ଟ୍ରିଟ୍ ଭ୍ୟୁ। ଯାହା ପରେ ସୋସାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ତାଇଚୁଂ ଶାନ୍ତିୟନ ରୋଡରେ ଗୁଗୁଲ ଷ୍ଟ୍ରିଟ୍ ଭ୍ୟୁର ଏହି ଛବି ନଗ୍ନତା ସମ୍ପର୍କିତ ସମସ୍ତ ନିୟମ ଉଲ୍ଲଂଘନ କରିଛି।  ହେଲେ ଜଣାପଡିବା ପରେ ବି ଏହାକୁ କାଢିଦେବାର ବ୍ୟବସ୍ଥା କରାଯାଇନଥିଲା। ଯେଉଁଥିଲାଗି ଯୋଡି ଏବେ ସମସ୍ତଙ୍କ ସମ୍ମୁଖରେ ଉନ୍ମୁକ୍ତ ହୋଇଯାଇଛନ୍ତି। ହୁଏତ ସମୟ ପୂର୍ବରୁ ପଦକ୍ଷେପ ନିଆଯାଇଥିଲେ ରାସ୍ତାକଡରେ ସେମାନଙ୍କ କାର୍ଯ୍ୟ ସବୁଦିନ ଲାଗି ଲୁକ୍କାୟିତ ରହିଯାଇଥାନ୍ତା। ହେଲେ ଜଣେ ଗୁଗଲ ୟୁଜରଙ୍କ ନଜରରେ ଏହି ଛବି ପଡିବା ଏବେ ସେମାନଙ୍କୁ ସୋସାଲ ମିଡିଆରେ ଭାଇରାଲ କରିଦେଇଛି। ଏହି ଛବିକୁ ଲୋକେ ନିଜନିଜ ଭିତରେ ଖୁବ୍ ପ୍ରାସିରତ  କରୁଥିବା ବେଳେ କେତେକ ୟୁଜର ତାଇଚୁଂର ସେହି ସ୍ଥାନକୁ ଯିବେ ବୋଲି ମଧ୍ୟ ଉଲ୍ଲେଖ କରୁଥିବା ଦେଖାଯାଇଛି। 

ଗତବର୍ଷ ଜନୈକ ତାଇୱାନ ମହିଳାଙ୍କ ଭାଇରଲ ଛବି ଯୋଗୁ ନଗ୍ନତା ଉପରେ ପ୍ରତିବନ୍ଧକ ଲଗାଇବାକୁ ଟେକ୍ ଦିଗ୍ଗଜମାନେ ପ୍ରତିଜ୍ଞା କରିଥିଲେ। ହେଲେ ଏହା ସତ୍ତ୍ୱେ ଶାନ୍ତିୟାନ ରୋଡର ଛବି ଭାଇରାଲ ହେବା ଏବେ ଗୁଗଲ ଉପରକୁ ଅଙ୍ଗୁଳି ଉଠିଛି। ଗୁଗଲର ଜନୈକ ମୁଖପାତ୍ର ଏହି ଛବି ନୀତି ଉଲ୍ଲଂଘନ କରୁଥିବାରୁ ଏହାକୁ ଏବେ ହଟାଇ ଦିଆଯାଇଥିବା କହିଛନ୍ତି। ତେବେ କେବଳ ଏହି ଯୋଡି ନୁହନ୍ତି ହୁଏତ ଆପଣ କେବେବି ଗୁଗୁଲ ଷ୍ଟ୍ରିଟ୍ ଭ୍ୟୁ ନଜରରେ ଆସିପାରନ୍ତି। କାରଣ ଇଣ୍ଟରନେଟ୍ ସହ ସଂଯୁକ୍ତ କୌଣସି ଉପକରଣର ଆଇପି ଆଡ୍ରେସ ଟ୍ରେସ ହେବା ମାତ୍ରେ ଯେକୌଣସି ଭୌଗଳିକସ୍ଥିତିକୁ ମ୍ୟାପ୍ କରାଯାଇପାରେ। ଏଣୁ ଏଥିଲାଗି ଆପଣ ବି ସତର୍କ ରହନ୍ତୁ।     

   Related Posts