Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ନିର୍ବାଚନରେ କରୋନା ନିୟମର ଖୁଲମ୍‌ଖୁଲା ଉଲଙ୍ଘନ, ଏପ୍ରିଲ୍‌ ୧୬ରେ ସର୍ବଦଳୀୟ ବୈଠକ ଡକାଇଲେ ନିର୍ବାଚନ ଆୟୋଗ
  • ||
  • ଭୁବନେଶ୍ବର : ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ପରୀକ୍ଷା ହେବ କି ନାହିଁ ସେନେଇ ଚିନ୍ତା କରିବୁ – ଗଣଶିକ୍ଷା ମନ୍ତ୍ରୀ
  • ||
  • ଯାଜପୁର : ଏକ ତରଫା ପ୍ରେମରୁ ଯୁବକଙ୍କ ଉନ୍ମତକାଣ୍ଡ, ବାହା ହେବାକୁ ରାଜି ନହେବାରୁ ସମ୍ପର୍କୀୟ ଭଉଣୀଙ୍କୁ ଚେଙ୍କ ଦେଲା ଭାଇ
  • ||
  • ବାଲେଶ୍ବର : ସମୁଦ୍ରରେ ମାଛ ଧରା ବନ୍ଦ, ଆଜିଠୁ ଜୁନ୍ ୧୫ ଯାଏଁ ବଳବତ୍ତର ରହିବ କଟକଣା
  • ||
  • ଭୁବନେଶ୍ବର : କୋଭିଡ୍ ନିୟମ ଉଲଂଘନକାରୀଙ୍କଠୁ ୨ କୋଟି ୧୭ ଲକ୍ଷ ଟଙ୍କା ଫାଇନ୍ ଆଦାୟ
  • ||
  • ଭୁବନେଶ୍ବର : ୟେଲୋ ଜୋନ୍‌କୁ ଗଲା ୫ ଜିଲ୍ଲା, ପୂର୍ବରୁ ୨ ଜିଲ୍ଲା ରହିଛି ରେଡ୍ ଜୋନ୍‌ରେ
  • ||
  • ଝାରସୁଗୁଡା : କୋଇଲା ଖଣି ମ୍ୟାନେଜର ଅଫିସରୁ ମହିଳା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରି : ମାଲକାନଗିରିରୁ ଛତିଶଗଡକୁ ସଂଯୋଗ ସମସ୍ତ ରାସ୍ତା ସିଲ୍, ଅପ୍ରେଲ ୩୦ଯାଏଁ ବସ୍ ଚଳାଚଳ ଠପ୍
  • ||
  • CBSE ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ, ଛାତ୍ରଛାତ୍ରୀଙ୍କ ମାର୍କ ସ୍ଥିର କରିବ ବୋର୍ଡ
  • ||

ନବୀନଙ୍କ ପଞ୍ଚମ ପାଳି: ମୁଖ୍ୟମନ୍ତ୍ରୀଙ୍କୁ ପ୍ରତି ମାସରେ ନିଜ ବିଭାଗର ପ୍ରୋଗ୍ରେସ୍ ରିପୋର୍ଟ ଦେବେ ମନ୍ତ୍ରୀ

5/06/2019 at 8:24 PM

ଭୁବନେଶ୍ବର ୫।୬ (ବିଭୁତି ମହାପାତ୍ର): ନବୀନଙ୍କ ପଞ୍ଚମ ପାଳିରେ କେଉଁ ମନ୍ତ୍ରୀ କେତେ ପାରିବାର ତା’ର ପ୍ରମାଣ ଦେବେ । ଏବେ ବର୍ଷ ଶେଷରେ ନୁହେଁ ବରଂ ପ୍ରତି ମାସରେ ନିଜ ନିଜ ବିଭାଗର ପ୍ରୋଗ୍ରେସ୍‌ ରିପୋର୍ଟ ଦେବେ ମୁଖ୍ୟମନ୍ତ୍ରୀଙ୍କୁ । ତେବେ ସରକାରଙ୍କ ନିର୍ବାଚନ ପ୍ରତିଶ୍ରୁତି କାମକୁ ତ୍ବରାନ୍ବିତ କରିବାକୁ ନବୀନ ଏଭଳି ମାସିକିଆ ରିପୋର୍ଟ ତଲବ କରିଛନ୍ତି ବୋଲି କୁହାଯାଉଛି । ହେଲେ ବିରୋଧୀଙ୍କ ନଜରରେ ଏସବୁ କେବଳ ଫାର୍ସ ।

ବିଭାଗ କାମ କେତେ ଆଗେଇଲା ସେନେଇ ଏଣିକି ପ୍ରତିମାସରେ ୭ତାରିଖ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେବେ ବିଭାଗୀୟ ମନ୍ତ୍ରୀଆସନ୍ତା ଜୁଲାଇ ମାସରୁ ହିଁ ଏହି ପ୍ରକ୍ରିୟା ଆରମ୍ଭ ହେବ । ଦଳୀୟ ଇସ୍ତାହାରର ପ୍ରସ୍ତାବ ଗୁଡ଼ିକୁ ସରକାରଙ୍କ ପ୍ରମୁଖ କାର୍ଯ୍ୟଭାବରେ କାର୍ଯ୍ୟକାରୀ କରିବା ଦିଗରେ ମନ୍ତ୍ରୀମାନେ ନିର୍ଦ୍ଦଷ୍ଟ ଭାବେ କି ପଦକ୍ଷେପ ନେଇଛନ୍ତି ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବେ ।

ନିଜର ପଞ୍ଚମପାଳିରେ ମୁଖ୍ୟମନ୍ତ୍ରୀଭାବେ ଦାୟିତ୍ବ ଗ୍ରହଣ କରିବା ପରେ ସରକାରୀସ୍ତରରେ କ୍ରିୟାଶୀଳତା ପାଇଁ ନବୀନଙ୍କ ଏଭଳି ଆଭିମୁଖ୍ୟ ଚର୍ଚ୍ଚାକୁ ଖୋରାକ୍‌ ଯୋଗାଇଛି । ସେପଟେ ସିଏମ୍‌ଙ୍କ ନିର୍ଦେଶ ପରେ ମନ୍ତ୍ରୀମାନେ ମଧ୍ୟ ରିପୋର୍ଟ ପ୍ରସ୍ତୁତରେ ଲାଗିପଡ଼ିଲେଣି । ସେପଟେ କିନ୍ତୁ ସରକାରଙ୍କ ଏଭଳି ଆଭିମୁଖ୍ୟକୁ ସହଜରେ ହଜମ କରିପାରୁନାହାନ୍ତି ବିରୋଧୀ ।

ବିଜେପିର ଯୁକ୍ତି ପୂର୍ବରୁ ଏଭଳି ଅନେକ ସମୀକ୍ଷା, ଅନେକ ଥର ରିପୋର୍ଟ କାର୍ଡ଼ ମଗାଯାଇଛି, ହେଲେ ଓଡ଼ିଶାବାସୀଙ୍କ ସ୍ଥିତିରେ କୌଣସି ପରିବର୍ତ୍ତନ ଆସିନାହିଁ । କିମ୍ବା  ରିପୋର୍ଟ କାର୍ଡ଼ରେ ଫେଲ୍‌ ମନ୍ତ୍ରୀଙ୍କୁ ପଦ ଛାଡ଼ିବାକୁ ପଡ଼ିନାହିଁ । ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ଏଭଳି ନିର୍ଦେଶକୁ କେବଳ ଫାର୍ସ ବୋଲି କହିଛନ୍ତି କଂଗ୍ରେସ ନେତା ।

ପୂର୍ବରୁ ଥ୍ରୀ ଟି ଫର୍ମୁଲାରେ ଚାଲିଥିବା ସରକାର, ପଞ୍ଚମ ପାଳିରେ ଏଥି ସହ ଆଉ ଦୁଇଟି -ଟିକୁ ଫଲୋ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ। ମାନେ ଟିମ୍‌ ଓ୍ବାର୍କ, ଟ୍ରାନ୍‌ସ୍‌ପରେନ୍ସି, ଟେକ୍ନୋଲୋଜି ସହିତ ଏଥର ଟ୍ରାନ୍‌ସ୍‌ଫର୍ମେସନ ଓ ଟାଇମ୍‌କୁ ମଧ୍ୟ ଯୋଡ଼ିଛନ୍ତି । ଏହାକୁ ଭିତ୍ତି କରି ଏକ ଗତିଶୀଳ ପ୍ରଶାସନିକ ମଡେଲ ଉପରେ ଗୁରୁତ୍ବଦେବାକୁ ଚିନ୍ତା କରିଛନ୍ତି ନବୀନ । ଅର୍ଥାତ୍‌ କେବଳ ଟାର୍ଗେଟ୍‌ ଦେଇ ଚୁପ୍‌ ବସିବେନି ସରକାରଏଥର ଟାଇମ୍‌ ଫ୍ରେମ୍‌ ଭିତରେ ଟାର୍ଗେଟ୍‌ ପୂରଣକୁ ମଧ୍ୟ ଗୁରୁତ୍ବ ଦିଆଯିବ, ସେଇ ବାର୍ତ୍ତା ବେବାକୁ ଚାହିଁଛନ୍ତି ସରକାର ।

   Related Posts