ଦିଲ୍ଲୀରେ ପ୍ରତି ଘଣ୍ଟାରେ ହେଉଛି ୨ଟି କରୋନା ମୃତ୍ୟୁ, ସବୁ ଶ୍ମଶାନରେ ହେଉଛି ଅନ୍ତିମ କ୍ରିୟା, ଗତବର୍ଷ ଭଳି ନାହିଁ ଚାପ

Published By : Prameya-News7 Bureau | April 12, 2021 IST

ନୂଆଦିଲ୍ଲୀ ୧୨।୪: କରୋନା ଭାଇରସ ମହାମାରୀ କିପରି ଘାତକ ରୂପ ଧାରଣ କରିଛି ତାହା ଦିଲ୍ଲୀରୁ ଅନୁମାନ କରାଯାଇପାରେ। ରାଷ୍ଟ୍ରୀୟ ରାଜଧାନୀରେ ପ୍ରତି ଘଣ୍ଟାରେ ୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି। ତେବେ ଗତବର୍ଷ ଭଳି ଚଳିତବର୍ଷ ସଂକ୍ରମଣକାଳରେ ରାଜଧାନୀର ଶ୍ମଶାନ ଘାଟମାନଙ୍କ ଉପରେ ଏତେଟା ଚାପ ନାହିଁ। ପରିସ୍ଥିତିକୁ ଆକଳନ କରି ପ୍ରଶାସନ ନେଇଥିବା ପଦକ୍ଷେପ ଏବେ କାମରେ ଆସୁଛି। 

{"id":437459,"width":838,"height":471,"sizeSlug":"large","linkDestination":"none"}

ଦିଲ୍ଲୀରେ ସଂକ୍ରମଣକୁ ଦୃଷ୍ଟିରେ ରଖି ମହାନଗର ନିଗମ ପକ୍ଷରୁ ଶ୍ମଶାନଘାଟମାନଙ୍କରେ ଅଧିକ ସଂସ୍କାର ପିଣ୍ଡି ନିର୍ମାଣ କରାଯାଇଥିଲା। ଏଣୁ ଶବ ପହଞ୍ଚିବାମାତ୍ରେ ଦାହ ସଂସ୍କାର ଶେଷ କରାଯାଉଛି। ଶବଗୁଡିକୁ କାଠ ସମେତ ସିଏନଜି ଭାଟ୍ଟିରେ ଦାହ କରିବା ଲାଗି ଏବେ ଅନୁମତି ମିଳିଯାଇଛି। ଦିଲ୍ଲୀରେ ରବିବାର ପ୍ରଥମ ଥର କରୋନା ମୃତ୍ୟୁସଂଖ୍ୟା ୪୮ରେ ପହଞ୍ଚିଥିଲା। ପ୍ରତି ଘଣ୍ଟାରେ ୨ ଜଣ ସଂକ୍ରମିତ ପ୍ରାଣ ହରାଉଥିବା ବେଳେ ଅନ୍ତିମ ସଂସ୍କାର ବେଶ ସୁରୁଖୁରୁରେ ଅନୁଷ୍ଠିତ ହୋଇଛି।

{"id":437460,"width":837,"height":471,"sizeSlug":"large","linkDestination":"none"}

ଶନିବାର ଦିଲ୍ଲୀରେ ୩୯ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା। ଏହା ପୂର୍ବରୁ ଏପ୍ରିଲ ୮ ତାରିଖ ଦିନ ୨୪, ସାତ ତାରିଖରେ ୨୦ ଓ ୬ ତାରିଖରେ ୧୭ ଜଣ ଲୋକ ପ୍ରାଣ ହରାଇଥିଲେ। ଏଥିରୁ ନିଗମ ବୋଧରେ ଅନ୍ତିମ ସଂସ୍କାର ଲାଗି କରୋନା ନିୟମ କଡାକଡି ପାଳନ ହେଉଥିବା ଏଠାକା ମୁଖ୍ୟ ପଣ୍ଡିତ ଗଣମାଧ୍ୟମକୁ କହିଛନ୍ତି। କର୍ମଚାରୀଙ୍କଠାରୁ ଆରମ୍ଭ କରି ବ୍ରାହ୍ଣଣଙ୍କ ପର୍ଯ୍ୟନ୍ତ ସମସ୍ତେ କରୋନା ନିୟମ ପାଳନ କରିବା ସହ ଉଚିତ ଦୂରତା ରହି ସଂସ୍କାର କାର୍ଯ୍ୟ କରୁଥିବା ସେ କହିଛନ୍ତି। ମୃତକଙ୍କ ପାର୍ଥୀବ ଶରୀର ସହ ଶ୍ମଶାନକୁ ୨୦ରୁ ଅଧିକ ଲୋକଙ୍କୁ ପ୍ରବେଶ ଅନୁମତି ଦିଆଯାଉ ନାହିଁ।

{"id":437461,"sizeSlug":"large","linkDestination":"none"}

ତେବେ ଗତବର୍ଷ କରୋନା ପ୍ରଥମ ଲହର କାଳରେ ଦିଲ୍ଲୀ ଶ୍ମଶାନମାନଙ୍କରେ ଅନ୍ତ୍ୟେଷ୍ଟି ଅତ୍ୟନ୍ତ କଷ୍ଟକର ହୋଇପଡିଥିଲା। ଏଥିରେ କୋଭିଡ ମୃତକଙ୍କ ଦାହସଂସ୍କାର ଲାଗି ନିଗମବୋଧ ଘାଟକୁ ଅନୁମତି ମିଳିଥିଲା। ସେତେବେଳେ କେବଳ ସିଏନଜି ଭାଟ୍ଟିରେ ଶବଦାହ ଲାଗି ଅନୁମତି ଥିବାରୁ ଏଠାରେ ଚାପ ଅନେକ ବଢିଯାଇଥିଲା। ଶବ ନେଇ ଆସିଥିବା ଲୋକଙ୍କୁ ଘଣ୍ଟାଘଣ୍ଟା ଅପେକ୍ଷା କରିବାକୁ ପଡୁଥିଲା। ତେବେ ଦ୍ୱିତୀୟ ଲହର କାଳରେ ସେପରି ପରିସ୍ଥିତି ପୁଣି ନ ଉପୁଜୁ ଏଣୁ ଅନ୍ୟ ଶ୍ମଶାନମାନଙ୍କୁ ଏଥିଲାଗି ଅନୁମତି ପ୍ରଦାନ କରାଯାଇଥିବା ବେଳେ ସେଠାରେ ଯେପରି ଭିଡ ନ ବଢେ ଶ୍ମଶାନ ସମ୍ପ୍ରସାରଣ ହୋଇଛି। ଏଣୁ ଭିଡ ନଥିବାରୁ ଅନ୍ତିମକ୍ରିୟା ଲାଗି ମଧ୍ୟ ଅନୁମତି ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.