ବଢିବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଜାଣନ୍ତୁ ମୃତ୍ୟୁର କେତେ ନିକଟରେ ଆମେ

Published By : Prameya-News7 Bureau | June 11, 2020 IST

ନୂଆଦିଲ୍ଲୀ ୧୧।୬: ସାରା ବିଶ୍ୱରେ ଗୁରୁବାର କରୋନା ସଂକ୍ରମିତଙ୍କ ସଂଖ୍ୟା ୭୩ ଲକ୍ଷରେ ପହଞ୍ଚିଛି। ଭାରତ ସରକାର ଏବେ ସଂକ୍ରମଣ ରୋକିବା ସହ କ୍ଲିନିକାଲ ମ୍ୟାନେଜମେଣ୍ଟ ଉପରେ ଗୁରୁତ୍ୱ ଦେଉଛନ୍ତି। ଏହା ସତ୍ତ୍ୱେ ଦେଶରେ ସଂକ୍ରମଣ ଓ ମୃତ୍ୟୁ ଥମିବାର ନାଁ ନେଉନି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କ ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ଦେଶରେ ସର୍ବାଧିକ ୩୫୭ଜଣଙ୍କ ମୃତ୍ୟୁ ହୋଇଛି। ଏହି ସଂଖ୍ୟା ଏବେ ଧିରେ ଧିରେ ବଢିବାରେ ଲାଗିଲାଣି।

{"id":284659,"width":580,"height":435,"sizeSlug":"large"}

ଦିଲ୍ଲୀରେ ପରିସ୍ଥିତି ଏବେ ଏପରି ହୋଇଛି ଯେ ଏଠାରେ ପ୍ରତି ୧୦୦ଟି ଟେଷ୍ଟରୁ ୨୯.୫୬ ପ୍ରତିଶତ ଲୋକେ ପଜେଟିଭ ଚିହ୍ନଟ ହେଉଥିବା ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି। ଅର୍ଥାତ ଜାତୀୟ ରାଜଧାନୀରେ ଏବେ ପ୍ରତି ଶହେ ଜଣରେ ୩୦ ଜଣ ସଂକ୍ରମିତ ହେଉଛନ୍ତି। ଦିଲ୍ଲୀରେ କରୋନା ସଂକ୍ରମଣ କେତେ ତୀବ୍ର ତାହା ଏହି ତଥ୍ୟରୁ ସହଜରେ ବୁଝାଯାଇପାରେ।

{"id":284660,"width":579,"height":347,"sizeSlug":"large"}

ଏଠାରେ ଯଦି କେବଳ ଜୁନ ମାସର ଆଲୋଚନା କରାଯାଏ ତେବେ ଦିଲ୍ଲୀରେ ପ୍ରତି ୧ ମିନିଟ୍‌ରେ ୨ ଜଣ ଲୋକ ସଂକ୍ରମିତ ହେଉଛନ୍ତି। ୧ରୁ ଜୁନ ୧୦ ତାରିଖ ସୁଦ୍ଧା ଜାତୀୟ ରାଜଧାନୀରେ ୧୨ ହଜାର ୯୬୬ଟି ନୂଆ କେସ୍ ଚିହ୍ନଟ ହୋଇଛି। ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୨ ହଜାର ୮୧୦ରେ ପହଞ୍ଚିଛି।

{"id":284661,"width":581,"height":384,"sizeSlug":"large"}

ସେହିପରି ୧ ଜୁନ ବେଳକୁ ଦିଲ୍ଲୀରେ ପ୍ରତି ୯୮ ମିନିଟ୍‌ରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେଉଥିଲା। ଜୁନ ୩ ତାରିଖ ବେଳକୁ ଏହି ହାର ୯୦ ମିନିଟ୍‌କୁ ହ୍ରାସ ହୋଇଥିବା ବେଳେ ଜୁନ ୫ ବେଳକୁ ୮୦ ମିନିଟ୍‌ରେ ଜଣକର ମୃତ୍ୟୁ ହେଉଥିଲା। ତେବେ ଜୁନ ୧୧ ତାରିଖ ବେଳକୁ ଦିଲ୍ଲୀରେ ପ୍ରତି ୩୨ ମିନିଟ୍‌ରେ ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହେଉଥିବା ପରିସ୍ଥିତିର ଭୟବହତାକୁ ପ୍ରମାଣିତ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.