ଇ-ଟିକେଟ ଠକେଇ:ଭୁବନେଶ୍ୱରରୁ ଜଣେ ଗିରଫ,୭୦୦ ଇ ଟିକେଟ ଜବତ

Published By : Prameya-News7 Bureau | February 15, 2020 IST

ଭୁବନେଶ୍ୱର ୧୫।୦୨ - ଇ-ଟିକେଟ ଠକେଇରେ ଜଣେ ଗିରଫ। ଆରପିଏଫ ଦ୍ଵାରା ଅନଲାଇନ୍ ଟ୍ରେନ ଟିକେଟ ରେ ଠକେଇଅଭିଯୋଗରେ ବିଷ୍ଣୁପ୍ରସାଦ ପଟ୍ଟନାୟକ ନାମକ ବ୍ୟକ୍ତି ଙ୍କୁ ଗିରଫ କରାଯାଇଛି ‌।

 ତାଙ୍କ ଘର ପୁରୀ ଡେଲାଙ୍ଗ ଅଂଚଳରେ, ଭୁବନେଶ୍ୱର ରେ ରହି ଏହି ବିଭିନ୍ନ ଟ୍ରାଭେଲ ଏଜେନ୍ସି ସହ ଯୋଗାଯୋଗରେ ଅସାଧୁ ଉପାୟରେ ଏହି ବ୍ୟବସାୟ କରୁଥିଲା।

ପାଖାପାଖି ୪୦ ଟି ଭିନ୍ନ ଭିନ୍ନ ୟୁଜର ଆଇଡି ପାସଓ୍ବାର୍ଡ କରି ଟିକେଟ ଠକେଇ କରୁଥିଲା। ୭୦୦ ଟି ଟିକେଟ ଜବତ ହୋଇଛି। ଅଭିଯୁକ୍ତ ବିରୋଧ ରେ ୧୪୩ ରେଲୱେ ଆକ୍ଟ ଲାଗିଛି। ଅଭିଯୁକ୍ତ ଠାରୁ ତିନୋଟି ମୋବାଇଲ ଗୋଟିଏ ଲାପଟୋପ ଜବତ କରିଛି ଆରପିଏଫ ।ଏ ବିଷୟରେ  ଆରପିଏଫ ଆଇଆଇସି କେ. ସେଠୀଙ୍କ ସୂଚନା ଦେଇଛନ୍ତି  ‌।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.