ନୀଳଗିରି ସିଭିଲ୍ ଓ ଏସଡିଜେଏମ କୋର୍ଟରେ ଇ-ସେବା କେନ୍ଦ୍ର ଉଦଘାଟିତ

Published By : Prameya-News7 Bureau | April 05, 2021 IST

ନୀଳଗିରି,୫/୪ : ବାଲେଶ୍ଵର ଜିଲ୍ଲା ନିଲଗିରି ଦେଓ୍ୱାନୀ ଓ ଫୌଜଦାରୀ ଅଦାଲତରେ ଆଜି ଇ-ସେବା କେନ୍ଦ୍ର ଉଦଘାଟିତ ହୋଇଛି।ମୁଖ୍ୟ ଅତିଥି ଭାବେ ନୀଳଗିରି ସବ ଜଜ୍ ମଧୁସ୍ମିତା ଜେନା ଯୋଗଦେଇ ଆନୁଷ୍ଠାନିକ ଭାବେ ଏହାର ଉଦଘାଟନ କରିଥିଲେ।

ସମ୍ମାନିତ ଅତିଥି ଭାବେ ଏସଡିଜେଏମ ବିଭୂକଲ୍ୟାଣ ପାଢ଼ୀ ମଧ୍ୟ ଉପସ୍ଥିତ ଥିଲେ ଉ-ସେବା କେନ୍ଦ୍ର ଦ୍ୱାରା। ମକଦ୍ଦମାର ସ୍ଥିତି, ପରବର୍ତ୍ତୀ ଶୁଣାଣି ତାରିଖ ଓ ଅନ୍ୟ ତଥ୍ୟ ସମ୍ବନ୍ଧୀୟ ଅନୁସନ୍ଧାନ କରିବା ସହଜ ହେବ । ଏହାସହ ସାର୍ଟିଫାଏଡ୍ କପି ଅନଲାଇନ ଜରିଆରେ ହିତାଧିକାରୀ ପାଇପାରିବେ ବୋଲି ମାନ୍ୟବର ଜଜ୍ ପ୍ରକାଶ କରିଥିଲେ।

{"id":433241,"sizeSlug":"large","linkDestination":"none"}

ଏହି ଉଦଘାଟନ ଉତ୍ସବରେ ନୀଳଗିରି ସବଭିଜନାଲ ବାର୍ ଆସୋସିଏସନ ଓ ନୀଳଗିରି ବାର୍ ଏସୋସିଏସନର ସଦସ୍ୟ, ଦୁଇ କୋର୍ଟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.