ଲକଡାଉନରେ ଲୋକେ ଘରେ ବସି ନେଉଛନ୍ତି ଇ-ସଞ୍ଜିବନୀର ଲାଭ : ୧୦ଦିନରେ ଆସିଛି ୨ଲକ୍ଷ ରେକର୍ଡ଼ କଲ୍

Published By : Prameya-News7 Bureau | August 20, 2020 IST

ନୂଆଦିଲ୍ଲୀ ୨୦/୮: କରୋନା କାଳରେ ଲୋକେ ନିଜ ଘରେ ରହିବାକୁ ଉଚିତ୍ ଭାବୁଛନ୍ତି। ଏପରି ପରିସ୍ଥିତିରେ ଲୋକେ ଘରେ ବସି ମେଡିକାଲ୍ କନସଲଟାନସିଂର ସୁବିଧାର ଖୁବ୍ ଲାଭ ଉଠାଉଛନ୍ତି। ଏହି କ୍ରମରେ କେନ୍ଦ୍ର ସରକାରଙ୍କ ଡିଜିଟାଲ୍ ପ୍ଲାଟଫର୍ମ ଇ-ସଞ୍ଜିବନୀ ଜରିଆରେ ୨ଲକ୍ଷ ଲୋକ ଟେଲି-କନସଲଟେସନ ନେଇଛନ୍ତି।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର କହିବା ଅନୁସାରେ ରେକର୍ଡ଼ ୨ଲକ୍ଷ ଲୋକ ଇ-ସଞ୍ଜିବନୀ ଜରିଆରେ ଟେଲି-କନସଲଟେସନର ସେବା ନେଇଛନ୍ତି। ଏହି ଉପଲବ୍ଧି ଅଗଷ୍ଟ ୯ରୁ ଏବେ ସୁଦ୍ଧା ୧୦ଦିନରେ ହାସଲ କରାଯାଇଛି। ସେହିପରି ୨୦୧୯ ନଭେମ୍ବରରୁ ନେଇ ଏବେ ସୁଦ୍ଧା ୨୩ଟି ରାଜ୍ୟ,ଯେଉଁଥିରେ ୭୫ପ୍ରତିଶତ ଜନସଂଖ୍ୟା ରହିଛି, ଟେଲି କନସଲଟେସନ ଇ-ସଞ୍ଜିବନୀକୁ ଲାଗୁ କରିଛନ୍ତି। ଏହା ବ୍ୟତୀତ ଅନ୍ୟ ରାଜ୍ୟରେ ମଧ୍ୟ ଏହାକୁ ଲାଗୁ କରିବାର ପ୍ରକ୍ରିୟା ରହିଛି।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର କହିବା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଜିଟାଲ୍ ଭାରତର ଦିଗରେ ଇ-ସଞ୍ଜିବନୀକୁ ଏକ ବଡ଼ ନିଷ୍ପତ୍ତି ମନେ କରାଯାଇପାରିବ। ଇ-ସଞ୍ଜିବନୀର ଉପଯୋଗିତା ଲୋକଙ୍କ ମଧ୍ୟରେ ବଢ଼ିଛି। ଏହା ଜରିଆରେ ରୋଗୀଙ୍କ ଧ୍ୟାନ ରଖୁଥିବା ମେଡିକାଲ୍ କ୍ଷେତ୍ର ସହ ଜଡ଼ିତ ଲୋକ ଏବଂ କରୋନା ଭାଇରସର ଏହି ଅଭିଯାନରେ ସ୍ବାସ୍ଥ୍ୟ ସେବାକୁ ଉପଯୋଗ କରିବାକୁ ଇଚ୍ଛୁକ ଲୋକଙ୍କୁ ଏହା ସହଜରେ ଉପଲବ୍ଧ ହେଉଛି।

ଇ-ସଞ୍ଜିବନୀ ଦୁଇ ପ୍ରକାରର ଟେଲି-ମେଡିସିନ କନସଲଟାନ୍ସି ଉପଲବ୍ଧ କରାଇଥାଏ। ଏଥିରେ ଜଣେ ଡାକ୍ତରଙ୍କ ଅନ୍ୟ ଜଣେ ଡାକ୍ତର ସହ ରହିବେ। ଏହି କନସଲଟାନ୍ସି ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର ଜରିଆରେ ଲାଗୁ କରାଯାଉଛି। ଏହା ବ୍ୟତୀତ ଅନ୍ୟ ରୋଗୀଙ୍କ ସହ  ଡାକ୍ତରଙ୍କ କନସଲଟାନ୍ସି ଉପଲବ୍ଧ ରହିଛି।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କରୋନା ଭାଇରସକୁ ଆଖି ଆଗରେ ରଖି ଏବର୍ଷ ଅପ୍ରେଲ୍ ମାସରେ ଇ-ସଞ୍ଜିବନୀ ଓପିଡି ଆରମ୍ଭ କରିଥିଲେ। ଏଥିରେ ଟେଲି କନସଲଟାନ୍ସି ଜରିଆରେ ରୋଗୀ ଡାକ୍ତରଙ୍କ ସହ କଥା ହୋଇପାରିବେ।

 

 

 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.