Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

ଦେଶରେ e-RUPIର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ, ଏମିତି ମିଳିବ ସୁବିଧା

2/08/2021 at 5:58 PM

ନୂଆଦିଲ୍ଲୀ ୦୨/୦୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଡିଜିଟାଲ୍‌ ପେମେଣ୍ଟ ସଲ୍ୟୁସନ୍‌ ଇ-ରୁପି (e-RUPI) ଲଞ୍ଚ କରିଛନ୍ତି।  ଭିଡିଓ କନଫରେନ୍ସିଂ ମାଧ୍ୟମରେ ପିଏମ ମୋଦୀ ଏହାର ଶୁଭାରମ୍ଭ କରିଛନ୍ତି । ଇ-ରୁପି ଏକ ପ୍ରିପେଡ୍‌ ଇ-ଭାଉଚର। ଯାହାକୁ ନ୍ୟାସନାଲ୍‌ ପେମେଣ୍ଟସ୍‌ କର୍ପୋରେସନ୍‌ ଅଫ ଇଣ୍ଡିଆ (NPCI)  ପ୍ରସ୍ତୁତ କରିଛି। ଏହା ଜରିଆରେ କ୍ୟାସଲେସ୍‌ ଏବଂ କଣ୍ଟାକ୍ଟଲେସ୍‌ ପେମେଣ୍ଟ ହୋଇପାରିବ।

ଇ-ରୁପିର ଶୁଭାରମ୍ଭ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଇ-ରୁପି ଭାଉଚର ଦେଶରେ ଡିଜିଟାଲ ଟ୍ରାଞ୍ଜାକ୍ସନ ପ୍ରକ୍ରିୟାରେ ଡାଇରେକ୍ଟ ଟୁ ବ୍ୟାଙ୍କ ଟ୍ରାନ୍ସଫର ଯୋଜନାକୁ ପ୍ରଭାବୀ କରିବାରେ ବହୁତ ବଡ଼ ଭୂମିକା ନେବ। ଏବେ ଏହାକୁ ସ୍ବାସ୍ଥ୍ୟ ସେବା ସହ ଯୋଡ଼ାଯାଉଛି। କୌଣସି ବ୍ୟକ୍ତି ଇ-ରୁପି ଜରିଆରେ ଟଙ୍କା ଦେଇ ମଧ୍ୟ ଭ୍ୟାକସିନ୍‌ ନେଇପାରିବେ। ପରେ ଅନ୍ୟ କ୍ଷେତ୍ରରେ ଏହାର ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି ।

ତେବେ ଇ-ରୁପି ଦ୍ବାରା ଦେଶରେ ଚାଲିଥିବା ଦୁର୍ନୀତି ଉପରେ ରୋକ ଲାଗିପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହା ସହ ପୂର୍ବରୁ ଲୋକମାନେ କହୁଥିଲେ ଟେକନୋଲୋଜି ଧନୀମାନଙ୍କ ପାଇଁ ଉଦ୍ଦିଷ୍ଟ , ଭାରତ ତ ଗରିବ ଦେଶ ତେଣୁ ଭାରତ ପାଇଁ ଟେକନୋଲୋଜିର ଆବଶ୍ୟକତା କଣ ? ଆଜି ଦେଶ ସେହି ଭଳି ଲୋକଙ୍କ ଭାବନାକୁ ଭୁଲ ପ୍ରମାଣିତ କରିଛି ବୋଲି ମଧ୍ୟ ମୋଦୀ କହିଛନ୍ତି ।

ପିଏମ ସ୍ବନିଧି ଯୋଜନା ଉପରେ ଚର୍ଚ୍ଚା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଦେଶରେ ଛୋଟ ବଡ଼ ସହରରେ ୨୩ ଲକ୍ଷରୁ ଅଧିକ ଛୋଟ ବଡ଼ ଦୋକାନୀ ଏହି ଯୋଜନାରୁ ଲାଭ ଉଠାଉଛନ୍ତି। କରୋନା କାଳରେ ପାଖାପଖି ୨୩୦୦ କୋଟି ଟଙ୍କା ସେମାନଙ୍କୁ ଦିଆଯାଇଛି । ଜୁଲାଇ ୨୦୨୧ ମଧ୍ୟରେ ୟୁପିଆଇ ମାଧ୍ୟମରେ ୩୦୦ କୋଟି ଟଙ୍କା ନେଣ ଦେଣ ହୋଇଛି । ଏହା ବ୍ୟତୀତ ଏବେ ସୁଦ୍ଧା ଡିବିଟି ଜରିଆରେ ୧୭.୫ ଲକ୍ଷ କୋଟି ଯଙ୍କା ଲାଭର୍ଥୀଙ୍କ ବ୍ୟାଙ୍କ ଖାତାକୁ ପଠାଯାଇଛି ବୋଲି ପିଏମ ନରେନ୍ଦ୍ର ମୋଦୀ କହିଛନ୍ତି।

   Related Posts