Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଥରେ ଚାର୍ଜ କଲେ ୧୦୦ କିମି ଚାଲିବ ଏହି ଇ-ସାଇକେଲ୍, ବ୍ୟାଟେରୀ ଶେଷ ହେଲେ ବି ଅସୁବିଧା ନାହିଁ, ଦାମ୍ ମାତ୍ର ଏତିକି

22/04/2021 at 11:22 AM

ନୂଆଦିଲ୍ଲୀ, ୨୨/୦୪:  ଥରେ ଚାର୍ଜ ହେଲେ ଚାଲିବ ୧୦୦ କିମି । ଚାର୍ଜ ସରିଗଲେ ମଧ୍ୟ ଅସୁବିଧା ହେବ ନାହିଁ । ପ୍ୟାଡଲ୍ ମାରି ଚଲାଇପାରିବେ ସାଇକେଲ୍ । ଏପରି ଏକ ଇ-ସାଇକେଲକୁ ବଜାର ପ୍ରବେଶ କରିଛି ନେକ୍ସଜୁ ମୋବିଲିଟି ।

ଏହି ସାଇକେଲରେ ରହିଛି ଡୁଆଲ୍ ବ୍ୟାଟେରୀ ସିଷ୍ଟମ । ଏହାର ବ୍ୟାଟେରୀ ୮.୭ ଏଏଚର ଅଟେ । ଏହା ବ୍ୟତୀତ ସାଇକେଲରେ ୫.୨ ଏଏଚର ଆଉ ଏକ ଇନଫ୍ରେମ୍ ବ୍ୟାଟେରୀ ମଧ୍ୟ ପ୍ରଦାନ କରାଯାଇଛି । ଯାହାକୁ ଘରେ ସାଧାରଣ ଭାବେ ଚାର୍ଜ କରାଯାଇ ପାରିବ ।

ନେକ୍ସଜୁ ମୋବିଲିଟିର ଏହି ଇ-ସାଇକେଲ ଘଣ୍ଟା ପ୍ରତି ୨୫ କିମି ବେଗରେ ଗତି କରିପାରିବ । ଏହାସହ ବାଇକିଂକୁ ସହଜ କରିବା ପାଇଁ ଆହୁରି ମଧ୍ୟ ଅନେକ ଫିଚର୍ ପ୍ରଦାନ କରାଯାଇଛି । ସବୁଠାରୁ ଖାସ୍ କଥା ଏହା ଯେ, ଏଥିରେ ଡୁଆଲ ଭେଣ୍ଟିଲେଟେଡ୍ ଡିସ୍କ ବ୍ରେକ୍ ଦିଆଯାଇଛି । ଫଳରେ ଏହା ନିୟନ୍ତ୍ରଣ ହରାଇ ନଥାଏ । ଏଥିରେ ଥିବା ଫ୍ରଣ୍ଟ୍ ସସପେନସନ୍ ରାସ୍ତାରେ ବିଭିନ୍ନ ହମ୍ପସ୍ ଓ ଗାତ ତଥା ଖରାପ ରାସ୍ତାରେ ମଧ୍ୟ ଆରାମ ପ୍ରଦାନ କରିଥାଏ ।

ଏହି ସାଇକେଲ୍ କିଣିବା ପାଇଁ ଆପଣଙ୍କୁ ୪୨୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏହାକୁ କମ୍ପାନୀ ରେଡ୍, ବ୍ଲ୍ୟୁ, ବ୍ଲାକ୍ ଓ ହ୍ୱାଇଟ୍ ରଙ୍ଗରେ ବଜାରକୁ ଛାଡିଛି । ଏହାକୁ ଭାରତରେ ତିଆରି କରାଯାଇଛି ।

   Related Posts