ଏବେ Amazon ଓ flipkartରେ ପୁଣି ମିଳିବ ମୋବାଇଲ ଓ ଟେଲିଭିଜନ ସେଟ୍

Published By : Prameya-News7 Bureau | May 18, 2020 IST

ସାରା ଦେଶରେ ସୋମବାର ଲକଡାଉନ୍ ୪ ଲାଗୁ ହୋଇଛି। ତେବେ ଚତୁର୍ଥପର୍ଯ୍ୟାୟ ଲକଡାଉନ ନିୟମ ସାମାନ୍ୟ କୋହଳ ହେବା ଏବେ ଜନତାଙ୍କୁ ଆଶ୍ୱସ୍ତ କରିଛି। ଏଥିରେ ରେଡ୍ ଜୋନ୍‌ରେ ବି ଇ-କମର୍ସ କମ୍ପାନୀଙ୍କୁ କାରବାର ଲାଗି ଅନୁମତି ମିଳିଛି। ଯେଉଁଥିରେ ଗ୍ରାହକ ଆବଶ୍ୟକ କରୁଥିବା ସାମଗ୍ରୀ ଏବେ ସେମାନଙ୍କ ଦ୍ୱାରରେ ପହଞ୍ଚାଇ ଦିଆଯାଇପାରିବ। ଫଳରେ ଦିଲ୍ଲୀ ଭଳି ରେଡ୍ ଜୋନ୍‌ ଘୋଷିତ ସହରର ଲୋକେ ଅନଲାଇନ ଷ୍ଟୋରରୁ ସେମାନଙ୍କ ଲାଗି ମୋବାଇଲ ଫୋନ ଓ ଟେଲିଭିଜନସେଟ୍  ଆଦି କ୍ରୟ କରିପାରିବେ। ଯଦିଓ କେନ୍ଦ୍ର ଏଥିପ୍ରତି କୋହଳ ହୋଇଛି ତେବେ ରାଜ୍ୟମାନଙ୍କ ନୀତି ସ୍ପଷ୍ଟ ହୋଇନାହିଁ। ରାଜ୍ୟ ସରକାରଙ୍କ ନୀତି ସ୍ପଷ୍ଟ ହେବା ପରେ ଇ-କମର୍ସ କମ୍ପାନୀଙ୍କ କାରବାର ଆରମ୍ଭ ହୋଇଯିବ।

{"id":271853,"width":580,"height":434,"sizeSlug":"large"}

ଲକଡାଉନ୍‌ ୪ରେ କେନ୍ଦ୍ର ସରକାର ଗ୍ରିନ, ଅରେଞ୍ଜ ଓ ରେଡ ଜୋନ ନିଷ୍ପତ୍ତି ମଧ୍ୟ ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ କରିଦେଇଛନ୍ତି। ଏହା ଛଡା ସେମାନେ ବଫର ଓ କଣ୍ଟୈନମେଣ୍ଟ ଜୋନ ମଧ୍ୟ ନିର୍ଦ୍ଧାରଣ କରିବେ। କେନ୍ଦ୍ର ସରକାର ଏଥର କଟକଣାରୁ ଇ-କମର୍ସ କମ୍ପାନୀମାନଙ୍କୁ ବାଦ ଦେଇଛନ୍ତି। ତେବେ କଣ୍ଟୈନମେଣ୍ଟ ଜୋନରେ କଟକଣା ବଳବତ୍ତର ରହିବ। ଏଣୁ ଏହି ଜୋନରେ କେବଳ ଅତ୍ୟାବସକୀୟ ସାମଗ୍ରୀକୁ ବାଦ ଦେଲେ ଅନ୍ୟ କିଛି କାରବାରହୋଇପାରିବ ନାହିଁ।

{"id":271854,"width":575,"height":358,"sizeSlug":"large"}

ରାଜଧାନୀ ଦିଲ୍ଲୀର କେଉଁସବୁ ଅଞ୍ଚଳ କଣ୍ଟୈନମେଣ୍ଟ ଜୋନ୍ ତାହା ଏପର୍ଯ୍ୟନ୍ତ ସରକାର ନିର୍ଦ୍ଧାରିତ କରିନାହାନ୍ତି। ଏଣୁ ଫ୍ଲିପକାର୍ଟ ଓ ଆମାଜନ  ଏବେ ଦିଲ୍ଲୀରେ ଅର୍ଡର ନେଉନାହାନ୍ତି। କଣ୍ଟୈନମେଣ୍ଟ ଜୋନ ନେଇ ରାଜ୍ୟ ସରକାରଙ୍କ ନୀତି ସ୍ପଷ୍ଟ ହେବା ପରେ ଇ-କମର୍ସ ସେବା ଆରମ୍ଭ ହୋଇଯିବ। ଲକଡାଉନର ଚତୁର୍ଥ ପର୍ଯ୍ୟାୟ ମେ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ତେବେ ଲକଡାଉନ ୩ରେ ଇ-କମର୍ସ କମ୍ପାନୀଙ୍କୁ କେବଳ ନିତ୍ୟାନ୍ତ ଜରୁରି ସାମଗ୍ରୀ ଯୋଗାଣ ଲାଗିଅନୁମତି ଥିଲା।

{"id":271855,"sizeSlug":"large"}

ତେବେ କେନ୍ଦ୍ର ସରକାର ତାଙ୍କ ଲକଡାଉନ ୪ ନିୟମରେ ଇ-କମର୍ସକୁ ସବୁ ଜୋନ ଗ୍ରିନ୍, ଅରେଞ୍ଜ ଓ ରେଡ ଜୋନରେ ସବୁ ପ୍ରକାର ଅତ୍ୟାବଶ୍ୟକ ଓ ସାଧାରଣ ଆବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ଅନୁମତି ପ୍ରଦାନ କରିଛନ୍ତି। ଫଳରେ ଦେଶରେ ପୁଣି ଆର୍ଥିକ ଗତିବିଧି ଆରମ୍ଭ ହୋଇପାରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ସ୍ନାପ୍‌ ଡିଲ ମୁଖପାତ୍ର।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.