ବଦଳିଯିବ ଲୁକ୍ : ଏୟାରପୋର୍ଟ ଭଳି ଦିଶିବ ବସ୍ଷ୍ଟାଣ୍ଡ, ରାଜଧାନୀରେ ଗଡିବ ଇ-ବସ୍
5/02/2020 at 3:12 PM

ଭୁବନେଶ୍ବର ୫।୨: ଏପ୍ରିଲ ମାସ ସୁଦ୍ଧା ରାଜଧାନୀରେ ଗଡିବ ଇ-ବସ୍ । ଏପ୍ରିଲ ସୁଦ୍ଧା ଭୁବନେଶ୍ବରରେ ଚାଲିବ ଇଲେକ୍ଟ୍ରିକ୍ ବସ୍ । ସେହିପରି ରାଜ୍ୟ ପ୍ରମୁଖ ବସଷ୍ଟାଣ୍ଡଗୁଡିକୁ ଦିଆଯିବ ଏୟାରପୋର୍ଟ ଭଳି ଲୁକ୍ । ଭୁବନେଶ୍ବରର ଇଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟରେ ଚାଲିଥିବା ଦୁଇ ଦିନିଆ କର୍ମଶାଳାରେ ସୂଚନା ଦେଇଛନ୍ତି ମନ୍ତ୍ରୀ ।
ସରକାରୀ ବସରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସୁବିଧା ପାଇଁ ଚାଲିଛି ଏହି କର୍ମଶାଳା । କ୍ୟାପିଟାଲ ରିଜିଅନ ଅଫ୍ ଅର୍ବାନ୍ ଟ୍ରାନ୍ସପୋର୍ଟ ପକ୍ଷରୁ ଚାଲିଥିବା କର୍ମଶାଳାରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ, କ୍ରୁଟ ଏମଡି ଅରୁଣ ବୋଥ୍ରା ଏବଂ କ୍ରୁଟ ଜିଏମ୍ ପ୍ରମୁଖ ଉପସ୍ଥିତ ଅଛନ୍ତି ।
ସେହିପରି ଏହି କର୍ମଶାଳାରେ ମୋ ବସ୍ ଏବଂ ଓଏସଆରଟିସିର ୧୨୦ରୁ ଅଧିକ କର୍ମଚାରୀ ଯୋଗଦେଇଛନ୍ତି । ଏହି ଅବସରରେ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ମୋ ବସ୍ ଯୋଜନାରେ ଆଉ ୧୮୯ଟି ନୂଆ ବସ୍ ଯୋଡି ହେବ । ଯାହା ମଧ୍ୟରେ ରହିଛି ୫୦ଟି ଇଲେକଟ୍ରିକ୍ ବସ୍ । ଅନ୍ୟପଟେ ରାଜ୍ୟର ସମସ୍ତ ବସଷ୍ଟାଣ୍ଡ ଗୁଡିକର ନବୀକରଣ କରାଯିବ ଏବଂ ପ୍ରମୁଖ୍ୟ ବସଷ୍ଟାଣ୍ଡ ଗୁଡିକୁ ବିମାନବନ୍ଦର ଭଳି ଲୁକ୍ ଦିଆଯିବ ବୋଲି ସେ କହିଛନ୍ତି ।