ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ଜାଣିବାକୁ ଚାହିଁଲେ ସ୍ପା ସେଣ୍ଟରର ‘ଭିତିରି କଥା’, ଜଷ୍ଟ ଡାଏଲ ପଠାଇଦେଲେ ଦେଢଶହରୁ ଅଧିକ ଯୁବତୀଙ୍କ ‘ମୂଲ୍ୟ ସୂଚୀ’

Published By : Prameya-News7 Bureau | November 09, 2021 IST

ନୂଆଦିଲ୍ଲୀ ୯।୧୧: ଜାତୀୟ ମହିଳା କମିଶନ ଅଧ୍ୟକ୍ଷା (ଡିସିଡବ୍ଲୁ) ସ୍ୱାତୀ ମଲିୱାଲ ତାଙ୍କ ସହ ଘଟିଥିବା ଏକ ଘଟାଣାକୁ ଟ୍ୱିଟରରେ ସେୟାର କରିଛନ୍ତି। ଯାହା ଏବେ ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସହରରେ ଚାଲିଥିବା ସ୍ପା ମେସଜ୍‌ ର ବାସ୍ତବତା ଜାଣିବା ଲାଗି ମଲିୱାଲ ଦେଶରେ ବହୁ ପ୍ରଚଳିତ ସୋସିଆଲ ଓ ଅନଲାଇନ ମିଡିଆ ପ୍ଲାଟଫର୍ମ ‘ଜଷ୍ଟ ଡାୟଲ’ରେ ଯାଞ୍ଚ କରିଥିଲେ। ସ୍ପା ସେଣ୍ଟର ବିଷୟରେ ସେ ଜାଣିବାକୁ ଚାହିଁବା ମାତ୍ରେ ତାଙ୍କ ଫୋନକୁ ଏପରି ୫୦ରୁ ଅଧିକ ମ୍ୟାସେଜ୍ ଆସିଥିଲା ଯେଉଁଥିରେ ସେବା ସମ୍ପର୍କରେ  ସୂଚନା ଥାଇ ଦେଢଶହରୁ ଅଧିକ ଯୁବତୀଙ୍କ ମୂଲ୍ୟସୂଚୀ ବି ଥିଲା। ଏଥିରେ ତାଜ୍ଜୁବ ଡିସିଡବ୍ଲୁ ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ଓ ଜଷ୍ଟ ଡାଏଲକୁ ସମନ ଜାରି କରିଛନ୍ତି।

ମଲିୱାଲ କହିଛନ୍ତି ଯାହାବି ସୂଚନା ଯେମିତି ବି ସାମ୍ନାକୁ ଆସିଛି ଏହା ବାସ୍ତବିକ୍‌ ଚିନ୍ତାଜନକ। ଏଣୁ ଏହାର ମୂଳ ପର୍ଯ୍ୟନ୍ତ ପହଞ୍ଚିବା ଏବେ ଆମର କାମ। ଏଣୁ ସେ ଦିଲ୍ଲୀ ପୋଲିସ ଅପରାଧ ଶାଖା ଓ ଜଷ୍ଟଡାୟଲଙ୍କୁ ସମନ କରିଥିବା କହିଛନ୍ତି। ଏଥିରୁ ଏପରି ଘୃଣ୍ୟ କାର୍ଯ୍ୟକୁ ଉତ୍ସାହିତ କରିବା ଲାଗି ଜଷ୍ଟ ଡାଏଲ ଭଳି ସଂସ୍ଥାଙ୍କ ଭୂମିକା ସାମ୍ନାକୁ ଆସିପାରିବ ବୋଲି ସେ କହିଛନ୍ତି। ସେହି ପରି ମାମଲାର ଯାଞ୍ଚ ନିଶ୍ଚିତ ରୂପେ ଦିଲ୍ଲୀ ପୋଲିସ ହିଁ କରିବେ ବୋଲି କହିଛନ୍ତି। ଏଣୁ ତଦନ୍ତକାରୀ ସଂସ୍ଥାନଙ୍କୁ ମଧ୍ୟ ନୋଟିସ୍ ଜାରି କରିବା ଜରୁରି ଥିଲା ବୋଲି ମଲିୱାଲ କହିଛନ୍ତି।  

wp:embed {"url":"https://twitter.com/SwatiJaiHind/status/1457628329305993217","type":"rich","providerNameSlug":"twitter","responsive":true}
https://twitter.com/SwatiJaiHind/status/1457628329305993217
/wp:embed

ଯଦିଓ ଜଷ୍ଟ ଡାଏଲ ଏଥିରୁ ସିଧା-ସାଧା ପ୍ଲାଟଫର୍ମ ମନେ ହେଉଛନ୍ତି ତଥାପି କେଉଁଠି ନା କେଉଁଠି ନିଶ୍ଚିତ ତାଙ୍କର ସମ୍ପର୍କ ରହୁଥିବ ବୋଲି ମହିଳା କମିଶନ ଆଶଙ୍କା ପ୍ରକାଶ କରିଛନ୍ତି। ଏଣୁ ସେ ଏବେ ମାମଲାରେ ଦିଲ୍ଲୀ ପୋଲିସଙ୍କ ତଦନ୍ତ ରିପୋର୍ଟକୁ ଅପେକ୍ଷା କରିବେ ବୋଲି କହିଛନ୍ତି।  ମାମଲାରେ ପୋଲିସ ଯେଉଁ ରିପୋର୍ଟ ଦେବ ଯାହାବି ସମ୍ଭବ ହେବ ଆମେ ନିଶ୍ଚିତ ପଦକ୍ଷେପ ନେବୁ ବୋଲି ସେ କହିଛନ୍ତି।

ଦିଲ୍ଲୀ ମହିଳା ଆୟଗ ଅଧ୍ୟକ୍ଷାଙ୍କ ଅନୁସାରେ ଏହା ନିଶ୍ଚିତ ରୂପେ ଗୁରୁତର। ଯାହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଜରୁରି ବୋଲି ସେ କହିଛନ୍ତି। ଏଥିରେ ସାମାନ୍ୟତମ ଅବହେଳା ଜାତୀୟ ରାଜଧାନୀରେ ଏପରି ଅବୈଧ ଦେହ ବ୍ୟବସାୟକୁ ଉତ୍ସାହିତ କରିବା ଭଳି ହେବ ବୋଲି  କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ରାଜଧାନୀରେ ଚାଲିଥିବା ମେସେଜ ସେଣ୍ଟର ଓ ସ୍ପା ଗୁଡିକ ଉପରେ ଦୀର୍ଘ ସମୟରୁ ଡିଡବ୍ଲୁସି ନଜର ରଖିଛନ୍ତି।ଏହି ସବୁ କାରବାର ଆଢୁଆଳରେ କେଉଁଠି ନା କେଉଁଠି ଅନୈତିକତା ନିଶ୍ଚିତ ରହିଛି ବୋଲି ମହିଳା କମିଶନ ଅଧ୍ୟକ୍ଷା ଦୀର୍ଘ ସମୟରୁ ସନ୍ଦେହ କରୁଥିବା ବେଳେ ଜଷ୍ଟ ଡାଏଲାଙ୍କ ସେବା ସମ୍ପର୍କିତ ମ୍ୟାସେଜେ ଏବେ ସନ୍ଦେହକୁ ବଳଦେଇଛି। ଯାହା ଉପରେ ଡିଡବ୍ଲୁସି କାର୍ଯ୍ୟାନୁଷ୍ଠାନ ପାଇଁ ଅଣ୍ଟା ଭିଡିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.