ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ ଛାତ୍ରୀଙ୍କୁ ନିଶା ଦେଇ କ୍ୟାବ ଡ୍ରାଇଭର ଦୁଷ୍କର୍ମ ଘଟଣାରେ ହସ୍ତକ୍ଷେପ କଲେ ଦିଲ୍ଲୀ ମହିଳା କମିଶନ

Published By : Prameya-News7 Bureau | August 06, 2019 IST

ନୂଆଦିଲ୍ଲୀ୬|୮: ଦିଲ୍ଲୀ ଜବାହାର ଲାଲ ନେହେରୁ ବିଶ୍ବବିଦ୍ୟାଳୟର ଛାତ୍ରୀଙ୍କୁ ନିଶାଦେଇ କ୍ୟାବ ଡ୍ରାିଭର ଦୁଷ୍କର୍ମ କରିବା ଘଟଣାରେ ଦିଲ୍ଲୀ ମହିଳା କମିଶନ ଦିଲ୍ଲୀ ପୋଲିସକୁ ନୋଟିସ ଜାରୀ କରିଛନ୍ତି । ବିଭିନ୍ନ ଗଣମାଧ୍ୟମରେ ଏ ସଂକ୍ରାନ୍ତରେ ପ୍ରକାଶିତ ରିପୋର୍ଟ ଆଧାରରେ କମିଶନ ଏହି ପଦକ୍ଷେପ ନେଇଛନ୍ତି । ଅଗଷ୍ଟ ୯ତାରିଖ ସୁଦ୍ଧା ଜବାବ ରଖିବା ପାଇଁ ଦିଲ୍ଲୀ ପୋଲିସକୁ କମିଶନ କହିଛନ୍ତି ।

{"id":141636}

ମାମଲା ସଂପର୍କିତ ସବିଶେଷ ରିପୋର୍ଟ, ଗିରଫ ସମ୍ପର୍କିତ ସୂଚନା ଓ ଏଫଆଇଆରର ନକଲ କମିଶନ ପୋଲିସକୁ ମାଗିଛନ୍ତି ।ଏଥି ସହିତ ପିସିଆର କଲ ଏବଂ ପୋଲିସ ଘଟଣାସ୍ଥଳରେ ପହଂଚିବା ସମୟ ସମ୍ପର୍କରେ ମଧ୍ୟ କମିଶନ ତଥ୍ୟ ମାଗିଛନ୍ତି । ଦୁଷ୍କର୍ମ ଅଭିଯୁକ୍ତ ଡ୍ରାଇଭରର ରୁଟ ମେପ, ସେହି ରାସ୍ତାରେ ପୋଲିସର ପିକେଟିଂ, ଯାଂଚ, ପିସିଆର ଷ୍ଟେଶନ ସମ୍ପର୍କରେ ସବିଶେଷ ତଥ୍ୟ ଦାଖଲ ପାଇଁ ପୋଲିସକୁ କୁହାଯାଇଛି ।

{"id":141637,"width":587,"height":841}

ସୂଚନାଯୋଗ୍ୟ ଯେ, ଜେଏନୟୁର ଜଣେ ଛାତ୍ରୀଙ୍କୁ ନିଶା ଦେଇ ଜଣେ କେବ ଡ୍ରାଇଭର ଦୁଷ୍କର୍ମ କରିଥିବା ଘଟଣା ୩ ଦିନ ତଳେ ଜଣାପଡିଥିଲା । ପିଡୀତା ଛାତ୍ରୀଙ୍କ ଅଭିଯୋଗ ଆଧାରରେ ଦିଲ୍ଲୀ ପୋଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି । ଛାତ୍ରୀଙ୍କ ସୂଚନା ଅନୁସାରେ ସେ ଜବାହାରଲାଲ ବିଶ୍ବବିଦ୍ୟାଳୟ କ୍ୟମ୍ପସକୁ ଯିବା ପାଇଁ ଏକ କ୍ୟାବ ବୁକ୍‌ କରିଥିଲେ । ତେବେ ରାସ୍ତାରେ ସଂପୃକ୍ତ କ୍ୟାବର ଡ୍ରାଇଭର ନିଶା ପଦାର୍ଥ ଦେଇ ତାଙ୍କୁ ଅଚେତ କରିବା ପରେ ଦୁଷ୍କର୍ମ କରିଥିଲା ।

{"id":141638,"width":592,"height":333}

ଗତ ଶୁକ୍ରବାର ଦିନ ଏହି ଘଟଣା ଘଟିଛି । ଦୁଷ୍କର୍ମ କରିବା ପରେ କ୍ୟାବ ଡ୍ରାଇଭର ଅଚେତ ଅବସ୍ଥାରେ ଛାତ୍ରୀଙ୍କୁ ଆଇଆଇଟି ନିକଟସ୍ଥ ଏକ ପାର୍କରେ ଫିଙ୍ଗି ଚାଲିଯାଇଥିଲା । ଶନିବାର ଦିନ ସକାଳେ ଲୋକମାନେ ପିଡୀତା ଛାତ୍ରୀଙ୍କୁ ପାର୍କ ଭିତରେ ଅଚେତ ଅବସ୍ଥାରେ ପଡିଥିବା ଦେଖି ତାଙ୍କୁ ଟ୍ରମା କେୟାର ସେଣ୍ଟରରେ ଭର୍ତ୍ତି କରିଥିଲେ ଓ ପୋଲିସକୁ ଖବର ଦେଇଥିଲେ । ପିଡୀତାଙ୍କ ଆଇ କାର୍ଡରୁ ତାଙ୍କ ପରିଚୟ ଜଣାପଡିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.