Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

‘ଆମେରିକା ରାଷ୍ଟ୍ରପତି ହେବା ମୋ ପାଇଁ ସମ୍ମାନର କଥା’-‘ଦି ରକ୍’ ଡୱେନ୍ ଜନସନ୍

11/04/2021 at 3:30 PM

ନୂଆଦିଲ୍ଲୀ ୧୧/୦୪ : ହଲିଉଡ଼ ଅଭିନେତା ଡୱେନ ଜନସନ (Dwayne Johnson) କହିଛନ୍ତି ଯେ ଯଦି ସେ କେବେ ଆମେରିକାର ରାଷ୍ଟ୍ରପତି ହୁଅନ୍ତି ତାହେଲେ ଦେଶବାସୀଙ୍କ ସେବା କରିବା ତାଙ୍କ ପାଇଁ ସମ୍ମାନର ବିଷୟ ହେବ। ଏକ ସର୍ବେକ୍ଷଣର ଜବାବରେ ଜନସନଙ୍କ ଏହି ମନ୍ତବ୍ୟ ଦେଇଥିଲେ। ସର୍ଭେକ୍ଷଣରେ କୁହାଯାଇଥିଲା ଯେ ଆମେରିକାର ପାଖାପାଖି ଅଧା ଜନତା ଚାହୁଁଛନ୍ତି ଯେ ସେ ରାଷ୍ଟ୍ରପତି ନିର୍ବାଚନରେ ଦାବିଦାର ହୁଅନ୍ତୁ। 

ଡବ୍ଲୁଡବ୍ଲୁଇ ପହଲଵାନରୁ ଅଭିନେତା ହୋଇଥିବା ଡୱେନ ଜନସନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି। ପୋଷ୍ଟରେ ସେ କହିଛନ୍ତି ଯେ ଅତିକମରେ ୪୬ ପ୍ରତିଶତ ଆମେରିକୀୟ ଡୱେନ ଜନସନ ‘ଦି ରକ୍’ଙ୍କ ତରଫରୁ ରାଷ୍ଟ୍ରପତି ପଦବୀ ପାଇଁ ଦାବିଦାର ହେଲେ ସମର୍ଥନ କରିବେ। ଜନସନ ‘ଦି ରକ୍’ ନାଁରେ ଜଣାଶୁଣା।

ପୋଷ୍ଟରେ ସେ ଲେଖିଛନ୍ତି, “ଅତ୍ୟନ୍ତ ସୁଖର କଥା। ମୋତେ ଲାଗୁନି ଯେ ଆମର ସଂସ୍ଥାପକ କେବେ ଭାବିଥିବେ ଯେ ୬ ଫୁଟ ୫ ଇଞ୍ଚ ଉଚ୍ଚତା ବିଶିଷ୍ଟ, ଚନ୍ଦା, ଟାଟୁ ଵାଲା, ଅଧା ଅଶ୍ୱେତ, ଅଧା ସମାଓ, ଟକିଲା ପିଉଥିବା, ଫେନି ବ୍ୟାଗ ପିନ୍ଧୁଥିବା ବ୍ୟକ୍ତି ତାଙ୍କ କ୍ଲବରେ ସାମିଲ ହେବ। କିନ୍ତୁ ଯଦି ଏମିତି କିଛି ହୁଏ ତାହେଲେ ଆପଣମାନଙ୍କ ସେବା କରିବା ମୋ ପାଇଁ ସମ୍ମାନର କଥା ହେବ।”

ଜନସନଙ୍କ ପିତା ଅଶ୍ୱେତ ଥିଲେ ଓ ମା ସମାଓର ଥିଲେ। ସେ ଅଣ୍ଟାରେ ବାନ୍ଧୁଥିବା ଫେନି ବ୍ୟାଗ ପିନ୍ଧିବା ଷ୍ଟାଇଲ ପାଇଁ ପ୍ରସିଦ୍ଧ। ତେବେ ଜଣେ ଅଭିନେତା ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ଇଛା ଜାହିର କରିବା ଏହା ପ୍ରଥମ ମାମଲା ନୁହେଁ। ୨୦୧୭ରେ ଜନସନ କହିଥିଲେ ଯେ ରାଷ୍ଟ୍ରପତି ପଦବୀ ପାଇଁ ଦାବିଦାର ପେଶ କରିବା ନେଇ ସେ ଗମ୍ଭୀରତାର ସହ ବିଚାର କରୁଛନ୍ତି।

   Related Posts