Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ବୁଲିବାକୁ ଯାଇଥିଲେ ଲକଡାଉନ୍‌ରେ ବଦଳିଗଲା ଡ୍ୟୁଟି: ଏବେ ଡିଏସ୍‌ପି ଝିଅ ଅଧିନରେ ସବ୍‌ଇନ୍ସପେକ୍ଟର ବାପା କରୁଛନ୍ତି କାମ

12/04/2020 at 7:32 PM

ସିଧି ୧୨/୦୪ : କରୋନା ମହାମାରୀକୁ ରୋକିବା ପାଇଁ ପୁରା ଦେଶ ଲକଡାଉନ୍ ରହିଛି| ଯିଏ ଯେଉଁଠି ଅଛନ୍ତି ସେ ସେହିଠାରେ ହିଁ ଫସି ରହିଛନ୍ତି | କିଛି ଲୋକ ନିଜ ସମ୍ପର୍କୀୟଙ୍କ ଘରେ ଫସି ରହିଛନ୍ତି ଯେଉଁମାନେ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଯାଇଥିଲେ | ମଧ୍ୟପ୍ରଦେଶ ସିଧି ଜିଲ୍ଲା ମଝୋଲି ଥାନାରେ ଏହିଭଳି ଏକ ମାମଲା ସାମ୍ନାକୁ ଆସିଛି | ଜଣେ ପିତା ନିଜ ଝିଅ ପାଖକୁ ବୁଲିବାକୁ ଯାଇଥିଲେ | ପିତା ସବଇନ୍ସପେକ୍ଟର ଅଛନ୍ତି | ତାଙ୍କ ଝିଅ ଡିଏସପି ଅଛନ୍ତି | କିନ୍ତୁ ଅଚାନକ ଲକଡାଉନ ଘୋଷଣା ହେବାରୁ ପିତା ଡିଏସପି ଝିଅ ପାଖରେ ଫସି ରହିଛନ୍ତି | ବର୍ତ୍ତମାନ ସେ ଝିଅ ଅଧୀନରେ ତାଙ୍କ ଥାନାରେ କାମ କରୁଛନ୍ତି |

ଝିଅ ସାବେରା ଅଂଶାରୀ ସିଧି ଜିଲ୍ଲା ମାଝୋଲି ଥାନାରେ ଟ୍ରେନି ଡିଏସପି ଭାବେ କାର୍ଯ୍ୟରତ | ତାଙ୍କ ପିତା ଅସରାଫ ଅଲି ଇନ୍ଦୋର ଅନ୍ତର୍ଗତ ଲସୁଡିୟା ଥାନାରେ ସବଇନ୍ସପେକ୍ଟର ପଦବୀରେ କାର୍ଯ୍ୟରତ | ଜନତା କର୍ଫ୍ୟୁ ସମୟରେ ଅସରାଫ ଅଲି ନିଜର ଗୃହ କ୍ଷେତ୍ର ଉତ୍ତର ପ୍ରଦେଶ ଯାଇଥିଲେ | ଫେରିବାବେଳେ ସେ ନିଜ ଝିଅକୁ ସାକ୍ଷାତ କରିବାକୁ ସିଧି ଯାଇଥିଲେ | ଠିକ ଏତିକିବେଳେ ଲକଡାଉନ ଘୋଷଣା ହୋଇଥିଲା | ଏହାପରେ ପୋଲିସ ମୁଖ୍ୟାଳୟର ଆଦେଶ ଓ ପୋଲିସ ଅଧିକ୍ଷକ ଏର୍ସ ବେଲବଂଶୀଙ୍କ ନିର୍ଦ୍ଧେଶକ୍ରମେ ଅସରାଫ ଅଲି ବର୍ତ୍ତମାନ ମଝୋଲି ଥାନାରେ ହିଁ ଦାୟିତ୍ୱ କରୁଛନ୍ତି |

ଅସରଫ ଅଲି ୧୯୮୮ ମସିହାରେ କନେଷ୍ଟବଳ ପଦବୀରେ ନିୟୋଜିତ ହୋଇଥିଲେ | ପଦୋନ୍ନତି ପରେ ବର୍ତ୍ତମାନ ସେ ସବଇନ୍ସପେକ୍ଟର ପଦବୀରେ ଇନ୍ଦୋର ଲସୁଡିୟା ଥାନାରେ କାର୍ଯ୍ୟରତ ଅଛନ୍ତି |ସାବେରା ଅଂଶାରୀ ୨୦୧୩ ମସିହାରେ ସବଇନ୍ସପେକ୍ଟର ହୋଇଥିଲେ | ପରେ ସେ ମଧ୍ୟପ୍ରଦେଶ ଲୋକସେବା ଆୟୋଗ ପରୀକ୍ଷା ଦେଇଥିଲେ ଓ ୨୦୧୬ ମସିହାରେ ଡିଏସପି ପଦବୀ ପାଇଁ ଚୟନ ହୋଇଥିଲେ | ବର୍ତ୍ତମାନ ତାଙ୍କର ଟ୍ରେନିଙ୍ଗ ଚାଲିଛି | ସେ ଏବେ ସିଧି ଜିଲ୍ଲା ଅନ୍ତର୍ଗତ ମଝୋଲି ଥାନାରେ ଅଧିକାରୀ ଭାବେ କାର୍ଯ୍ୟରତ |

   Related Posts