ଏସୀୟ କ୍ରୀଡା:୨୦୦ ମିଟରରେ ବି ଦୂତୀ ଜିତିଲେ ରୌପ୍ୟ ପଦକ

Published By : Prameya-News7 Bureau | August 29, 2018 IST

ଜାକର୍ତ୍ତା୨୯|୮: ରୂପାରାଣୀ ଦୂତୀ ଚାନ୍ଦଙ୍କୁ ଏସୀୟ କ୍ରୀଡାର ୨୦୦ ମିଟର ଦୌଡ ଫାଇନାଲରେ ମଧ୍ୟ ରୌପ୍ୟ ପଦକ ମିଳିଛି । ୨୦୦ମିଟରକୁ ଦୂତୀ ଆଜି ୨୩.୨୦ ସେକେଣ୍ଡରେ ଅତିକ୍ରମ କରିଛନ୍ତି । ଗତକାଲି ସେମିଫାଇନାଲରେ ସେ ୨୦୦ ମିଟରକୁ ୨୩ ସେକେଣ୍ଡରେ ଅତିକ୍ରମ କରିଥିଲେ । ପୂର୍ବରୁ ଦୂତୀ ୧୦୦ ମିଟର ଦୌଡରେ ମଧ୍ୟ ରୌପ୍ୟ ପଦକ ପାଇଥିଲେ । ଅଷ୍ଟାଦଶ ଏସୀୟ କ୍ରୀଡାରେ ଦୁଇଟି ରୌପ୍ୟ ପଦକ ଜିତି ଦୂତୀ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଆଜି ଦୂତୀଙ୍କ ୨୦୦ ମିଟର ଦୌଡ ଫାଇନନାଲ ଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ତାଙ୍କ ପାଇଁ ପୂଜାର୍ଚ୍ଚନା ଚାଲିଥିଲା । ୧୦୦ ମିଟର ଦୌଡରେ ଦୂତୀ ରୌପ୍ୟ ପଦକ ଜିତିବାପରେ ରାଜ୍ୟ ସରକାର ତାଙ୍କ ପାଇଁ ଦେଢ କୋଟି ଟଂକାର ପୁରସ୍କାର ଘୋଷଣା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.