ପ୍ରେମରେ ବାଧା ନାହିଁ...କିନ୍ତୁ ତଥାପି ଡର ଲାଗୁଛି: ଦୂତୀଙ୍କ ମନ କଥା, ଶୁଣନ୍ତୁ ଆଉ କ'ଣ କହିଲେ...

Published By : Prameya-News7 Bureau | June 19, 2020 IST

ଭୁବନେଶ୍ବର୧୯/୬: କିଛିଦିନ ବ୍ୟବଧାନ ପରେ ପୁଣି କ୍ରୀଡାବିତ୍ ଦୂତୀ ଚାନ୍ଦ କ୍ୟାମେରା ସାମ୍ନାରେ ନିଜ କ୍ୟାରିୟର ଏବଂ ଜୀବନ ସାଥୀ ସଂପର୍କରେ କହିଛନ୍ତି। ଶୁକ୍ରବାର ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଦୂତୀ ନିଜର ମନର କଥା କହିଛନ୍ତି। ଦୂତୀ କହିଛନ୍ତି, ସେ ଗରିବ ପରିବାରରୁ ଆସିଛନ୍ତି। ସେବେଠୁ ଆଜି ଏପର୍ଯ୍ୟନ୍ତ ସେ ସଂଘର୍ଷ କରି ଆସୁଛନ୍ତି। ଏହା ସତ୍ତ୍ବେ ବି ବିଭିନ୍ନ ସମୟରେ ବିବାଦରେ ଛନ୍ଦି ହୋଇ ମଧ୍ୟ ନିଜେ ନିଜକୁ ମୁକୁଳାଛନ୍ତି। ଦୂତୀ ତାଙ୍କ ଜୀବନ ସାଥୀ ସଂପର୍କରେ କହିଛନ୍ତି। ପ୍ରତି ମୂହୁର୍ତ୍ତରେ ତାଙ୍କ ଜୀବନ ସାଥୀ ଦୂତୀଙ୍କ ସାଥ୍ ଦେଇଥାଆନ୍ତି। ସମଲିଙ୍ଗୀ ସଂପର୍କକୁ ନେଇ ଦୂତୀ କେବେ କ୍ଷୋଭ ପ୍ରକାଶ କରି ନାହାନ୍ତି। ସେ ନିଜ ଜୀବନ ସାଥୀଙ୍କ ବହୁତ ଭଲ ପାଆନ୍ତି। ପ୍ରେମ କାହାକୁ କେତେବେଳେ ହୋଇଯାଏ, କେହିଁ ଜାଣି ପାରିବେନି। ସେ ଗୋଟିଏ ପରେ ଗୋଟିଏ ସଫଳତା ପାଇ ଆସୁଛନ୍ତି। ତଥାପି ତାଙ୍କ ମନରେ କିଛି ଗର୍ବ ଅହଂକାର ନାହିଁ। ଦେଖନ୍ତୁ ଦୂତୀ କ’ଣ କହୁଛନ୍ତି...

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.