ରସୁଲପୁର ବ୍ଲକର ସମସ୍ତ ସରପଂଚଙ୍କ ପକ୍ଷରୁ ଦୂତିଚାନ୍ଦଙ୍କୁ ସମ୍ବର୍ଦ୍ଧିତ

Published By : Prameya-News7 Bureau | September 27, 2018 IST

ଯାଜପୁର ୨୭/୦୯:ଯାଜପୁର ଜିଲା ରସୁଲପୁର ବ୍ଲକର ସରପଂଚ ସଂଘ ପକ୍ଷରୁ ଏକ ବୈଠକ ପ୍ରଥମାଖଣ୍ଡ ଡାକବଙ୍ଗଳାଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କୋରାଇ ବ୍ଲକ ରସୁଲପୁର ବ୍ଲକର ବିଧାୟକଙ୍କ ପ୍ରତିନିଧି ପ୍ରହଲ୍ଲାଦ ପଣ୍ଡାଙ୍କ ସଭାପତିତ୍ବରେ ରସୁଲପୁର ବ୍ଲକର ସମସ୍ତ ସରପଂଚ ଯୋଗ ଦେଇଥିଲେ। ଏହି ଅବସରରେ ଯାଜପୁର ଜିଲ୍ଲାର ଦୌଡରାଣୀ ଦୂତିଚାନ୍ଦଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ବୈଠକରେ ରସୁଲପୁର ବ୍ଲକ ବିଧାୟକଙ୍କ ପ୍ରତିନିଧି ପ୍ରଫୁଲ୍ଲ ସାହୁ, ଅଭିମନ୍ୟୁ ମହାଳିକ,ସଂଗୀତାରାଣୀ ସାହୁ, କୁଲତା ପଣ୍ଡା, ଅତୁଲ୍ୟ ପ୍ରଧାନ,ବିଜୟ ଦାସଙ୍କ ସମେତ 20ରୁ ଉର୍ଦ୍ଧ ସରପଂଚ ଯୋଗ ଦେଇଥିଲେ। ଶେଷରେ ରାଜେନ୍ଦ୍ରପୁର ସରପଂଚ ସୁଶାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.