ଦୌଡ଼ରାଣୀ ଦୁତୀ ଚାନ୍ଦ- ରନିଂ ଟ୍ରାକ୍‌ରୁ ରାଜନୀତି.. ଏକ ଟ୍ୱିଟ

Published By : Prameya-News7 Bureau | September 23, 2019 IST

 ଭୁବନେଶ୍ୱର - ରନିଂ ଟ୍ରାକ୍‌ରୁ ରାଜନୀତି । ଦୌଡ଼ରାଣୀ ଦୁତୀ ଚାନ୍ଦ ଆଗକୁ ରାଜନୀତିକୁ ଓହ୍ଲାଇପାରନ୍ତି । ଏଭଳି ଗୋଟେ ଅନୁମାନକୁ ବଳ ଦେଇଛି ଦୁତୀଙ୍କ ଟୁଇଟର ପେଜ୍‌ରେ ଏକ ପୋଷ୍ଟ ।

 ଦୁତୀ ଏଥିରେ ଲେଖିଛନ୍ତି ଯେ, ପିଲାଟି ବେଳୁ ମୋର ଖେଳ ସହ ରାଜନୀତି ପ୍ରତି ମଧ୍ୟ ଦୁର୍ବଳତା ରହିଥିଲା । ଏପରିକି ମୋର ପରିବାର ମଧ୍ୟ ତୃଣମୂଳ ସ୍ତରରେ ରାଜନୀତି ସହ ଜଡ଼ିତ ଅଛନ୍ତି ।

{"id":161641}
wp:core-embed/twitter {"url":"https://twitter.com/DuteeChand/status/1176011633128165376","type":"rich","providerNameSlug":"twitter","className":""}
https://twitter.com/DuteeChand/status/1176011633128165376
/wp:core-embed/twitter

 ତେବେ ଦୁତୀଙ୍କ ଏହି ଟ୍ୱିଟ୍‌କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି । ତେବେ ଦୁତୀଙ୍କ କିଛି ପ୍ରଶଂସକ ତାଙ୍କୁ ଏଥି ପାଇଁ ସ୍ୱାଗତ ମଧ୍ୟ କରିଥିବା ବେଳେ ଆଉ କିଛି ତାଙ୍କୁ ରାଜନୀତିରୁ ଦୂରେଇ ରହିବାକୁ ମଧ୍ୟ ପରାମର୍ଶ ଦେଇଥିବା ଦେଖିବାକୁ ମିଳିଛି । କିଛି ଦିନ ତଳେ ନିଜ ବାନ୍ଧବୀଙ୍କୁ ବିବାହ କରିବେ ବୋଲି କହି ଚର୍ଚ୍ଚାକୁ ଆସିଥିଲେ ଏହି ଓଡ଼ିଆ ଆଥଲେଟ୍‌ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.