ଏସୀୟ କ୍ରୀଡା: ଦୁଇଟି ରୌପ୍ୟ ପଦକ ଜିତିବା ପରେ ଏବେ ରିଲେ ରେସ୍ ଉପରେ ଦୂତିଙ୍କ ଆଖି
29/08/2018 at 8:21 AM

ଭୁବନେଶ୍ବର୨୯|୮: ଏସିଆନ ଚାମ୍ପିଅନସିପରେ ପୁଣି ଚମକ ଦେଖାଇଛନ୍ତି ଓଡିଆ ଝିଅ ଦୂତି ଚାନ୍ଦ । ପୁଣି ହାତେଇଛନ୍ତି ରୌପ୍ୟ ପଦକ । ୨୦୦ ମିଟର ଫାଇନାଲରେ ଦୂତି ରୌପ୍ୟ ପଦକ । ତେବେ ଏଥର ମଧ୍ୟ ପୁଣି ଥରେ ବାହାରିନର ପ୍ରତିଯୋଗୀ ମାରିନେଇଛନ୍ତି ସୁନା ପଦକ।
ସୁନା ଝିଅ ପୁଣି ରୂପା ଜିତିଲା । ଚାନ୍ଦି ଜିତିଲେ ଦୂତି ଚାନ୍ଦ। ଆଉ ସୃଷ୍ଟି କଲେ ଇତିହାସ। ଏସିଆନ ଗେମ୍ସର ୨୦୦ ମିଟର ଟ୍ରାକ୍ରେ ଦୂତି ଚାନ୍ଦ ୩ ନମ୍ବର ଟ୍ରାକ୍ରେ ଦୌଡ଼ୁଥିଲେ। ଆଉ ସମସ୍ତଙ୍କ ନଜର ହିଁ ଦୂତିଙ୍କ ଉପରେ। ଦୂତି ବି ଆରମ୍ଭରୁ ନେଇ ଥିଲେ ଦମଦାର ଷ୍ଟାର୍ଟିଙ୍ଗ। ଜଣଙ୍କ ପରେ ଜଣଙ୍କୁ ଅତିକ୍ରମ କରି ସେ ଆଗକୁ ଚାଲିଥିଲେ। କିନ୍ତୁ ତାଙ୍କୁ ଅତିକ୍ରମ କରିଯାଇଥିଲେ ବାହାରିନର ଏଡିଡିଅଙ୍ଗ ଓଡିଅଙ୍ଗ। ରୌପ୍ୟ ପଦକ ଜିଣିଥିଲେ ଦୂତି ଚାନ୍ଦ। ୨୩.୨୦ ମିନିଟରେ ସେ ଏହି ଦୂରତା ଅତିକ୍ରମ କରିଥିଲେ।
ଦୂତି ଚାନ୍ଦଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋଡ଼, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୂତି ଚାନ୍ଦଙ୍କୁ ବଧେଇ ଡଣାଇଛନ୍ତି। ଖାଲି ସେତିକି ନୁହେଁ ଦୂତିଙ୍କୁ ନେଇ ପୂରା ଓଡ଼ିଶା ଖୁସି ମନାଇଛି। ତାଙ୍କୁ ବଧେଇ ଜଣାଇଛି। ପୂର୍ବରୁ ୧୦୦ ମିଟର ରେସ୍ରେ ରୌପ୍ୟ ଜିଣିଥିବା ଦୂତି ଏଥର ବି କମାଲ କରିବେ ବୋଲି ଆଶା ରଖିଥିଲେ ଖେଳପ୍ରେମୀ। ଦୂତିଙ୍କ ଶୁଭ ମନାସି ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା ମଧ୍ୟ କରିଥିଲେ। ଆଉ ଦୂତି ମଧ୍ୟ ନିରାଶ କରିନଥିଲେ। ୧୦୦ ପରେ ୨୦୦ ମିଟର ରେସ୍ରେ ପଦକ ଜିଣି ଦେଶର ଚତୁର୍ଥ ଖେଳାଳି ହେବାର ମାନ୍ୟତା ହାସଲ କରିଛ୍ନତି। ପୂର୍ବରୁ ଲାଭି ପିଣ୍ଟୋ ୧୯୫୧ରେ ଆର ଗଣଶେଖରନ ୧୯୭୮ରେ ଏବଂ ପିଟି ଉଷା ୧୯୮୬ ପରେ ଦୂତି ଚାନ୍ଦ ଉଭୟରେ ପଦକ ଜିଣିଛନ୍ତି।
ଏବେ ରହିଛି ରିଲେ ରେସ୍ ଯେଉଁଥିରେ ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିବେ ଦୂତି ଚାନ୍ଦ। ଆଉ ଏଥିରେ ମଧ୍ୟ ତାଙ୍କ ଟିମ୍ କମାଲ କରିବ ବୋଲି ଆଶା ରଖିଛନ୍ତି କ୍ରୀଡ଼ା ପ୍ରେମି।