Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||

ଏବେ କ୍ରାଏସିସ୍, ମିଳୁନି ସ୍ପନସରସିପ୍, ଦାମୀ କାର୍ ବିକିବେ ଦୂତି

11/07/2020 at 3:13 PM

ଭୁବନେଶ୍ୱର, ୧୧|୦୭:  ଅଲମ୍ପିଆନ୍‌ ଆଥଲେଟ୍‌ ଦୂତି ଚାନ୍ଦ ନିଜ ବିଏମ୍‌ଡବ୍ଲ୍ୟୁ କାର୍‌କୁ ବିକିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ନିକଟରେ ତାଙ୍କ ଫେସ୍‌ବୁକ୍‌ରେ ଏକ ପୋଷ୍ଟ କରିଥିଲେ। ଏହି ପୋଷ୍ଟରେ ଦୂତି ଲେଖିଥିଲେ ଯେ, ସେ ବିଏମ୍‌ଡବ୍‌ଲ୍ୟୁ କାର୍‌ ବିକିବାକୁ ଚାହୁଁଛନ୍ତି। ଯଦି କେହି କିଣିବାକୁ ଚାହୁଁଛ ତେବେ ମତେ ମେସ୍ଞ୍ଜରରେ ମେସେଜ୍‌ କରିବ ବୋଲି ସେ କହିଛନ୍ତି ।

କରୋନା ସଂକଟ ସମୟରେ କେହି ପ୍ରାୟୋଜକ ମିଳୁନଥିବାରୁ ଏହି ଖର୍ଚ୍ଚ ତାଙ୍କ ପାଇଁ କଷ୍ଟକର ହୋଇପଡିଛି । ତେଣୁ ତାଙ୍କ ଦାମିକିଆ ଗାଡି ବିଏମଡ଼ବ୍ଲୁକୁ ବିକ୍ରି କରିବାକୁ ଚାହୁଁଛନ୍ତି ଦୂତି । ୩୦ ଲକ୍ଷ ଟଙ୍କାର ବିଏଲଡବ୍ଲୁ ଗାଡିକୁ ୨୦ ଲକ୍ଷ ଟଙ୍କାରେ ବିକ୍ରି କରିବେ ବୋଲି ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି ଦୂତି ଚାନ୍ଦ୍ । ବ୍ରାଣ୍ଡ ଏଣ୍ଡୋର୍ସମେଂଟ ପାଇଁ ୪ ଟି ଚୁକ୍ତି ଶେଷ ହୋଇଯାଇଥିବା ବେଳେ ପୁମା ସହ ହୋଇଥିବା ଚୁକ୍ତି ମଧ୍ୟ ଆଗାମୀ ଡିସେମ୍ବରରେ ଶେଷ ହୋଇଯିବ । ସେପଟେ ଆଗାମୀ ଅଲମ୍ପିକ୍ସ ପ୍ରସ୍ତୁତି ପାଇଁ ତାଙ୍କୁ ଅଧିକ ଅର୍ଥର ଆବଶ୍ୟକତା ରହିଛି । ଏହି ଖର୍ଚ୍ଚ ତୁଲାଇବା ପାଇଁ ସେ ତାଙ୍କ ଦାମିକିଆ ବିଏମଡବ୍ଲୁ କାରଟିକୁ ବିକ୍ରି କରିଦେବା ପାଇଁ ନିଷ୍ପତି କରଛନ୍ତି ।

ଏହି ଗାଡିଟି ଦୂତିଙ୍କର ଡ୍ରିମ୍‌ କାର୍‌ ଥିଲା। ଆଜି ଏମିତି ଅବସ୍ଥା ଆସିଗଲା ଯେ ସେ ଏହି କାର୍‌ ବିକ୍ରି କରିବାକୁ ଯାଉଛନ୍ତି ବୋଲି କିଛି ଲୋକ ପୋଷ୍ଟରେ ପଚାରିଛନ୍ତି। ଦୂତିଙ୍କର ସୋସିଆଲ ମିଡ଼ିଆ ପୋଷ୍ଟରେ ତାଙ୍କ ବନ୍ଧୁ ତଥା ପ୍ରଶଂସକ ମାନେ କମେଣ୍ଟ କରି ସେ କାହିଁକି କାର୍‌ ବିକ୍ରି କରିବାକୁ ଚାହୁଁଛନ୍ତି ବୋଲି ପଚାରିଛନ୍ତି। କିଛି ଲୋକଙ୍କ କମେଣ୍ଟରେ ଦୂତୀ ଲେଖିଛନ୍ତି, ତାଙ୍କୁ ସ୍ପୋର୍ଟସ୍‌ ଟ୍ରେନିଂ ପାଇଁ ଟଙ୍କା ଦରକାର। ସେଥିପାଇଁ ସେ ତାଙ୍କର ଏହି ଗାଡି ବିକ୍ରି ଆଗକୁ ତାଙ୍କ ଟ୍ରେନିଂ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। 

ତେବେ ଏହି ଫେସବୁକ୍ ପୋଷ୍ଟ ପରେ ଦୂତି ନିଜ ପ୍ରତିକ୍ରିୟା ରଖିଛନ୍ତି । ଦୂତି କହିଛନ୍ତି ଯେ,  କରୋନା ପାଇଁ ସବୁ ପରିବର୍ତ୍ତନ ହୋଇଛି । ବଡବଡ ଟୁର୍ଣ୍ଣାମେଣ୍ଟ ବାତିଲ ହୋଇଛି । ଅନେକ ସ୍ପନସରସିପର ଅବଧି ସରିଯାଇଛି । ନୂଆ ସ୍ପନସରସିପ୍ ମିଳୁନାହିଁ । ଏହି ସମୟରେ ଅର୍ଥବ ଆବଶ୍ୟକତା ରହିଛି । କାର୍ ବିକିଦେଲେ ଅର୍ଥ ଆସିବ ।  କାର୍‌ ଏବେ ବେଶୀ ବ୍ୟବହାର ହେଉ ନାହିଁ । ପରେ ନୂଆ କାର୍ କିଣିପାରିବେ ବୋଲି କହିଛନ୍ତି ।

   Related Posts