ଏସିଆନ ଗେମ୍ସରେ ଆଜି ଦୌଡ଼ିବେ ଦୂତି
25/08/2018 at 12:03 AM

ଜାକର୍ତ୍ତା ୨୫/୮ : ଏସିଆନ ଗେମ୍ସରେ ଆଜି ଦୌଡ଼ିବେ ଦୂତି । ଦୂତିଙ୍କ ୧୦୦ ମିଟର ଯୋଗ୍ୟତା ପର୍ଯ୍ୟାୟ ଭାରତୀୟ ସମୟ ସଂଧ୍ୟା ୬ଟାରେ ଆୟୋଜିତ ହେବ। ଆଜିଠାରୁ ଦୌଡ଼କୁଦ ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଥିବା ବେଳେ ଦୂତିଙ୍କ ସହିତ ଜାଭଲିନ୍ ତାରକା ନୀରଜ ଚୋପ୍ରା ଏବଂ ସଦ୍ୟ କନିଷ୍ଠ ବିଶ୍ବକପ୍ ସ୍ବର୍ଣ୍ଣ ପଦକ ବିଜୟିନୀ ହୀମା ଦାସଙ୍କ ଉପରେ ମଧ୍ୟ ନଜର ରହିଛି। ଗତଥର ଭାରତ ୫୭ ପଦକ ଜିତିଥିବା ବେଳେ ଦୌଡ଼କୁଦର ଅବଦାନ ଥିଲା ୧୩ । ତେବେ ଭାରତ କେବେ ବି ଏସିଆଡ୍ ରେ ଜାଭଲିନ୍ ସ୍ବର୍ଣ୍ଣ ପଦକ ଜିତିନଥିବାରୁ ନୀରଜ ଇତିହାସ ରଚିବା ଆଶା ରହିଛି ।