Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||

ଦୋହା ବିଶ୍ବ ଆଥ୍‌ଲେଟିକ୍ ଚାମ୍ପିୟନସିପ୍‌ରେ ଚମକିବେ ଓଡିଆ ଝିଅ ଦୂତି…

13/09/2019 at 5:33 PM

ଭୁବନେଶ୍ବର ୧୩|୯: ଓଡ଼ିଆ ଝିଅ ଦୂତିଚାନ୍ଦଙ୍କ ଆଉ ଏକ ସଫଳତା । ଦୋହାରେ ହେବାକୁ ଥିବା ବିଶ୍ବ ଆଥ୍‌ଲେଟିକ ଚାମ୍ପିୟନସିପ୍‌ରେ ଚମକିବେ ଦୂତି । ବିଶ୍ବ ଆଥଲେଟିକ ଦ୍ବାରା ମନୋନୀତ ହୋଇଥିବା ବଛା ବଛା ୫୦ ଜଣଙ୍କ ମଧ୍ୟରେ ୩୩ତମ ସ୍ଥାନରେ ରହିଛନ୍ତି ।ଏହା ସହିତ ଦୋହା ଚମ୍ପିୟନସିପ୍‌ ପାଇଁ ସିଧାସଳଖ ଏଣ୍ଟ୍ରି ମାରିଛନ୍ତି ।

ପୁଣି ଥରେ ଇଣ୍ଟରନ୍ୟାସନାଲ ଟ୍ରାକରେ ଚମକିବେ ଦୂତି ଚାନ୍ଦ ।ସେପ୍ଟେମ୍ବର ୨୭ରୁ ଅକ୍ଟୋବର ୬ ପର୍ଯ୍ୟନ୍ତ କାତାରର ଦୋହାରେ ଅନୁଷ୍ଠିତ ହେବ ୱାଲର୍ଡ ଆଥଲେଟ ଚମ୍ପିୟନସିପ୍‌।ଟିମ୍‌ ଇଣ୍ଡିଆର ୨୫ ଜଣିଆ ତାଲିକାରେ ସ୍ଥାନ ପକ୍କା କରିଛନ୍ତି ଦୂତି ।ଏହି କ୍ରୀଡ଼ା ମହାକୁମ୍ଭରେ ସେ ୧୦୦ ମିଟର ଇଭେଣ୍ଟରେ ଭାଗ ନେବେ ।ତେବେ ଟାଇମିଙ୍ଗ୍‌ ଓ ବଡ଼ ଇଭେଣ୍ଟକୁ ନେଇ ସେ ପ୍ରେସରରେ ଥିଲେ ମଧ୍ୟ କଠିନ ପରିଶ୍ରମ କରି ରାଜ୍ୟ ତଥା ଦେଶ ପାଇଁ ଆଉ ଏକ ସଫଳତା ଆଣିବେ ବୋଲି ଆଶା ରଖିଛନ୍ତି।

ରିଓ ଅଲିମ୍ପିକରେ ୧୦୦ ମିଟରକୁ ୧୧.୨୪ ସେକେଣ୍ଡରେ ଅତିକ୍ରମ କରି ଅଲିମ୍ପିକ ପାଇଁ ଟିକେଟ ହାତେଇଛନ୍ତି ଦୂତି । କିନ୍ତୁ ଆସନ୍ତା ବର୍ଷ ଟୋକିଓରେ ହେବାକୁ ଥିବା ଅଲିମ୍ପିକରେ ତାଙ୍କ ଇଭେଣ୍ଟର ଟାଇମିଙ୍ଗରେ ପରିବର୍ତ୍ତନ କରାଯାଇ ୧୧.୧୫ ସେକେଣ୍ଡ ରଖାଯାଇଛି ।ତେଣୁ ଟାଇମିଙ୍ଗ ଦୂତିଙ୍କ ଚିନ୍ତା ବଢ଼ାଇଛି । ତେବେ ଟୋକିଓ ଅଲିମ୍ପିକକୁ ଆଉ ୧୧ ମାସ ସମୟ ରହିଛି । ଏହି ସମୟ ମଧ୍ୟରେ କୋଚ ରମେଶଙ୍କ ସହ ମିଶି ରଣନୀତି ପ୍ରସ୍ତୁତ କରିବାକୁ ନିଷ୍ପତି ନେଇଛନ୍ତି ।ଏପରିକି ବିଦେଶୀ କୋଚଙ୍କ ଠାରୁ ସ୍ବତନ୍ତ୍ର ପ୍ରଶିକ୍ଷଣ ନେବାକୁ ମଧ୍ୟ ଚିନ୍ତା କରୁଥିବା ସେ କହିଛନ୍ତି ।

୨୦୧୮-୧୯ ସିଜିନ୍‌ରେ ବେଶ ଭଲ ପରଫରମାନ୍ସ ଦେଖାଇଛନ୍ତି ଦୂତି । ବିଶ୍ବ ର୍ୟାକିଙ୍ଗ୍‌ରେ ୩୩ ତମ ସ୍ଥାନରେ ଥିବାରୁ ମନୋବଳ ମଧ୍ୟ ଦୃଢ଼ ରହିଛି । ତେଣୁ ଦୋହା ବିଶ୍ବ ଆଥଲେଟ ଚମ୍ପିୟନସିପ୍‌ ପରେ ଦୂତିଙ୍କ ଟାର୍ଗେଟ ଟୋକିଓ ଅଲିମ୍ପିକ  ।

   Related Posts