ଦୂତୀଚାନ୍ଦଙ୍କ ସମଲିଂଗି ପ୍ରସଂଗ : ଭୀଷଣ ଚକ୍ରାନ୍ତର ଶିକାର ହୋଇଛନ୍ତି ଦୂତୀ ବୋଲି କହିଲେ ପରିବାର, ଦ୍ବୀତୀଙ୍କ ଧନ ଓ ଜୀବନର ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପାଖରେ କଲେ ଅପିଲ

Published By : Prameya-News7 Bureau | May 20, 2019 IST

ଯାଜପୁର୨୦|୫: ଆନ୍ତର୍ଜାତିକ କ୍ଷାତି ସମ୍ପନ୍ନ ଧାବିକା ଦୂତୀ ଚାନ୍ଦ ସମଲିଂଗି ସମ୍ପର୍କରେ ରହିଥିବା ଅଭିଯୋଗ ଆଣିବାପରେ ଆରମ୍ଭ ହୋଇଛି ବିବାଦ । ଦୂତୀ ଭୀଷଣ ଚକ୍ରାନ୍ତର ଶିକାର ହୋଇଛନ୍ତି । ତେଣୁ ତାଙ୍କ ଧନ ଓ ଜୀବନକୁ ସୁରକ୍ଷିତ ରଖିବାକୁ ସରକାର ଦାୟିତ୍ବ ନିଅନ୍ତୁ ବୋଲି ଦୂତୀଙ୍କ ପରିବାର ପକ୍ଷରୁ ଅପିଲ କରାଯାଇଛି ।

{"id":113873}

ଦୂତୀଙ୍କ ମା ଗଣ ମାଧ୍ୟମକୁ କହିଛନ୍ତି ଯ, ଦୂତୀଙ୍କ ସମ୍ପତ୍ତି ହଡପ ପାଇଁ ଏଭଳି ପ୍ରେମ ଜାଲ ବିଛାଯାଇଛି । ଦୂତୀଙ୍କୁ ସ୍ପନସର କରୁଥିବା ସଂସ୍ଥାର ଏଥିରେ ହାତ ଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ଏହି ପ୍ରେମ କାରଣରୁ ଦୂତୀ ନିଜ ମା ଓ ବାପାଙ୍କୁ ଖରାପ ବ୍ୟବହାର କରିଥିବା ଦୂତୀଙ୍କ ମା ଓ ଭଉଣୀ ପ୍ରକାଶ କରିଛନ୍ତି ।

{"id":113877}

ଛାତିରେ କୋହ ଚାପି ଦୂତୀଙ୍କ ମା କହିଛନ୍ତି ଯେ, ଦୂତୀ ନିଜ ବାନ୍ଧବୀଙ୍କ ସହ ଗତ ବର୍ଷେ ହେଲା ବୁଲାବୁଲି କରୁଛନ୍ତି ।

{"id":113874}

ଦୁହିଁଙ୍କ ମଧ୍ୟରେ ଥିବା ସମ୍ପର୍କକୁ ପରିବାର ପକ୍ଷରୁ ବିରୋଧ କରାଯିବା ଫଳରେ ବାପା ଓ ମାଙ୍କ ନାଁ ଧରି ତାଙ୍କୁ ଦାଣ୍ଡର ଭିକାରୀ କରିଦେବି ବୋଲି ଦୂତୀ ଧମକ ଦେବା ସହ ‘ ତୁ କିଏ ମୁଁ ଚିହ୍ନି ନାହିଁ ବୋଲି’ ନିଜ ମାଁଙ୍କୁ ଦୂତୀ କହିଥିବା ଖୋଦ ଦୂତୀଙ୍କ ମାଁ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, କାହାର ନା କାହାର ପ୍ରରୋଚନାରେ ପଡି ଦୂତୀ ଏଭଳି କରୁଛନ୍ତି । ତାଙ୍କ ଧନ ଜୀବନ ସୁରକ୍ଷିତ ନାହିଁ । ତେଣୁ ସରକାରଙ୍କ କର୍ତ୍ତବ୍ୟ ତାଙ୍କୁ ସୁରକ୍ଷା ଦେବା ବୋଲି ସେ କହିଛନ୍ତି ।

{"id":113875}

ସେହିଭଳି ଦୂତୀଙ୍କ ଭଉଣୀ ସରସ୍ବତୀ ଚାନ୍ଦ ମଧ୍ୟ ସମାନ ଆଶଂକା ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ, ଦୂତୀ ଜଣେ ଉଚ୍ଚକୋଟିର ଖେଳାଳୀ । ସେ ଖେଳରେ ଫୋକସ କରିବା କଥା । ଭଲ ଖେଳିଲେ ରାଜ୍ୟ ଓ ଦେଶର ଟେକ ରହିବ ।

{"id":113879}

କିନ୍ତୁ ତାହା ନକରି ଦୂତୀ ଏବେ ଯାହା କରୁଛନ୍ତି ତାହା କାହା ପାଇଁ ବି ଭଲ ହେବ ନାହିଁ । ଅଲମ୍ପିକରେ ସଫଲତାର ଆଶା ମଉଳିଯିବ । ତେଣୁ ଏଥିରେ ରାଜ୍ୟ ସରକାର ତୁରନ୍ତ ହସ୍ତକ୍ଷେପ କରିବାକୁ ସେ ନିବେଦନ କରିଛନ୍ତି ।

{"id":113876}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.