ପପ୍ପୁଙ୍କ ପୋଷ୍ଟରକୁ ନେଇ ଦୂତି ଚାନ୍ଦ ମଧ୍ୟ ଉଠାଇଲେ ପ୍ରଶ୍ନ, ଥାନାରେ ଲିଂକନଙ୍କ ମାମଲା ପରେ ହୋଇପାରେ କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | August 17, 2019 IST

ଭୁବନେଶ୍ବର୧୭|୮: କେତେବେଳ କାଷ୍ଟିଂ କାଉଚ୍ ତ କେତେବେଳ ମହିଳାଙ୍କୁ ଅଶାଳୀନ ବ୍ୟବହାର କରି ବିବାଦରେ ଥିବା ପପୁ ପମ୍ ପମ୍ ଆଉ ଏକ ବିବାଦରେ ଛନ୍ଦି ହୋଇଯାଇଛନ୍ତି ।  ଏକ ଫିଲ୍ମ ପୋଷ୍ଟରରେ ମହିଳାଙ୍କୁ ପୁଣି ଅସମ୍ମାନ କରିଛନ୍ତି ପପୁ । ଏଥିରେ ପପୁଙ୍କୁ ସାରଥି ଏବଂ ମହିଳାଙ୍କୁ ଘୋଡ଼ା ରୂପେ ଚିତ୍ରିତ କରାଯାଇଛି । ଏହାକୁ ନେଇ ଥାନାରୁ ମହିଳା କମିଶନଙ୍କ ଯାଏ ଗଲାଣି କଥା ।

{"id":145419}

ପୁଣି ରଙ୍ଗ ଦେଖାଇଲେ ରଙ୍ଗିଲା ପପୁ । ବିଭିନ୍ନ ସମୟରେ ମହିଳାଙ୍କୁ ନେଇ ବିବାଦରେ ରହିଆସିଥିବା ଏବଂ ଜେଲରୁ ଫେରିଥିବା ହାସ୍ୟ ଅଭିନେତା ପପୁ ପମ୍‌ପମ୍ ପୁଣି ମହିଳାଙ୍କ ପ୍ରତି ଅସମ୍ମାନ କରିଛନ୍ତି । ମାମାଲା ଥାନରୁ ମହିଳା କମିଶନ ପର୍ଯ୍ୟନ୍ତ ଗଲାଣି । କେତେବେଳେ କାଷ୍ଟିଂ କାଉଚ୍ ତ କେତେବେଳେ ମହିଳାଙ୍କ ପ୍ରତି ଅଶାଳୀନ ବ୍ୟବହାର ନେଇ ଚର୍ଚାରେ ରହିଆସିଥିବା ପପୁ ଏଥର ଏକ ସିନେମାର ପୋଷ୍ଟରକୁ ନେଇ ବିବାଦକୁ ଆସିଛନ୍ତି ।

{"id":145423}

 ଅପକମିଂ ସିନେମା ମିଷ୍ଟର କହ୍ନେୟାର ପୋଷ୍ଟରେ ପପୁଙ୍କୁ ଭିନ୍ନ ଅବତାରରେ ଦେଖିବାକୁ ମିଳିଛି । ଏଥିରେ ପପୁଙ୍କୁ ସାରଥି ଏବଂ ମହିଳାଙ୍କୁ ଘୋଡ଼ା ରୂପେ ଚିତ୍ରିତ କରାଯାଇଛି । ପୋଷ୍ଟରରେ ୭ ଜଣ ଯୁବତୀଙ୍କ ସହ ନଜର ଆସିଛନ୍ତି ପପୁ । ଯୁବତୀଙ୍କ ବେକରେ ରସି ବାନ୍ଧା ଯାଇଛି ଓ ଲଗାମ ଧରିବା ପୋଜରେ ଅଛନ୍ତି ପପୁ ।

{"id":145424,"width":532,"height":532}

ଏନେଇ ପ୍ରଥମେ ଖବର ପ୍ରସାରଣ କରିଥିଲା ନ୍ୟୁଜ୍7  । ଏହାକୁ ନେଇ ଚାରିଆଡୁ ବିରୋଧ ପରେ ପ୍ରଯୋଜନ ସଂସ୍ଥା ଓ ଅଭିନେତାଙ୍କ ବିରୋଧରେ ଭୁବନେଶ୍ବର ମହିଳା ଥାନାରେ ଏତଲା ଦେଇଛନ୍ତି ସାମାଜିକ କର୍ମୀ ଲିଙ୍କନ ସୁବୁଦ୍ଧି । ଫିଲ୍ମ ବ୍ୟାନ କରିବା ସହ ପ୍ରଯୋଜକ, ନିର୍ଦେଶକ ଓ ଅଭିନେତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।  

{"id":145425}

ଏଭଳି ଶସ୍ତା ପୋଷ୍ଟର ସୋସିଆଲ ମିଡିଆରେ ଭାଇରାଲ୍ ହେବାପରେ ପପୁଙ୍କୁ ତୀବ୍ର କଟାକ୍ଷ କରାଯାଉଛି। ଦୂତି ଚାନ୍ଦଙ୍କ ଭଳି କିଛି ଖେଳାଳି ମହିଳାଙ୍କ ପ୍ରତି ଇଏ କି ସମ୍ମାନ ବୋଲି ପ୍ରଶ୍ନ କରିଛନ୍ତି ।  ଏନେଇ କିନ୍ତୁ ପ୍ରଯୋଜନା ସଂସ୍ଥା କିମ୍ବା ପପୁଙ୍କ ପ୍ରତିକ୍ରିୟା ମିଳିପାରିନି।

{"id":145426}

୨୦୧୬ରେ ନାବାଳିକା କାଷ୍ଟିଂ କାଉଚ ମାମଲାରେ ଗିରଫ ହୋଇ ଜେଲ୍ ଯାଇଥିଲେ ଅଭିନେତା ପପୁ ପମ୍‌ପମ୍ । ନାବାଳିକା ଯୌନ ଶୋଷଣ ସହ ତାଙ୍କ ବିରୋଧରେ ଲାଗିଥିଲା ସଂଗୀନ ଦଫା । ଏହାପରେ ୨୦୧୬ ନଭେମ୍ବରରେ କାଳିଆ ଠାକୁରଙ୍କୁ କମେଡି କରି ଫସିଥିଲେ ।ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା, ପୁରୀରେ ବିକ୍ଷୋଭ ଚାଲିଲା । ଏହାକୁ ନେଇ ଲୁଲୁ ସେନା ଭୁବନେଶ୍ବରରେ ପପୁଙ୍କ ଉପରେ କାଳି ମାଡ କରିଥିଲା । ଏତିକିରେ ଥମି ନଥିଲା ଏ ବିବାଦ । କାଳିମାଡ ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଥିବା ଜଣେ ଛାତ୍ରଙ୍କୁ ପପୁ ଓ ତାଙ୍କ ସହଯୋଗୀ ଧମକ ଦେଇଥିବା ନେଇ ସହୀଦନଗର ଥାନାରେ ଏତଲା ହୋଇଥିଲା ।

{"id":145427}

ଏପ୍ରିଲ ୨୦୧୮ । କଟକ ସଦର ଥାନାରେ ପପୁ ଓ ତାଙ୍କର କିଛି ସହଯୋଗୀଙ୍କ ବିରୋଧରେ କଟକ ସଦର ଥାନାରେ ଏତଲା ଦେଇଥିଲେ ଜଣେ ମହିଳା ଆଇନଜୀବୀ । ହୋଟେଲରେ ଖାଉଥିବା ସମୟରେ ପପୁ ଓ ଚଳଚ୍ଚିତ୍ର ସହ ସଂପୃକ୍ତ ତାଙ୍କର ୩/୪ଜଣ ବନ୍ଧୁ ତାଙ୍କ ପ୍ରତି ଅଶାଳୀନ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.