ଏସୀୟ କ୍ରୀଡା : ୨ ଶହ ମିଟର ଦୌଡ ଫାଇନାଲରେ ଦୂତୀ
28/08/2018 at 6:13 AM

ଜାକର୍ତ୍ତା ୨୮|୮: ଏସୀୟ କ୍ରୀଡାର ୨ଶହ ମିଟର ଦୌଡରେ ଦୂତୀ ଚାନ୍ଦ ଫାଇନାଲରେ ପ୍ରବେଶ କରିଛନ୍ତି । ଆଜି ଅନୁଷ୍ଠିତ ସେମିଫାଇନାଲରେ ଦୂତୀ ୨ଶହ ମିଟରକୁ ୨୨ସେକେଣ୍ଡରେ ଅତିକ୍ରମ କରିଥିଲେ । ଏଥି ପୂର୍ବରୁ ଦୂତୀ ଶହେ ମିଟର ଦୌଡରେ ରୌପ୍ୟ ପଦକ ହାସଲ କରିସାରିଛନ୍ତି । ସେଥିପାଇଁ ରାଜ୍ୟ ସରକାର ତାଙ୍କ ଲାଗି ଦେଢ କୋଟି ଟଙ୍କାର ପୁରସ୍କାର ଘୋଷଣା କରଛନ୍ତି । ଏବେ ଦୂତୀ ୨ଶହ ମିଟଟରେ ଫାଇନାଲରେ ପ୍ରବେଶ କରିବା ରାଜ୍ୟ ଓ ଦେଶ ପାଇଁ ଗୌରବର ବିଷୟ । ଦୂତୀଙ୍କ ଏହି ସଫଳତା ସମଗ୍ର ରାଜ୍ୟରେ ଆନନ୍ଦର ଲହରୀ ଖେଳାଇଦେଇଛି ।