VOGUE ଇଣ୍ଡିଆର କଭର ପେଜ୍‌ରେ ସ୍ଥାନ ପାଇଲେ ଦୌଡରାଣୀ ଦୂତୀ ଚାନ୍ଦ

Published By : Prameya-News7 Bureau | October 21, 2019 IST

ଭୁବନେଶ୍ବର ୨୧|୧୦: ‘ଭୋଗ୍’ ଇଣ୍ଡିଆ ମ୍ୟାଗାଜିନର କଭର ପେଜ୍ ରେ ସ୍ଥାନ ପାଇଛନ୍ତି ଦୌଡରାଣୀ ଦୂତୀ ଚାନ୍ଦ । ଚଳିତବର୍ଷର ଶ୍ରେଷ୍ଠ ଖେଳାଳି ଭାବେ ‘ଭୋଗ୍’ ଇଣ୍ଡିଆ ଦୂତୀଙ୍କୁ ସମ୍ମାନିତ କରିଛି । ପ୍ରଥମ ଓଡିଆ ଭାବେ ସେ ଏହି ସମ୍ମାନ ସାଉଣ୍ଟିଛନ୍ତି । ଏହି ମ୍ୟାଗାଜିନ୍ ଦୂତୀଙ୍କୁ ଚଳିତ ବର୍ଷର ଶ୍ରେଷ୍ଠ ମହିଳା ଭାବେ ଚିତ୍ରଣ କରିଛି ।

{"id":172712}

ଏନେଇ ଆୟୋଜିତ ଉତ୍ସବରେ ଚଳିତବର୍ଷର ଶ୍ରେଷ୍ଠ ଖେଳାଳି ଭାବେ ଭୋଗ୍ ଇଣ୍ଡିଆ ଦୂତୀଙ୍କୁ ସ୍ବତନ୍ତ୍ର ଭାବେ ସମ୍ମାନିତ କରିଛି । ଆୟୋଜିତ ଏହି ଉତ୍ସବରେ ଦୂତୀଙ୍କ ସହ ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନ୍ କୈଫ୍, କଳକି କୋଚେଲିନ୍, ଅନୁଷ୍କା ଶର୍ମା, ଲୋକପ୍ରିୟ ଅଭିନେତା ରଣବୀର ସିଂହ, ନିର୍ଦ୍ଦେଶକ କବୀର ଖାନ୍ ପ୍ରମୁଖ ଉପସ୍ଥିତ ଥିଲେ ।

{"id":172710}

ଦୂତୀଙ୍କୁ ଅଭିନେତା ରାହୁଲ ବୋଷ ଏହି ଆୱାର୍ଡ ପ୍ରଦାନ କରିଥିଲେ । ଉତ୍ସବରେ ଉପସ୍ଥିତ ସମସ୍ତେ ଦୂତୀଙ୍କ ସହ କିଛି ସମୟ ବିତାଇବା ସହ ତାଙ୍କ ସହ ଏକାଧିକ ଫଟୋ ଉଠାଇଥିଲେ ।

{"id":172711}

ସୂଚନାଯୋଗ୍ୟ ଯେ, ‘ଭୋଗ୍’ ଇଣ୍ଡିଆ ହେଉଛି ଏକ ସାପ୍ତାହିକ ମ୍ୟାଗାଜିନ୍। ଏହି ମ୍ୟାଗାଜିନ୍ ର ଆନ୍ତର୍ଜାତିକ ସ୍ତରରେ ୧୭ଟି ଏଡିସନ ରହିଛି । ଅନେକ ସେଲିବ୍ରିଟି ଏହି ମ୍ୟାଗାଜିନର କଭରରେ ଆସିବା ପାଇଁ ଇଚ୍ଛୁକ ଥାଆନ୍ତି । ସେଠାରେ ଦୂତୀ ସ୍ଥାନ ପାଇଥିବାରୁ ସେ ବହୁତ ଖୁସି ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.