ସେମିଫାଇନାଲରୁ ବଞ୍ଚିତ ହେଲେ ଦୂତି

Published By : Prameya-News7 Bureau | September 29, 2019 IST

ଦୋହା ୨୯/୯: ବିଶ୍ବ ଦୌଡକୁଦ ପ୍ରତିଯୋଗିତାରେ ଫ୍ୟାନଙ୍କୁ ନିରାଶ କରିଛନ୍ତି ଦୂତି । କାତାର ରାଜଧାନୀ ଦୋହାରେ ଚାଲିଥିବା ବିଶ୍ବ ଦୌଡକୁଦ ପ୍ରତିଯୋଗିତାରେ ଦୂତି ଚାନ୍ଦ ଆଶାଜନକ ସଫଳତା ପାଇନାହାନ୍ତି । ଅନ୍ତର୍ଜାତୀୟ ଦୌଡ଼କୁଦ ମହାସଂଘ ଏ.ଆଇ.ଏଫ.ଏଫ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଥିବା ଦୂତି ମହିଳା ୧୦୦ ମିଟରର ହିଟ୍-୩ରେ ଦୌଡି ୮ ଜଣ ଧାବିକାଙ୍କ ମଧ୍ୟରୁ ସପ୍ତମ ସ୍ଥାନରେ ରହିଛନ୍ତି ।

ଫଳରେ ସେମିଫାଇନାଲ୍ ଖେଳିବାରୁ ବଞ୍ଚିତ ହୋଇଛନ୍ତି । ଦୂତିଙ୍କ ଟାଇମିଂ ୧୧.୪୮ ସେକେଣ୍ଡ ଥିଲା । ଯାହା ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନଠାରୁ ଢେର ଖରାପ । ବିଶ୍ବ ଦୌଡକୂଦରେ ଭାରତ ହାତଗଣତି ପଦକ ଜିତି ଥିବାରୁ ଚର୍ଚିତ ତାରକା ଦୂତିଙ୍କ ଉପରେ ଶନିବାର ସବୁ ଭାରତୀୟଙ୍କ ନଜର ଥିଲା । ସେ କିନ୍ତୁ ୪୭ ପ୍ରତିଯୋଗୀଙ୍କ ମଧ୍ୟରୁ ନୈରାଶ୍ୟ ଜନକ ଭାବେ ୩୭ତମ ସ୍ଥାନରେ ରହିଥିଲେ ।

ଚଳିତ ବର୍ଷ ଏପ୍ରିଲ ମାସରେ ଆୟୋଜିତ ଏସୀୟ ଦୌଡ଼କୁଦରେ ଦୂତି ୧୧.୨୬ ସେକେଣ୍ଡ ସମୟ ନେଇଥିଲେ । ଯାହା ଆଜି ପର୍ଯ୍ୟନ୍ତ ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ରହିଛି । ତେବେ ମିକ୍ସଡ୍ ଟିମ୍  ରିଲେ ଦଳ ଇତିହାସ ରଚିଛନ୍ତି । ଭରତୀୟ ମହିଳା ରିଲେ ଟିମ୍ କୁ ଅଲିମ୍ପିକ୍ସରେ ସ୍ଥାନ ମିଳିଛି ।  ପ୍ରଥମ ପ୍ରୟାସରେ ହିଁ ଭାରତୀୟ ମହିଳା ରିଲେ ଟିମ୍  ଅଲମ୍ପିକ ପାଇଁ ଯୋଗ୍ୟତା ହାସଲ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.